ଅଡିଟ କାର୍ଯ୍ୟରେ ଅସହଯୋଗ, ଅଧିକାରୀଙ୍କୁ ଅସମ୍ମାନ, ଆର୍ଥିକ କାର୍ଯ୍ୟରେ ହେର୍‌ଫେର୍ ପ୍ରସଙ୍ଗ

ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ) : ଭୁବନେଶ୍ୱର ଗ୍ରାମାଞ୍ଚଳ ତତ୍କାଳୀନ ସିଡ଼ିପିଓ କବିତା ମହାପାତ୍ରଙ୍କ ସମ୍ପର୍କରେ ରାଜ୍ୟ ସରକାର ୨୦୨୧-୨୨, ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ସ୍ୱତନ୍ତ୍ର ଅଡ଼ିଟ ପାଇଁ ନିର୍ଦ୍ଦେଶ ଦେଇଥିଲେ । ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶକ୍ରମେ ମହିଳା ଶିଶୁ ବିଭାଗର ସ୍ୱତନ୍ତ୍ର ଅଡିଟ ହୋଇଥିଲା । ଏ ସମ୍ପର୍କରେ ତାଙ୍କର ଦୁର୍ନୀତି, ଆର୍ଥିକ ହେରଫେର ଅଡ଼ିଟ ଅଧିକାରୀଙ୍କୁ କାର୍ଯ୍ୟରେ ଅସହଯୋଗ ତଥା ଷ୍ଟକ ରେଜିଷ୍ଟରରେ ଅନିୟମିତତା ଦେଖିବାକୁ ମିଳିଥିଲା । ମୁଖ୍ୟ ଶାସନ ସଚିବଙ୍କ ପତ୍ର ସଂଖ୍ୟା ୧୩୩/ସିଏସ୍‌/ ତା ୧୩.୦୨.୨୦୨୪ରେ ନିର୍ଦ୍ଦେଶ ଦେଇଥିଲେ । ଏହାକୁ ଆଧାର କରି ମହିଳା ଓ ଶିଶୁ ବିଭାଗ ପତ୍ର ସଂଖ୍ୟା ୩୫୭୯/ତା ୨୦.୦୨.୨୦୨୪ରେ ସ୍ୱତନ୍ତ୍ର ଅଡ଼ିଟ ପାଇଁ ଗ୍ରାମାଞ୍ଚଳ ସିଡ଼ିପିଓଙ୍କ କାର୍ଯ୍ୟାଳୟକୁ ପତ୍ର ଲେଖିଥିଲେ । ପ୍ରକାଶଯୋଗ୍ୟ ଯେ, ସ୍ଥାନୀୟ ବାସିନ୍ଦା ତଥା ଗଣମାଧ୍ୟମ ପ୍ରତିନିଧି ସୌଭାଗ୍ୟ ରଞ୍ଜନ ମହାନ୍ତି ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ମୁଖ୍ୟ ଶାସନ ସଚିବଙ୍କୁ ଅନୁରୋଧ କରିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ, ଲିଙ୍ଗିପୁର ଓ ଶିଶୁପାଳରେ ଥିବା ଅଙ୍ଗନବାଡ଼ି କେନ୍ଦ୍ରମାନଙ୍କୁ ଗର୍ଭବତୀ ମହିଳାମାନଙ୍କ ପାଇଁ ଆସୁଥିବା ପୁଷ୍ଟିକର ଖାଦ୍ୟ ଅତ୍ୟନ୍ତ ନିମ୍ନମାନର । ଉକ୍ତ ଅଞ୍ଚଳର ସୁପରଭାଇଜର ବୀଣାପାଣି ଦାସଙ୍କ କାର୍ଯ୍ୟକଳାପରେ ଅସନ୍ତୋଷ ବ୍ୟକ୍ତ କରି ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଥିଲା । ଏ ସମ୍ପର୍କରେ ସ୍ୱତନ୍ତ୍ର ଅଡ଼ିଟ ରିପୋର୍ଟ ଆସିବା ପରେ ଓଡ଼ିଶା ଲୋକାୟୁକ୍ତଙ୍କ କାର୍ଯ୍ୟାଳୟରେ ସିଡ଼ିପିଓଙ୍କ ନାମରେ ଅଭିଯୋଗ ଫର୍ଦ୍ଦମାନ ରୁଜୁ କରାଯାଇଛି । ସ୍ଥାନୀୟ ଗ୍ରାମବାସୀ ଓ ବୁଦ୍ଧିଜୀବିଙ୍କ ତରଫରୁ ଗଣମାଧ୍ୟମ ପ୍ରତିନିଧି ତଥା ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଏ ସମ୍ପର୍କରେ ମାନନୀୟ ଲୋକାୟୁକ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଉକ୍ତ ପ୍ରସଙ୍ଗଟି ବେଶ ସମ୍ବେଦନଶୀଳ ଓ ଅତ୍ୟନ୍ତ ସ୍ପର୍ଶକାତର ହୋଇଥିବାରୁ ସ୍ଥାନୀୟ ଜନସାଧାରଣ, ବୁଦ୍ଧିଜୀବି ସିଡ଼ିପିଓଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରକାର ଓ ଲୋକାୟୁକ୍ତଙ୍କୁ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ