ଭାରତୀୟବିକାଶ ପରିଷଦର ଭୁବନେଶ୍ୱରଲୋକସଭା ପ୍ରାର୍ଥୀସଂଗ୍ରାମୀ ନଟବରମହାରଣାଙ୍କ ନିର୍ବାଚନୀ ପ୍ରଚାର

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଭାରତୀୟ ବିକାଶ ପରିଷଦର ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ସଂଗ୍ରାମୀ ନଟବର ମହାରଣା ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୟୁନିଟ୍‌-୨ ଅଂଚଳର ପଟେଲବସ୍ତିରେ ନିର୍ବାଚନୀ ପ୍ରଚାର କରିଛନ୍ତି । ମହାରଣା ପଟେଲହଲ୍‌ ବସ୍ତିର ଘରକୁ ଘର ବୁଲି ପ୍ରଚାର ପତ୍ର ବାଂଟି ଅଟୋରିକ୍ସା ଚିହ୍ନରେ ଭୋଟ ଦେଇ ବିଜୟୀ କରିବା ପାଇଁ ଭୋଟର ମାନଙ୍କୁ ଅନୁରୋଧ କରିଥିଲେ । ମହାରଣା କ୍ଷମତାକୁ ଆସିଲେ ବସ୍ତିବାସିନ୍ଦାଙ୍କୁ ନୂତନ ଗୃହ ପ୍ରଦାନ, ଦୁଇମାସମଧ୍ୟରେ ଚିଟ୍‌ଫଣ୍ଡ ଜମାକାରୀଙ୍କୁ ଅର୍ଥ ପ୍ରଦାନ ସହ ତିନିଲକ୍ଷ ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବାସହି ରାଜ୍ୟରେ ଶୀଭଳଭଣ୍ଡାର ପ୍ରତିଷ୍ଠାକରି ବେବୋଲି ପ୍ରତିଶ୍ରୁତି ଦେଇଥିଲେ ।ଏହି ପ୍ରଚାର କାର୍ଯ୍ୟକ୍ରମରେ ନବକିଶୋର ମଲ୍ଲିକ, ବିକାଶସାହୁ, ସତ୍ୟରଞ୍ଜନ ମହାରଣା, ନକୁଳାନନ୍ଦ ନାୟକ ପ୍ରମୁଖ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ