ପଦ୍ମପୁରରେ ଠାକୁରାଣୀ ଯାତ୍ରା ଆରମ୍ଭ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଗୁମ୍ଫା ବ୍ଲକ ଅନ୍ତର୍ଗତ ପଦ୍ମପୁର ଗ୍ରାମରେ ତିନିଦିନିଆ ଠାକୁରାଣୀ ଯାତ୍ରା ଗତକାଲି ଠାରୁ ଆରମ୍ଭ ହୋଇଛି। ରବିବାର ସନ୍ଧ୍ୟାରେ ଶ୍ରୀଶ୍ରୀଶ୍ରୀ ନୀଳମଣୀ ଦୁର୍ଗା ମୁତ୍ୟାଲୁମାଙ୍କ ବିଶେଷ ପୂଜାର୍ଚ୍ଚନା କରାଯାଇ ମାଙ୍କୁ ଗ୍ରାମାଞ୍ଚଳ ପରିକ୍ରମା କରିବା ନିମନ୍ତେ ଘଟପର୍ବ ଅନୁଷ୍ଠିତ ହୋଇଥିଲା। ଏଥିରେ ହଜାରରୁ ଊର୍ଦ୍ଧ୍ବ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ସୁସଜ୍ଜିତ ଆଲୋକମାଳା ସହ ଏହି ଲୋକାରଣ୍ୟ ହୋଇପଡ଼ିଥିଲା ପଦ୍ମପୁର ଗ୍ରାମ I ଏହି ଠାକୁରାଣୀ ଯାତ୍ରା ମଙ୍ଗଳବାର ସମାପନ ହେବ। ଏଥିଲାଗି ବ୍ୟାପକ ପ୍ରସ୍ତୁତି କରାଯାଇଥିବା ବେଳେ ମଙ୍ଗଳବାର ରାତିତମାମ ଘଟ ପରିକ୍ରମା କରାଯାଇ ବୁଧବାର ପାହାନ୍ତିଆରେ ବିସର୍ଜନ କରାଯିବ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ