ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ବୁଥ ମୁହାଁ ହେଲେ ପୁଲିଂ କର୍ମଚାରୀ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଗଞ୍ଜାମ ଜିଲ୍ଲାର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆସନ୍ତା ୨୦ ତାରିଖ ଦିନ ମତଦାନ ଅନୁଷ୍ଠିତ ହେବ । ଗଞ୍ଜାମ ଜିଲ୍ଲାରେ ଆସିକା ଲୋକସଭା ଓ ୮ ଟି ବିଧାନସଭା ପାଇଁ ନିର୍ବାଚନ ହେବ, ଭଞ୍ଜନଗର, ଆସିକା, ସୋରଡା, ସାନଖେମୁଣ୍ଡି, ପୋଲସରା, କବିସୂର୍ଯ୍ୟନଗର, ଖଲ୍ଲିକୋତ ଓ ହିଞ୍ଜିଳିକାଟୁ ବିଧାନସଭା ପାଇଁ ମତଦାନ ଅନୁଷ୍ଠିତ ହେବ । ଏଥି ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।ଏନେଇ ଶନିବାର ସ୍ଥାନୀୟ ଅନସ୍ଲୋ ହାଇସ୍କୁଲ ଠାରେ ନିର୍ବାଚନରେ ନିୟୋଜିତ ହେବାକୁ ଥିବା ପୁଲିଂ ଅଧିକାରୀ ଓ କର୍ମଚାରୀଙ୍କୁ ନିର୍ବାଚନରେ ବ୍ୟବହୃତ ହେବାକୁ ଥିବା ଇଭିଏମ ମେସିନ ଗୁଡିକ ପ୍ରଦାନ କରାଯାଇଛି । ସେମାନେ ଇଭିଏମ ମେସିନ ନେଇ ବୁଥକୁ ଯାଉଥିବା ଦେଖିବାକୁ ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ