ଜାହେର୍‌ଗାଳ :ସାନ୍ତାଳଙ୍କ ପବିତ୍ର ପୂଜାପୀଠ

ଦଶରଥହେମ୍ବ୍ରମ୍‌
ଯେମିତିହିନ୍ଦୁମାନଙ୍କ ପବିତ୍ର ପୂଜାପୀଠମନ୍ଦିର, ମୁସଲମାନମାନଙ୍କମସ୍‌ଜିଦ, ଖ୍ରୀଷ୍ଟିୟାନମାନଙ୍କଚର୍ଚ୍ଚ, ଶିଖମାନଙ୍କଗୁରୁଦ୍ୱାରସେମିତିସାନ୍ତାଳଲୋକମାନଙ୍କ ପବିତ୍ର ପୂଜାପୀଠହେଉଛିଜାହେର୍‌ଗାଳ (ଜାହେର୍ ଥାନ୍‌) । ଏହା ଏକ ସ୍ୱତନ୍ତ୍ର ସୀମା ପରିଧି ମଧ୍ୟରେ ଅବସ୍ଥିତ ।ଏହାରଚତୁଃପାର୍ଶରେ ଅନେକଶାଳ ଗଛ ରହିଥାଏ ।ଗ୍ରାମରଗ୍ରାମମୁଖ୍ୟମାଝୀ, ଜଗମାଝୀ, ପାରାନିକ୍‌, ଗଡେତ୍‌, ନାଏକେଏବଂଗ୍ରାମର ଅନ୍ୟ ମାନ୍ୟଗଣମାନଙ୍କଉପସ୍ଥିତରେତିଥି ଓ ବାର ଅନୁସାରେଜାହେର୍‌ଗାଳତିଆରିକରାଯାଇଥାଏ ।ସେମାଙ୍କର ନିଷ୍ପତ୍ତିକ୍ରମେଗ୍ରାମରସମସ୍ତମାଙ୍ଗଳିକକାର୍ଯ୍ୟ ତଥା ପୂଜାବିଧି ସମ୍ପନ୍ନ ହୋଇଥାଏ ।ତେବେଜାହେର୍‌ଗାଳମଝିରେ ଥିବାଯୋଡ଼ାଶାଳ ଗଛ ଦେଖିବାଙ୍ଗାଥାନ ପାଇଁସ୍ଥାନ ଚିହ୍ନଟକରାଯାଏ ।ତା’ପରେସାଂସ୍କୃତିକ ଓ ବିଧି ଅନୁସାରେବଙ୍ଗା (ଦେବତା) ସ୍ଥାପନ ହୁଅନ୍ତି ।ତା’ପୂର୍ବରୁ ପୂଜାରୀ ଓ ଭକ୍ତମାନେ ଉପବାସ (ବାରଣ ନୀତି) ରହିଜାହେର୍ ଆଳାଗ ଦାଲବ (ଜାହେର୍‌ଛାଉଣି) କରିବାର ପରମ୍ପରା ଅଛି ।ସେହିପରି ଅନ୍ୟ ଶାଳ ଗଛ ଏବଂମହୁଲ ଗଛ ଦେଖିବଙ୍ଗାଥାନ ଚିହ୍ନଟକରିବଙ୍ଗାଘରଛାଉଣିବାଙ୍ଗାଥାପନ କରାଯାଏ ।ଏସବୁକାର୍ଯ୍ୟସମାପ୍ତ ହେଲା ପରେରୀତିନୀତି ଅନୁସାରେ ପୂଜାର୍ଚ୍ଚନାହୁଏ ।ଗ୍ରାମବାସୀମାନେ ମିଶିଜାହିରା ପୀଠରେ ଥିବାଶାଳ ଗଛ ମୂଳରେଏକପାଖିଆଚାଳିଆ ପ୍ରସ୍ତୁତକରିଥାନ୍ତି ।ଏଠାରେତିନିଠାକୁରମରାଂବୁରୁ (ଲିଟାଗୋସାଇଁ), ଜାହେର୍ ଆୟୋ (ରାମସାଲଗୀ) ଏବଂମଣେକତୁରୁୟକରହନ୍ତି । ଅନ୍ୟଟିମହୁଲ ଗଛ ମୂଳରେଗୋସାଇଁଏରା (ଠାକୁରାଣୀ) ପୂଜା ପାଆନ୍ତି । ପାଖାପାଖି ଅନ୍ୟାନ୍ୟବୃକ୍ଷମୂଳରେସୀମାଶାଳେବଙ୍ଗା ଓ ସେନ୍ଦ୍ରାବଙ୍ଗାବାସକରନ୍ତି, ସେଠାରେ ମଧ୍ୟ ଗ୍ରାମବାସୀମାନେ ଚାଳିଆତିଆରିକରିଥାନ୍ତି ।ତେବେଚାଳିଆତିଆରିକରିବା ପାଇଁଗ୍ରାମବାସୀମାନେ ରୀତିନୀତି ଓ ବିଧି ଅନୁସାରେ ନିର୍ବାର (ଉପବାସ) ରହିବାକୁ ପଡ଼ିଥାଏ ।ଚାଳିଆ ନିର୍ମାଣସରିଲା ପରେଗାଁର ପୁରୋହିତଚଟାଣକୁଗୋବରରେଲିପିସଫାକରନ୍ତି ।ତା’ପରେଗ୍ରାମ ପୁରୋହିତ ଦେବତାମାନଙ୍କୁସ୍ନାନ କରିବାସହିତତାଙ୍କରବ୍ୟବହୃତ ଅସ୍ତ୍ରଶସ୍ତ୍ରତ୍ରିଶୂଳ, ଧନୁତୀର, ଟାଙ୍ଗୀ, କେନ୍ଦ୍ରା, ସିଙ୍ଘଶଙ୍ଖ, ବଇଁଶି ଆଦି ପାଣିରେ ଧୋଇସଫାକରିଥାନ୍ତି ।ଏହିକାର୍ଯ୍ୟରେ ପୁରୋହିତଙ୍କୁ ଉପ-ପୁରୋହିତ, ଗଡେତକିମ୍ବାଉପବାସକରିରହିଥିବା ଅବିବାହିତ ଯୁବକଏହି ନୀତିକାର୍ଯ୍ୟରେସାହାଯ୍ୟକରିଥାନ୍ତି ।ଜାହିରାଚାଳିଆ ପ୍ରସ୍ତୁତକାର୍ଯ୍ୟ ନସରିବା ଯାଏଁ ପୁରୋହିତ, ଉପ-ପୁରୋହିତସମେତଗ୍ରାମବାସୀମାନଙ୍କୁ ଦିନସାରାଉପବାସରହିବାକୁହେବ ।
ପବିତ୍ର ପୀଠଜାହେର୍‌ଗାଳର ପୂଜାରୀକୁସାନ୍ତାଳିଭାଷାରେ ନାଏକେକୁହନ୍ତି । ପ୍ରତ୍ୟେକସାନ୍ତାଳୀଗ୍ରାମରେ ଦୁଇଜଣ ପୂଜାରୀ ପଦବୀରେ ଥାଆନ୍ତି, ଜଣେ ନାଏକେଏବଂ ଅନ୍ୟଜଣେ ଜଗ-ନାଏକେରହିଥାନ୍ତି ।ଜାହେର୍‌ଗାଳରସମସ୍ତ ପ୍ରକାର ପୂଜା ପଦ୍ଧତି ନାଏକେଙ୍କହାତରେହୋଇଥିବାବେଳେକେତେକସ୍ୱତନ୍ତ୍ର ପୂଜା ଉପ-ନାଏକେକରିଥାନ୍ତି ।ସାନ୍ତାଳୀ ପରମ୍ପରା ଅନୁସାରେଜଣେସାନ୍ତାଳଗାଁର ନାଏକେ ପୂଜାବିଧିରେଯେତେ ପାରଙ୍ଗମ ଥିଲେ ମଧ୍ୟ ନିଜଗ୍ରାମବ୍ୟତୀତ ଅନ୍ୟ କୌଣସିଗ୍ରାମରଜାହେର୍‌ଗାଳରେ ପୂଜାକରି ପାରନ୍ତି ନାହିଁ ।କାରଣ, ସାନ୍ତାଳସମାଜ ଅନୁସାରେଜାହେର୍‌ଗାଳରେ ପୂଜା ପଦ୍ଧତି ଅନେକରୀତିନୀତି ନିୟମ ଅନୁସାରେ ପୂଜାବିଧି କାର୍ଯ୍ୟକରାଯାଏ ।ଉପାସରଖି ପୂଜାବିଧି ପାଳନକୁସାନ୍ତାଳିଭାଷାରେ ନିର୍ବାରକୁହାଯାଏ ।ଏହାବ୍ୟତୀତ ପୂଜାରେଯୋଗଦେବାକୁ ଥିବାସମ୍ପୃକ୍ତ ନାଏକେ, ମାଝୀ, ପାରାନିକ୍‌, ଗଡେତ୍‌, ଜଗ ଓ ଇଚ୍ଚୁକଗାଁଲୋକମାନେ ପୂଜା ପୂର୍ବରାତିରେକୌଣସି ଅସାମାଜିକକାର୍ଯ୍ୟକରନ୍ତି ନାହିଁ । ମଦପାଣି ପିଇବା ମଧ୍ୟ ବାରଣ ଅଛି ।ସେମାନେ ସକାଳହେବାମାତ୍ରେକେସମସ୍ତ ନିତ୍ୟକର୍ମସାରିକୌଣସିଖାଦ୍ୟ ପଦାର୍ଥ ନଖାଇ, ନୂଆକିମ୍ବା ଧୁଆ ଫୁଟାକାଛାବସ୍ତ୍ର ପରିଧାନ କରିକାନ୍ଧରେ ଏକ ଗାମୁଛା ପକାଇସଅଳ ପୂଜାରେଯୋଗ ଦେବା ପାଇଁବାହାରି ଯାଆନ୍ତି ।ସେମାନେ ଜାହେର୍‌ଗାଳସୀମାବାହାରେ ଅନ୍ୟାନ୍ୟ ଅଦରକାରୀଜିନିଷରଖିମୁଣ୍ଡିଆମାରି ପବିତ୍ର ପୀଠଭିତରକୁ ପ୍ରବେଶକରଥାନ୍ତି ।ସମସ୍ତଗ୍ରାମର ପୁରୁଷମାନେ ପୂଜାରୀ ଓ ମୁଖ୍ୟାଙ୍କ ପାଖରେ ଯାଇବସନ୍ତି । ନାଏକେ ପୂଜାକରୁଥିବାବେଳେ ନାଏକେସମେତସମସ୍ତେହାତଯୋଡ଼ିଏକାସାଙ୍ଗରେସାମୁହିକ ଅସୁବିଧା ଏବଂସମସ୍ୟାକୁବାଖେଣମାଧ୍ୟମରେ ଦେବାଦେବୀଙ୍କୁଜଣାଇ ଥାଆନ୍ତି ।
ଜାହେର୍‌ଗାଳରେ ପୂଜାର୍ଚ୍ଚନାକରିବା ଆଗରୁ ଦେବସ୍ନାନ ପରମ୍ପରାରହିଛି, ଯାହାକୁଗଙ୍ଗାଉମକୁହାଯାଏ, ପରେବଙ୍ଗାପେରେଜକରାଯାଏ ।ଜାହେର୍‌ଗାଳରେଗୋବରଲିପାସାଙ୍ଗକୁ ଧୂପ, ଦୀପ, ଝୁଣାଧୂପ, ସୁନୁମସିନ୍ଦୁର, ସିନ୍ଦୁରମଖା, ଚୁମାଣା (ଆଳତି ବନ୍ଦନା), ଆୟନମକାଜଲ ଓ ହରଗବାନ୍ଦେ ଆଦି ପୂଜାର୍ଚ୍ଚନାକରିବା ପୂର୍ବପ୍ରସ୍ତୁତିକାମକୁବଙ୍ଗାପେରେଜକୁହାଯାଏ ।ବଙ୍ଗାପେରେଜ ପରେ ଖଣ୍ଡ ବେନାଅ ତଥା ମୁରୁଜତିଆରିକରିଲା ପରେବାଖେଣବିନ୍ତି ତଥା ମନ୍ତ୍ର ଜପିବା ଆରମ୍ଭ ହୁଏ । ଏ ସମସ୍ତ ପୂଜାକାର୍ଯ୍ୟସମାପନ ହେଲାପରେଭକ୍ତମାନେ ଦେବାଦେବୀଙ୍କୁ ପ୍ରଣାମକରିଥାନ୍ତି ।ଜାହେର୍‌ଗାଳଠାରେ ନାଏକେବ୍ୟତୀତକେହି ପୂଜାକରି ପାରିବେ ନାହିଁ । କିନ୍ତୁ ପବିତ୍ର ପୂଜା ପୀଠରେ ପୂଜା ପଦ୍ଧତିସାନ୍ତାଳମାନଙ୍କ ଧର୍ମସାରନା ଧର୍ମ ଅନୁସାରେସମ୍ପନ୍ନ ହୋଇଥାଏ ।ଏଠାରେସବୁ ଦିନ ପୂଜାର୍ଚ୍ଚନାକରାଯାଏ ନାହିଁ ।ମାତ୍ରସାନ୍ତାଳସମାଜରସଂସ୍କୃତି ଓ ପ୍ରଥା, ପରମ୍ପରା ଅନୁସାରେମାଗବଙ୍ଗା, ବାହାବଙ୍ଗା, ମାଗମଣେ, ହାରିୟାଲ, ଏରଗସିମବଙ୍ଗା, ଏଳିଗୁନ୍ଦଲୀ ନାୱାୟ ଆଦି ପୂଜାକରାଯାଏ । ଏହାବ୍‌ଯତୀତଗ୍ରାମରସାମୁହିକସ୍ୱାର୍ଥ ପାଇଁ ପାଞ୍ଚ ପଞ୍ଚାୟତ (ମଣେମାପାଞ୍ଜି) ନିଷ୍ପତ୍ତିକ୍ରମେ ପୂଜାକରାଯାଇଥାଏ ।ଖଡ଼ିରତ୍ନକିମ୍ବା ପାଞ୍ଜିରବ୍ୟବସ୍ଥାସାନ୍ତାଳସମାଜରେ ନଥିବାରୁସେମାନେ ମାସରଜହ୍ନକୁଗଣନାକରି ପୂଜାତିଥି ବାହାରକରିଥାନ୍ତି ।ମାସକୁବଙ୍ଗାଏବଂବାଙ୍ଗାକୁ ଦେବତାକୁହାଯାଏ । ବଙ୍ଗାରତାତ୍ତ୍ୱିକ ଅର୍ଥ ଦିଅଁଦେବତା ।ଏହାଉଭୟ ଦେବ ଓ ଦେବୀଙ୍କୁବୁଝାଏ ।ବଙ୍ଗାମାନଙ୍କ ଆକାର ନାହିଁ, ସେମାନେ ହେଉଛନ୍ତି ନିରାକାର ।ତେଣୁସାନ୍ତାଳମାନେ ପ୍ରକୃତିର ପୂଜକ ଅଟନ୍ତି ।ସେହିପରିବାରମାସକୁସାନ୍ତାଳୀରେଗେଲ୍‌ବାର୍‌ବଙ୍ଗାକୁହାଯାଏ ।ଯେମିତିମାଗ୍‌, ଫାଗୁନ୍‌, ଚାତ୍‌, ବାଇସାତ୍‌ବଙ୍ଗାଏମିତିବାରମାସହିସାବକରାଯାଏକିନ୍ତୁମାସରମୁଲୁଗମଣେମାହା (ପାଞ୍ଚ ଦିନ) ଭିତରେ ପୂଜାକରିବାର ନୀତିରହିଛି ।କିନ୍ତୁକିଛିକିଛିସାନ୍ତାଳଗ୍ରାମରେମାସର ପୂର୍ଣ୍ଣିମାମଧ୍ୟରେ ପୂଜାକାର୍ଯ୍ୟସମ୍ପନ୍ନ କରିବାରବ୍ୟବସ୍ଥାରହିଆସିଛି ।ଏହିଶୁଭ ଅବସରରେକେହିମାନସିକରଖିବା ପାଇଁଚାହିଁଲେଗ୍ରାମର ପୁରୋହିତଏବଂଗ୍ରାମମୁଖିଆଙ୍କ ପରାମର୍ଶକ୍ରମେମାନସିକରଖି ପାରନ୍ତିକିନ୍ତୁମନସ୍କାମନା ପୂର୍ଣ୍ଣହେଲେ ପର୍ବପର୍ବାଣି ପୂଜାସମୟରେହିଁତା’ରମାନସିକ ଦେଇଥାନ୍ତି ।ଏହାବ୍ୟତୀତ, ବିବାହ ପୂର୍ବରୁକିମ୍ବା ପରେ ପବିତ୍ର ପୀଠଜାହିରାକୁ ଯାଇଗ୍ରାମ ନାଏକେଙ୍କଜରିଆରେ ଦେବତାଙ୍କ ଆଶୀର୍ବାଦ ଭିକ୍ଷାକରିଥାନ୍ତି ।ଗ୍ରାମରେମହାମାରୀକିମ୍ବା ଯେ କୌଣସିରୋଗବେମାର ଆସିବା ପୂର୍ବରୁ ଦେବତାଙ୍କ ପାଖରେଗ୍ରାମଲୋକମାନେ ମାନସିକରଖିଥାନ୍ତି । ସତ ଦେଖିଲେ ପାଞ୍ଚ ବର୍ଷରେବଡ଼ ପୂଜାକରିବାରସାନ୍ତାଳସମାଜରେ ପରମ୍ପରାକେଉଁ ଆବାହନ କାଳରୁରହିଆସିଛି ।ଗ୍ରାମରେ ନୂଆ ଅମଳହେଲେସର୍ବ ପ୍ରଥମେଗ୍ରାମ ଦେବତାଙ୍କୁ ପୂଜାଅର୍ପଣକରି ଅନ୍ନ ଗ୍ରହଣକରିଥାନ୍ତି ।ଏମିତି ଅନେକରୀତିନୀତିସାନ୍ତାଳମାନଙ୍କସମ୍ପ୍ରଦାୟରେରହିଛିକିନ୍ତୁଏସବୁରୁସାନ୍ତାଳମାନେ ଧୀରେଧୀରେ ଦୂରେଇଯିବାରେଲାଗିଛନ୍ତିବୋଲିସାମାଜିକଗଣମାଧ୍ୟମରେବର୍ତ୍ତମାନ ଚର୍ଚ୍ଚାରବିଷୟ ପାଲଟିଯାଇଛି ।ସାନ୍ତାଳୀଭାଷାରେ ଅଧିକରୁ ଅଧିକଶିକ୍ଷିତହେଲେହିଁସାନ୍ତାଳସମାଜ, ପରମ୍ପରା, ଇତିହାସଏବଂସଂସ୍କୃତିବଞ୍ôଚ ପାରିବାସହିତଉନ୍ନତି ପଥରେ ଆଗେଇ ପାରିବବୋଲିଟିକେ ଆଶାକରାଯାଇ ପାରିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ