ବିଜେଡି ରେ ସାମିଲ ହେଲେ ୨୦ପରିବାର

ହାଟଡ଼ିହି, (ବିକାଶ ବିଶ୍ୱାଳ):ବିଜେଡିରେ ଥିବା ଗୋଷ୍ଠି କନ୍ଦଳ ଏବେ ଧୀରେ ଧୀରେ ପ୍ରଶମିତ ହେବାରେ ଲାଗିଛି। ବିଜେଡ଼ିର ପୁରୁଖା କର୍ମକର୍ତ୍ତା ମାନେ ଗତ କିଛିଦିନ ଧରି ବିଭିନ୍ନ ପଂଚାୟତ ଓ ଗ୍ରାମକୁ ଗ୍ରସ୍ଥ କରି କନ୍ଦଳ ତୁଟାଇବାରେ ସକ୍ଷମ ହୋଇଛନ୍ତି। ଯାହାକୁ ନେଇ ବିଜେଡି ସଂଗଠନ ଦିନକୁ ଦିନ ସୁଦୃଢ ହେବାରେ ଲାଗିଛି। ଆଜି ମୁଖ୍ୟମନ୍ତ୍ରୀଙ୍କ ଗ୍ରସ୍ଥ ପରେ କରଗୋଳା ଓ ହାବଳେଶ୍ୱର ୨୦ପରିବାର ଭିନ୍ନ ଭିନ୍ନ ଦଳ ଛାଡି ବିଜେଡିରେ ସାମିଲ ହୋଇଥିଲେ। ସାଂସଦ ପ୍ରାର୍ଥୀ ଧନୁର୍ଜୟ ସିଧୁ ଓ ବିଧାୟକ ପ୍ରାର୍ଥୀ ଅଭିମନ୍ୟୁ ସେଠୀ ସେମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ଦଳକୁ ସ୍ଵାଗତ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ