ସମାଜସେବା କଥାରେ ନୁହେଁ କାର୍ଯ୍ୟରେ କରାଯାଏ ଆଶ୍ରୟ ସେବା ସଂସ୍କୃତି ଉତ୍ସବ ୨୦୨୪

ନୟାଗଡ଼ , (ଯୁଗାବ୍ଦ ନ୍ୟୁଜ) : ନୟାଗଡ ଜିଲ୍ଲାର ଶରଣକୁଳଠାରେ ରାଜ୍ୟର ଦିବ୍ୟାଙ୍ଗ ତଥା ଭିନ୍ନକ୍ଷମ, ଅସହାୟ, ଅବହେଳିତ, ଦୁସ୍ଥ, ଜରାଗ୍ରସ୍ତମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ଥଇଥାନ ଓ ଅଧିକାର ନିମନ୍ତେ ଅଗ୍ରଣୀ ଓ ପ୍ରତିଷ୍ଠିତ ସମାଜ କଲ୍ୟାଣ ସଂସ୍ଥାନ ଏବଂ ରାଜ୍ୟର ଦିବ୍ୟାଙ୍ଗମାନଙ୍କ ପାଇଁ ଓଡିଶାର ପ୍ରଥମ ସମର୍ପିତ ସ୍ୱର ତଥା ସମ୍ବାଦପତ୍ର ଓ ପତ୍ରିକା ଅସହାୟଙ୍କୁ ସହାୟତାର ସ୍ୱର ‘ଆଶ୍ରୟ’ ଦିବ୍ୟାଙ୍ଗ ସେବାଗ୍ରାମ ଆନୁକୂଲ୍ୟରେ ଭୁବନେଶ୍ୱର ରେଡକ୍ରସ୍ ଭବନଠାରେ ଆଶ୍ରୟ ସେବା ସଂସ୍କୃତି ଉତ୍ସବ ୨୦୨୪ ମହାସମାରୋହରେ ପାଳିତ ହୋଇଯାଇଛି । ଦିବ୍ୟାଙ୍ଗ ଏବଂ ସାଧାରଣବର୍ଗର ମିଳିତ ବ୍ୟକ୍ତିବିଶେଷଙ୍କୁ ନେଇ ଆଶ୍ରୟ ଆୟୋଜନ କରିଥିଲା ସେବା ସଂସ୍କୃତି ପର୍ବ । ଆଶ୍ରୟର ଦିଗ୍‌ଦ୍ରଷ୍ଟା ତଥା ସାହିତ୍ୟିକ ଦାଶ ବେନହୁରଙ୍କ ସଭାପତିତ୍ୱରେ ଖ୍ୟାତନାମା ଭାଷାବିତ୍ ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ, ଶିକ୍ଷାବିତ୍ ପ୍ରଫେସର ଡ.ସୁକାନ୍ତ ଚରଣ ମହାରଣା, କବି ଓ ସମାଜସେବିକା ବିଜୟା ମିଶ୍ର, କବି ଓ ସାହିତ୍ୟିକ ତଥା ଚିକିତ୍ସକ ଡା.ସୁଦର୍ଶନ ପଟ୍ଟନାୟକ, ପ୍ରଶାସକ ନିରଞ୍ଜନ ସାହୁ, ସାହିତ୍ୟିକା ଶରତ କୁମାରୀ ମିଶ୍ର, ସମାଜସେବିକା ତଥା ପୂର୍ବତନ ମହିଳା କମିଶନର ଲୋପାମୁଦ୍ରା ମହାନ୍ତି, କବି ଓ ସାହିତ୍ୟିକା ତଥା ସମାଜସେବିକା ଶୈଳରାଣୀ ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗଦାନ କରିଥିଲେ ।
ଏହି ଅବସରରେ ଦିବ୍ୟାଙ୍ଗମାନଙ୍କ ନିମନ୍ତେ ରାଜ୍ୟର ପ୍ରଥମ ସମ୍ବାଦପତ୍ର ‘ଆଶ୍ରୟ’ର ସ୍ୱତନ୍ତ୍ର ସଂଖ୍ୟାର ଶୁଭ ଉନ୍ମୋଚନ ହେବା ସହ କବି ଓ ସାହିତ୍ୟିକ କୁଳମଣି ଷଡଙ୍ଗୀଙ୍କ ଜୀବନୀ ପୁସ୍ତକ ‘ହଜିଲା ଅତୀତ ଅଭୁଲା ସ୍ମୃତିର’ ଶୁଭ ଲୋକାର୍ପଣ କରାଯାଇଥିଲା । କାର୍ଯ୍ୟକ୍ରମରେ ‘ଯୁଗେ ଯୁଗେ ସେବା’ ବିଷୟବସ୍ତୁକୁ ନେଇ ଅନୁଷ୍ଠିତ ଆଲୋଚନାଚକ୍ରରେ ଯୋଗ ଦେଇଥିବା ଅତିଥିମାନେ ବହୁମୂଲ୍ୟ ମତାମତ ପ୍ରଦାନ କରିଥିଲେ । ଆଶ୍ରୟର ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ସାମାଜିକ କର୍ମୀ ଲୋକନାଥ ଦାଶ ପରିଶେଷରେ ବାସ୍ତବ କ୍ଷେତ୍ରରେ ସମାଜସେବା କଥାରେ ନୁହେଁ କାର୍ଯ୍ୟରେ କରାଯାଇଥାଏ । ବାସ୍ତବ ସମାଜସେବୀମାନେ ପ୍ରଚାର ପ୍ରସାରକୁ ଧ୍ୟାନ ନଦେଇ ଜନହିତକର କାର୍ଯ୍ୟକୁ ବିଶେଷ ଧ୍ୟାନ ଦେଇଥାନ୍ତି । ବୈକୁଣ୍ଠ ନାଥ ପ୍ରଧାନ ଏବଂ ଅନିମା ପଟ୍ଟନାୟକ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ନିରଞ୍ଜନ ନାୟକ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । କବି ଓ ଗୀତିକାର ରାମକୃଷ୍ଣ ମହାରଣା ଜନସଚେତନତାମୂଳକ କବିତା ଏବଂ ପ୍ରଫୁଲ୍ଲ ନାହାକଙ୍କ ଦାସକାଠିଆ ପରିବେଷଣ ବେଶ୍ ଲୋକାଦୃତ ହୋଇଥିଲା । ଏହି ଅବସରରେ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଥିଲା । ପରିଶେଷରେ ବିଭୁଦତ୍ତ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ ଚିତ୍ତରଞ୍ଜନ ପ୍ରଧାନ, ଭିକାରୀ ଚରଣ ସ୍ୱାଇଁ, ରମେଶ କୁମାର ମହାପାତ୍ର ଏବଂ ଅରବିନ୍ଦ ତ୍ରିପାଠୀ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ