ଶ୍ରୀଜଗନ୍ନାଥ ମନ୍ଦିରରେ ଶ୍ରୀନୃସିଂହ ଚତୃଦଶୀ ପାଳିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଦକ୍ଷିଣ ଓଡ଼ିଶାର ଶ୍ରୀକ୍ଷେତ୍ର ଭାବେ ପରିଚିତ ପାରଳାଖେମୁଣ୍ଡି ଶ୍ରୀଜଗନ୍ନାଥ ମନ୍ଦିରରେ ଆଜି ପବିତ୍ର ଶ୍ରୀନୃସିଂହ ଚତୃଦଶୀ ପାଳିତ ହୋଇଯାଇଛି. ଭୋର ସକାଳ ସମୟରେ ତିନି ଠାକୁରଙ୍କୁ ସାଜସଜ୍ଜା କରିଯିବା ସହ ଶ୍ରୀ ବଳଭଦ୍ରଙ୍କୁ ନୃସିଂହ ଅବତାରରେ ଅତ୍ୟନ୍ତ ଆକାଶରଣୀୟ ଭାବେ ସାଜସଜ୍ଜା କରି ଭକ୍ତଙ୍କ ଦର୍ଶନ ନିମନ୍ତେ ଆୟୋଜନ କରାଯାଇଥିଲା. ଶ୍ରୀନୃସିଂହ ଅବତାରରେ ବଳଭଦ୍ରଙ୍କ ସହ ଭଉଣୀ ସୁଭଦ୍ରା ଓ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ ପାଇଁ ମନ୍ଦିରରେ ଭକ୍ତଙ୍କ ଭିଡ଼ ବେଶ ଜମିଥିଲା. ଭକ୍ତମାନେ ଦ୍ୱୀପ, ଧୂପ ଓ ପୁଷ୍ପମାଲ୍ୟ ଦ୍ୱାରା 3 ଠାକୁରଙ୍କୁ ପୂଜାଅର୍ଚ୍ଚନା କରି ଆଶିଷ ଗ୍ରହଣ କରିଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ