ବାଲେଶ୍ବର ସଦର ନିର୍ବାଚନ ମଣ୍ଡଳୀ ୨୫ନଂ ଜୋନରେ ବିଜେଡିର ବିଶାଳ ସାଧାରଣ ସଭା

ବାଲେଶ୍ୱର, (ସରୋଜ ପଣ୍ଡା):ବିକଶିତ ଭିତ୍ତିଭୂମି ଓ ଯୋଗାଯୋଗର ବିଶ୍ୱସ୍ତରୀୟ ବ୍ୟବସ୍ଥା। ସଭିଙ୍କୁ ସାଥିରେ ନେଇ ଦୃଢ଼ ସଂକଳ୍ପ ସହ ବିକାଶ ପଥରେ ବଢ଼ୁଛି ନବୀନ ଓଡ଼ିଶା।୨୫ନଂ ଜୋନର ସିନ୍ଧିଆ ଗ୍ରାମପଞ୍ଚାୟତ ହାଟ ପୋଖରୀ ପଡ଼ିଆ ଠାରେ ବିଜେଡିର ବିଶାଳ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ଏହି ସଭାରେ ବାଲେଶ୍ବର ବିଜୁ ଜନତା ଦଳର ସଦର ବ୍ଲକ ସଭାପତି ଶ୍ରୀଯୁକ୍ତ ବସନ୍ତ କୁମାର ପଣ୍ତା ସଭାପତିତ୍ୱ କରିଥିବା ବେଳେ ସଦର ବିଧାୟକ ସ୍ବରୂପ ଦାସ ଯୋଗଦେଇ ଉପ ନିର୍ବାଚନ ସମୟରେ ନବୀନ ବାବୁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ପୂରଣ ହେବା ସହ ୧୮୦୦ କୋଟି ଟଙ୍କାର ପ୍ରକଳ୍ପର କାର୍ଯ୍ୟ ସାଡେ ତିନି ବର୍ଷରେ ହୋଇ ପାରିଛି।ଜନତା ଜାଣିଛନ୍ତି କିଏ ଜିତିଲେ ଓଡ଼ିଶାର ବିକାଶ ହେବ।ଏହି ସଭାରେ ସାଂସଦ ପାର୍ଥିନୀ ଡ଼ ଲେଖାଶ୍ରୀ ସାମନ୍ତସିଂହାର ଯୋଗଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ସବୁବେଳେ ନାରୀଙ୍କୁ ସମ୍ମାନ ଦିଅନ୍ତି ସେଥିପାଇଁ ଓଡ଼ିଶାର ନାରୀ ସମାଜ ସମଗ୍ର ଦେଶରେ ଉଦାହରଣ ସୃଷ୍ଟି କରିଛି କିନ୍ତୁ ଅନ୍ୟ ଦଳ ତାହା କରିବା ତ ଦୂର କଥା ସେମାନେ କେବଳ ମିଛ ପ୍ରଚାର କରିବା ସହ ଜନତାଙ୍କୁ ବିଭ୍ରାନ୍ତି କରନ୍ତି।ଅନ୍ୟ ମାନଙ୍କ ମଧ୍ୟରେ ଗୋପିନାଥପୁର ସରପଞ୍ଚ ଶ୍ରୀ କମଲଲୋଚନ ପରିଡ଼ା, ଜିଲ୍ଲାପରିଷଦ ପ୍ରାର୍ଥୀ ସଂଜୟ ଦାସ, ସିନ୍ଧିଆ ଗ୍ରାମପଞ୍ଚାୟତର ବିଡେଡ଼ି ସଭାପତି ପ୍ରସନ୍ନ କୁମାର ଜେନା, ବୁଆଁଳ ପଞ୍ଚାୟତର କାର୍ଯ୍ଯକାରୀ ସଭାପତି ଶ୍ରୀ ଅଜୟ କୁମାର ନାୟକ ପ୍ରମୁଖ ଯୋଗଦେଇ ଥିବା ବେଳେ ନିଧିପଣ୍ଡା ବାଇପାସରୁ ଏକ ବିଶାଳ ଶୋଭାଯାତ୍ରାରେ ସାଂସଦ ଓ ବିଧାୟକ ପାର୍ଥିଙ୍କୁ ସଭା ସ୍ଥଳରେ ନିଆଯାଇଥିଲା।ଏହି ଅବସରରେ ଅଭିନେତ୍ରୀ ଜିନା, ଭୂମିକା ଏବଂ ଅଭିନେତା ସ୍ବରାଜ ବାରିକ ପ୍ରମୁଖ ଦଳୀୟ ପାର୍ଥିଙ୍କ ପାଇଁ ପ୍ରଚାର କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ