ଗାଙ୍ଗପଡା,ଚନ୍ଦନପୁର ଓ କେଶପୁର ଗ୍ରାମପଞ୍ଚାୟତରେ ବିଜେଡିର ଭୋଟ ପ୍ରଚାର

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗାଙ୍ଗପଡା, ଚନ୍ଦନପୁର ଓ କେଶପୁର ଗ୍ରାମପଞ୍ଚାୟତରେ ଯୁବ ବିଜେଡି ଓ ଛାତ୍ର ବିଜେଡି ପକ୍ଷରୁ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ କେନ୍ଦ୍ରାପଡା ଲୋକସଭାକ୍ଷେତ୍ରର ବିଜେଡି ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି ଓ ବିଧାୟକ ପ୍ରାର୍ଥୀ ଗଣେଶ୍ୱର ବେହେରାଙ୍କ ପାଇଁ ଘରକୁ ଘର ବୁଲି ଭୋଟ ଭିକ୍ଷା କରାଯାଇଛି । ଗାଙ୍ଗପଡା ପଞ୍ଚାୟତ ଯୁବ ବିଜେଡି ସଭାପତି ଅସିତବନ୍ଧୁ ଧଳ, ହଳଧର ସାହୁ, ତାପସ ନାୟକ, ସେକ ହବୁ, ବିଶ୍ୱଜିତ ରାଉତ, ପ୍ରକାଶ ସାହୁ, ସଙ୍ଗମ ସାମଲ, ଦୁର୍ଗାଶିଷ ମହାନ୍ତି, ମମତାରାଣୀ ଧଳ, ଡମ୍ବରୁଧର ଭୋଇ, ସରୋଜ ମହାନ୍ତି, ପ୍ରଶାନ୍ତ ମହାନ୍ତିଙ୍କ ସମେତ ସମସ୍ତ ୨୭ଟି ପଞ୍ଚାୟତର ଯୁବ ବିଜେଡି ଓ ଛାତ୍ର ବିଜେଡି ର କର୍ମକର୍ତ୍ତାମାନେ ଘରକୁ ଘର ବୁଲି ଉଭୟ ସାଂସଦ ଓ ବିଦାୟକ ପ୍ରାର୍ଥୀଙ୍କ ନିମନ୍ତେ ଭୋଟ ଭିକ୍ଷା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ