ବାଲେଶ୍ଵର ଲୋକସଭା ନିର୍ବାଚନୀ ପ୍ରଚାରରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

ବାଲେଶ୍ୱର, (ସରୋଜ ପଣ୍ଡା):ଏକଦା ବାଲେଶ୍ଵରେ ଜିଲ୍ଲାପାଳ ଥିବା କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଜୀ ଆସନ୍ତାକାଲି ମାରାଥନ୍ ପ୍ରଚାରରେ ବାଲେଶ୍ଵର ଆସୁଛନ୍ତି। ଦିବା ୧୨ଟା ସମୟରେ ନୋସି ହେଲିପ୍ଯାଡ଼ରେ ଅବତରଣ କରିବା ପରେ ଅପରାହ୍ନ ୪ଟାରେ ରେମୁଣା ବାଲିପାଳ ପଡିଆରେ ଏକ ବିଶାଳ ମହିଳା ସମ୍ମିଳନୀକୁ ସମ୍ବୋଧିତ କରିବେ। ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କସିପଦା ପଡ଼ିଆରେ ଏକ ଜନସଭକୁ ସନ୍ଧ୍ୟା ୬ଟାରେ ସମ୍ବୋଧିତ କରିବେ। ୨୨ ତାରିଖ ଦିବା ୧୧ ଟା ସମୟରେ ବସ୍ତା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଲଙ୍ଗଳେଶ୍ବର ପଡ଼ିଆରେ ଏକ ଯୁବା ସମାବେଶକୁ ସମ୍ବୋଧିତ କରିବେ। ଅପରାହ୍ନ ୪ଟା ସମୟରେ ଭୋଗରାଇ ହେଲିପ୍ଯାଡ୍ ପଡ଼ିଆରେ ପୃଷ୍ଟା ପ୍ରମୁଗ ମାନଙ୍କର ସମ୍ମୀଳନୀରେ ଯୋଗଦାନ କରିବେ। ସନ୍ଧ୍ୟା ୬.୩୦ ମିନିଟ ସମୟରେ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଓଳନ୍ଦା ପଡ଼ିଆରେ ଆୟୋଜିତ ଜନସଭାରେ ଯୋଗଦାନ କରିବେ। ୨୪ ତାରିଖ ଦିବା ୧୧ଟା ସମୟରେ ନିଳଗିରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସନ୍ତରାଗଡ଼ିଆ କଲେଜ ପଡ଼ିଆରେ ଏକ ଯୁବା ସମାବେଶକୁ ସମ୍ବୋଧିତ କରିବେ। ଅପରାହ୍ନ ୪ଟାରେ ଜଳେଶ୍ଵର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶାଳିକୋଠା ପଡ଼ିଆରେ ଆୟୋଜିତ ମହିଳା ସମାବେଶରେ ଅଂଶଗ୍ରହଣ କରିବେ। ତାଙ୍କ ଗସ୍ତର ଶେଷ କାର୍ଯ୍ୟକ୍ରମ ବାଲେଶ୍ଵର ନଗରରେ ରୋଡ଼ ଶୋ ସନ୍ଧ୍ୟା ୬.୩୦ରେ ଆରମ୍ଭ ହେବ।ଜନସାଧାରଣଙ୍କୁ ଉପରଲିଖିତ କାର୍ଯ୍ୟକ୍ରମ ମାନଙ୍କରେ ବିପୁଳ ସଂଖ୍ୟାରେ ଯୋଗଦାନ କରିବା ପାଇଁ ବାଲେଶ୍ଵର ସାଂସଦ ତଥା ଚଳିତ ନିର୍ବାଚନରେ ସାଂସଦ ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ନିବେଦନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ