ବାଲିଆ ଗ୍ରାମପଞ୍ଚାୟତରେ କାର୍ଯ୍ୟକର୍ତ୍ତା ବୈଠକ ଏବଂ ମିଶ୍ରଣ ପର୍ବ

ବାଲେଶ୍ୱର, (ସରୋଜ ପଣ୍ଡା):ରବିବାର ଦିନ ୧୧ ଘଟିକା ସମୟରେ ବାଲିଆ ସ୍ଥିତ ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟରେ ବାଲିଆ ପଞ୍ଚାୟତର ସାଂଗଠନିକ ବୈଠକ ଏବଂ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ବାଲିଆ ପଞ୍ଚାୟତର ୧୧ ଗୋଟି ୱାର୍ଡର ବୁଥ ସଭାପତି,ପୃଷ୍ଠା ପ୍ରମୁଖ ଏବଂ ବରିଷ୍ଠ କାର୍ଯ୍ୟକର୍ତ୍ତା ଙ୍କୁ ନେଇ ଏକ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବାଲିଆ ପଞ୍ଚାୟତ ସଭାପତି ବିନୟ କୁମାର ପଢ଼ିଆରିଙ୍କ ସଭାପତିତ୍ବରେ ଆୟୋଜିତ ଏହି ବୈଠକରେ ମଣ୍ଡଳ ସଭାପତି କୃଷ୍ଣ ଚନ୍ଦ୍ର ସାହା,ଯୁବ ମୋର୍ଚ୍ଚା ଉପସଭାପତି ନାରାୟଣ ମହାନ୍ତ,ପଞ୍ଚାୟତ ସହ ପ୍ରମୁଖ ରତିକାନ୍ତ ରାଉତ, ସରପଞ୍ଚ ନିତାଇ ଚରଣ ନାୟକ,ସମିତି ସଭ୍ୟା ଶିବାନୀ ହାଁସଦା, ବରିଷ୍ଠ କାର୍ଯ୍ୟକର୍ତ୍ତା ସୁଶାନ୍ତ ସାହା ,ସୁରେନ୍ଦ୍ର ବେହେରା, ସୁକୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ।ଏହି ବୈଠକରେ ବାଲିଆ ଗ୍ରାମପଞ୍ଚାୟତର ସାଂଗଠନିକ ଆଲୋଚନା ସହ ୧୦ ନମ୍ବର ୱାର୍ଡର ପୂର୍ବତନ ୱାର୍ଡ ସଭ୍ୟ ଅପୂର୍ବ ସାହା,୩ ନମ୍ବର ୱାର୍ଡର ସ୍ଵାଧୀନ ପ୍ରାର୍ଥୀ ଚନ୍ଦନ ବେହେରା ଏବଂ ତାଙ୍କ ସମର୍ଥକମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଲେ। ବୈଠକରେ ସମସ୍ତ କାର୍ଯ୍ୟକର୍ତ୍ତା ଏକ ମନ ଏକ ପ୍ରାଣ ହୋଇ ମୋଦୀ ଜୀ ଙ୍କର ନାରା ୪୦୦ ପାର ଏବଂ ଓଡ଼ିଶାରେ ଭାଜପା ସରକାର ପାଇଁ ଶପଥ ନେଇଥିଲେ। ଆଗାମୀ ୨୦୨୪ ନିର୍ବାଚନରେ ଗାଁ ର ପୁଅ ବିଧାୟକ ପ୍ରାର୍ଥୀ ଗୋବିନ୍ଦ ଚନ୍ଦ୍ର ଦାସ ଏବଂ ସାଂସଦ ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କୁ ବାଲିଆ ଗ୍ରାମପଞ୍ଚାୟତରୁ ରେକର୍ଡ ଭୋଟରେ ଜିତାଇବା ପାଇଁ ମଣ୍ଡଳ ସଭାପତି କୃଷ୍ଣ ଚନ୍ଦ୍ର ସାହା ସମସ୍ତଙ୍କୁ ଆହ୍ବାନ ଦେଇଥିଲେ।ଶେଷରେ ପଞ୍ଚାୟତ ଉପସଭାପତି ରତିକାନ୍ତ ରାଉତ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରି ସଭା ସାଙ୍ଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ