ରେମୁଣା ଏନ୍.ଏ.ସି. ର ୧୧ ନମ୍ବର ୱାର୍ଡରେ ବିଜେପିର ମିଶ୍ରଣ ପର୍ବ

ବାଲେଶ୍ୱର, (ସରୋଜ ପଣ୍ଡା):ଶୁକ୍ରବାର ସକାଳ ୧୧ ଘଟିକା ସମୟରେ ରେମୁଣା ଏନ୍.ଏ.ସି. ର ୧୧ ନମ୍ବର ୱାର୍ଡରେ ବିଜେପିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ଏହି ମିଶ୍ରଣ ପର୍ବରେ ରେମୁଣା ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀ ଗୋବିନ୍ଦ ଚନ୍ଦ୍ର ଦାସ, ଏନ୍.ଏ.ସି. ମଣ୍ଡଳ ସଭାପତି କାହ୍ନୁ ଚରଣ ବେହେରା,ସମ୍ପାଦକ ମହେଶ୍ୱର ପ୍ରଧାନ, ଜିଲ୍ଲା ଆଦିବାସୀ ମୋର୍ଚ୍ଚା ସଭାପତି ବିପିନ ମାରାଣ୍ଡି , ମଙ୍ଗଳପୁର ପୂର୍ବତନ ସରପଞ୍ଚ ଉମାକାନ୍ତ ପଣ୍ଡା,ମନ୍ଦାରପୁର ପୂର୍ବତନ ସମିତି ସଭ୍ୟ ଜୟନ୍ତ ମଣ୍ଡଳ,କାଳିଆ ପଳେଇ ପ୍ରମୁଖ ଉପସ୍ଥିତ ଥିଲେ। ଯଶଶ୍ଵି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନକଲ୍ୟାଣ ତଥା ରାଷ୍ଟ୍ର ହିତ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ପ୍ରାୟ ୨୦୦ ରୁ ଉର୍ଦ୍ଧ ବିଜେଡିର ଆଗ ଧାଡ଼ି କାର୍ଯ୍ୟକର୍ତ୍ତା ବିଜେପିରେ ଯୋଗ ଦେଲେ। ଏହି ମିଶ୍ରଣ ପର୍ବରେ ବୈଦ୍ୟନାଥ ସାହୁ,ଅନନ୍ତ ସାହୁ,ଅନନ୍ତ ବେହେରା,ଉମାକାନ୍ତ ସାହା ,କୌସିକ ବେହେରା,ହରିହର ବେହେରା, ସୁରଜ ମହାନ୍ତି, ତପନ ସାହୁ, ଲକ୍ଷ୍ମୀଧର ବେହେରା,ଭୁବନ କୁମାର ସାହୁ,ରମେଶ ବେହେରା,ମହେନ୍ଦ୍ର ବେହେରା,ନାରାୟଣ ବେହେରା,ନିର୍ମଳ ବାରିକ,ପଙ୍କଜ ସାହୁ,କିଶୋର ବାରିକ ଗଙ୍ଗାଧର ଗିରି, ଉମାକାନ୍ତ ବେହେରା, କଟି ମୁର୍ମୁ, ଜଗମୋହନ ସିଂ, କାଳୀଚରଣ ସୋରେନ,ସୁଦର୍ଶନ ଦାସ,ବାବୁଲି ମୁର୍ମୁ, ରାଜେଶ ମୁର୍ମୁ,ଗୁବ ମୁର୍ମୁ,ଅଜୟ ପ୍ରଧାନ,କାର୍ତ୍ତିକ ଦାସ,ଖିତିଶ ଜେନା,ଜ୍ୟୋତିଷ ଜେନା ଇତ୍ୟାଦି ପ୍ରମୁଖ କାର୍ଯ୍ୟକର୍ତ୍ତାମାନେ ଦଳରେ ମିଶିଥିଲେ। ଦଳରେ ମିଶୁଥିବା ଭାଇ ମାନଙ୍କୁ ବିଧାୟକ ପ୍ରାର୍ଥୀ ଶ୍ରୀ ଦାସ ବିଜେପିର ଟୋପି ଓ ଉତ୍ତୋରୀୟ ପିନ୍ଧାଇ ଦଳକୁ ସ୍ଵାଗତ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ