୨ ଦିନ ବାରଣ ମତ୍ସ୍ୟଜିବୀଙ୍କୁ ସମୁଦ୍ର , ବିଭିନ୍ନ ଗ୍ରାମରେ ମତ୍ସ୍ୟବିଭାଗ ପକ୍ଷରୁ ସଚେତନତା

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ । ଲଘୁଚାପ ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବ, ଏହାକୁ ଦୃଷ୍ଟିରେ ରଖି ସମୁଦ୍ରକୁ ଯିବା ପାଇଁ ମତ୍ସ୍ୟଜୀବିମାନଙ୍କୁ ବାରଣ କରାଯାଇଛି । ସମୁଦ୍ର ଅଶାନ୍ତ ରହିବ । ତେଣୁ ବିପଦ ଥିବାରୁ ମତ୍ସ୍ୟଜୀବିମାନଙ୍କୁ ସାମୁଦ୍ରିକ ମତ୍ସ୍ୟବିଭାଗ ପକ୍ଷରୁ ୨୩ ଓ ୨୪ ଏହି ଦୁଇ ଦିନ ନ ଯିବା ପାଇଁ ସଚେତନତା କରାଯାଇଛି । ସମୁଦ୍ର ଅଶାନ୍ତ ରହିବା ଫଳରେ ପ୍ରବଳ ଉଚ୍ଚ ଜୁହାର ସମେତ ପବନ ବହିବାର ଆଶଙ୍କା ରହିଛି ଯାହାଫଳରେ ସମୁଦ୍ର ଭିତରକୁ ଡଙ୍ଗା ନେବା ପାଇଁ ବାରଣ କରିଛି । ଏନେଇ ସାମୁଦ୍ରିକ ମତ୍ସ୍ୟ ବିଭାଗ ପକ୍ଷରୁ ସମୁଦ୍ର ନିକଟରେ ବସବାସ କରୁଥିବା ଗ୍ରାମଚଂଳକୁ ଯାଇ ମାଇକ ଯୋଗେ ପ୍ରଚାର କରାଯିବା ସହ ମତ୍ସ୍ୟଜୀବି ମାନଙ୍କୁ ସଚେତନତା କରାଯାଇଛି । ଅନ୍ୟପକ୍ଷରେ ସମୁଦ୍ରକୁ ଦୈନିକ ମାଚଧରିଲେ ପରିବାର ପ୍ରତିପୋଷଣ କରିଥାନ୍ତି ମତ୍ସ୍ୟଜୀବି । ତେଣୁ ଦୁଇ ଦିନ ମାଛଧରିବା ବାରଣ କରାଯାଇଥିବାରୁ ସେମାନଙ୍କ ଜୀବିକା ଉପରେ ବିଶେଷ ପ୍ରଭାବ ପଡିଥାଏ ବୋଲି ମତ୍ସ୍ୟଜୀବିମାନେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ