ବାଲେଶ୍ବର ପୌରପରିଷଦ ୧ନଂ ଓ ୨ନଂ ୱାର୍ଡରେ ବିଜୁ ଜନତା ଦଳର ଘରେ ଘରେ ଶଂଖ କାର୍ଯ୍ୟକ୍ରମ ଅନୁଷ୍ଠିତ
ବାଲେଶ୍ୱର, (ସରୋଜ ପଣ୍ଡା):ଆଜି ବାଲେଶ୍ବର ପୌରପରିଷଦ ୧ନଂ ଓ ୨ନଂ ୱାର୍ଡରେ ଅନୁଷ୍ଠିତ ହୋଇଥିଲା ଘରେ ଘରେ ଶଂଖ କାର୍ଯ୍ୟକ୍ରମ।ଏହି ଅବସରରେ ବାଲେଶ୍ବର ବିଧାୟକ ସ୍ବରୂପ କୁମାର ଦାସ ଘରକୁ ଘର ବୁଲି ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଜନ କଲ୍ୟାଣ ଯୋଜନା ବିଷୟରେ ସଚେତନତା କରାଇବା ସହ ଆସନ୍ତା ଜୁନ ୧ ତାରିଖରେ ଉଭୟ ସାଂସଦ ଏବଂ ବିଧାୟକ ପାର୍ଥିଙ୍କୁ ଶଂଖ ଚିହ୍ନରେ ଆଶିର୍ବାଦ ଭିକ୍ଷା କରିଥିଲେ।ଏହି ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ପୌରପରିଷଦ ଉପାଧ୍ୟକ୍ଷ କୈଳାସ ଚନ୍ଦ୍ର ସେଠୀ,ପୂର୍ବତନ ଉପାଧ୍ୟକ୍ଷ ମନୋଜ ରାଉତ,ଆମ ଓଡିଶା ନବୀନ ଓଡିଶା ଜିଲ୍ଲା ସଂଯୋଜକ ରଂଜନ ବାଗ,ଟାଉନ ସଭାପତି ସନତ ଦାସ,କାଉନସିଲର କାର୍ତିକ ସାହୁ,ବିଜୁ ଯୁବ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ଧିରେନ ନାୟକ,ବିଜେଡି ନେତା ନଳିନୀକାନ୍ତ ଦାସ,ସାକିର ଖାନ,ମିନତୀ ମାଝି,ଗଜେନ୍ଦ୍ର ମାଝୀ,ଅରୁପ ଦାସ,ଦେବେନ୍ଦ୍ର ନାଥ,ଅଶୋକ ବିନ୍ଧାଣି, ରତନ ମାଝି ପ୍ରମୁଖ ସାମିଲ ହୋଇ ବିଜୁ ଜନତା ଦଳ ପାଇଁ ପ୍ରଚାର କରିଥିଲେ।