ଘର ପୋଡି ପିଡିତ ଙ୍କୁ ସହାୟତା ର ହାତ ବଢାଇଲେ ଅଭିମନ୍ୟୁ

ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ବଡ ରମ୍ପାସ ଗ୍ରାମ ଦକ୍ଷିଣ ସାହିରେ ଗତକାଲି ରାତିରେ ଅଗ୍ନିକାଣ୍ଡ ଘଟି ବାଇଧର ସାଙ୍କ ୨ବଖରା ଚାଳଘର ପୋଡ଼ି ଯାଇଥିଲା। ପରିବାର ଲୋକେ ଖାଇପିଇ ଶୋଇ ଥିବା ବେଳେ ଅକସ୍ମାତ ଅଗ୍ନିକାଣ୍ଡ ଘଟି ଘରର ସମସ୍ତ ଆସବାବ ପତ୍ର ପୋଡ଼ି ପାଉଁଶ ହୋଇଯାଇଥିଲା। ଗାଁ ଲୋକେ ନିଆଁ କୁ ଆୟତ କରିଥିବା ବେଳେ ଦମକଳ ପହଞ୍ଚି ନିଆଁ କୁ ସମ୍ପୂର୍ଣ୍ଣ ଲିଭାଇଥିଲା। ବାଇଧର ସା ଜଣେ ଅସହାୟ ଗରିବ ପରିବାର ହୋଇଥିବା ବେଳେ ଘରେ ଏକମାତ୍ର ବିକଳାଙ୍ଗ ପୁଅ ଓ ସ୍ତ୍ରୀ ଙ୍କୁ ନେଇ ଦିନ କାଟୁଥିବା ବେଳେ ଅଗ୍ନିକାଣ୍ଡ ତାଙ୍କ ପାଇଁ ବୋଝ ଉପରେ ନଳିତାବିଡା ସଦୃଶ ହୋଇଛି। ଅଗ୍ନିକାଣ୍ଡ ଖବର ପାଇ ବିଧାୟକ ପ୍ରାର୍ଥୀ ଅଭିମନ୍ୟୁ ସେଠି, ସରପଞ୍ଚ ରବିନ୍ଦ୍ର ଜେନା ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ସାହାଯ୍ୟର ହାତ ବଢ଼ାଇଛନ୍ତି। କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ