ସୋଲପଟାରେ ବିଜେପି ପ୍ରାର୍ଥୀ ମାନସ ଦତ୍ତଙ୍କ ଘରେ ଘରେ ପ୍ରଚାର

ବାଲେଶ୍ୱର, (ସରୋଜ ପଣ୍ଡା):ଶୁକ୍ରବାର ଅପରାହ୍ନରେ ସଦର ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ମାନସ କୁମାର ଦତ ଛାନୁଆ ପଂଚାୟତ ଅନ୍ତର୍ଗତ ସୋଲପଟାରେ ଘରକୁ ଘର ବୁଲି ମତଦାତାମାନଙ୍କୁ ସାକ୍ଷାତ କରିବା ସହ ସେମାନଙ୍କ ଆଶୀର୍ବାଦ ଲୋଡ଼ିଛନ୍ତି । ସାରା ରାଜ୍ୟରେ ପରିବର୍ତନର ହାୱା ପ୍ରବାହିତ ହେଉଥିଲା ବେଳେ ସଦର ନିର୍ବାଚନ ମଣ୍ଡଳୀରେ ମଧ୍ୟ ପରିବର୍ତନ ଲୋଡ଼ା ବୋଲି ଶ୍ରୀ ଦତ କହିଥିଲେ । ବରିଷ୍ଠ ତଥା ବର୍ଷିୟାନ୍ ଭୋଟରମାନଙ୍କଠାରୁ ସେ ଆଶୀର୍ବାଦ ଲୋଡ଼ିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ଗୁଡ଼ିକୁ ରାଜ୍ୟର ନବୀନ ସରକାର ଜାଣିଶୁଣି ରାଜ୍ୟରେ କାର୍ଯ୍ୟକାରୀ ନକରି ଜନବିରୋଧି କାର୍ଯ୍ୟ କରୁଥିବାରୁ ଜନସାଧାରଣ ଏଥର ଡବଲ ଇଂଜିନ୍ ସପକ୍ଷରେ ଭୋଟ୍ ଦେବାକୁ ସେ ନିବେଦନ କରିଥିଲେ । ଆଜିର କାର୍ଯ୍ୟକ୍ରମରେ ପଂଚାୟତ ସଭାପତି ଭାଗ୍ୟଧର ଦାସ, ଲୋକନାଥ ଭୁୟାଁ, ସତ୍ୟରଞ୍ଜନ ରାଉତ, ମଣ୍ଡଳସଭାପତି ବିଜୟ କୁମାର ଦାସ, ମିନତୀ ନାୟକ, ବିଜୟ କୁମାର ନାୟକ, ବଂଶୀଧର ପାତ୍ର, ସତ୍ୟରଞ୍ଜନ ବେହେରା, ଜୟକୃଷ୍ଣ ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ । ସୋଲପଟା ଅଂଚଳରେ ମଧ୍ୟ ଦଳପ୍ରତି ସମର୍ଥନ ବୃଦ୍ଧି ପାଇବାରେ ଲାଗିଛି ବୋଲି ଶ୍ରୀ ଦତ ନିଜ ପ୍ରତିକ୍ରିୟାରେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ