ଗୁଣି ସନ୍ଦେହରେ ସଂଘବଦ୍ଧ ଆକ୍ରମଣ, ଭୟରେ ଗାଁ ଛାଡ଼ିଲେ ଗୋଟିଏ ପରିବାରର ୫ ସଦସ୍ୟ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାରେ ଗୁଣି ସନ୍ଦେହରେ ସଂଘବଦ୍ଧ ଆକ୍ରମଣ ଯୋଗୁଁ ଭୟରେ ଗାଁ ଛାଡିଛନ୍ତି ଗୋଟିଏ ପରିବାରର ୫ ଜଣ ସଦସ୍ୟ, ଏନେଇ ଥାନାରେ ଅଭିଯୋଗ କରିଛନ୍ତି ପୀଡିତ ପରିବାର, ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ଅଡବା ଥାନା ରକ୍ଷଜଖମକ୍ଷ ଗାଁରେ, ଗତ କିଛି ବର୍ଷ ହେଲା ଗାଁର ସନ୍ୟାସୀ ଦଳପତିଙ୍କ ପରିବାରକୁ ଗୁଣି ସନ୍ଦେହ କରୁଛନ୍ତି ଗାଁ ଲୋକେ, ଗାଁ କେହି ରୋଗରେ ପଡ଼ିଲେ ସେ ହିଁ କରିଛି ବୋଲି ତାଙ୍କୁ ଆକ୍ଷେପ କରୁଥିଲେ, ଗତ ୧୭ ତାରିଖ ରାତି ପ୍ରାୟ ୮ ଟାରେ ଅଚାନକ ଗାଁର କିଛି ଲୋକ ଠେଙ୍ଗା ବାଡି ଧରି ତାଙ୍କ ଘର ଆଗରେ ପାଟିତୁଣ୍ଡ କରିଥିଲେ ବୋଲି ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ସୂଚନା ଦେଇ କହିଛନ୍ତି ଯେ, ଏପରିକି ତାଙ୍କ ୮ ବର୍ଷର ଝିଅକୁ ମଧ୍ୟ ମାରଧର କରିଥିଲେ, ତେଣୁ ଭୟରେ ତାଙ୍କ ପରିବାର ଗାଁ ଛାଡ଼ି ପଳାଇ ଆସିବା ସହ ଅଡବା ଥାନାରେ ଏନେଇ ଲିଖିତ ଅଭିଯୋଗ କରିଛନ୍ତି ସନ୍ନ୍ୟାସୀ, ତାଙ୍କ ପରିବାରର ଜିବନ ପ୍ରତି ବିପଦ ଥିବାରୁ ଏବେ ତାଙ୍କ ବାପା, ସ୍ତ୍ରୀ ଓ ଦୁଇ ଝିଅ କୁ ନେଇ ଅଡବା ନିକଟସ୍ଥ ପଦକ୍ଷଗାଁରେ ଏକ ଭଡ଼ା ଘରେ ରହୁଛନ୍ତି, ତେଣୁ ତୁରନ୍ତ ତାଙ୍କ ପରିବାରକୁ ନ୍ୟାୟ ପାଇଁ ଗୁହାରି କରିଛନ୍ତି ସନ୍ନ୍ୟାସୀ, ଅନ୍ୟ ପକ୍ଷରେ ଅଡବା ଥାନାରେ ଏନେଇ ଏକ ମାମଲା ରୁଜୁ ହୋଇଛି. ଘଟଣା ନେଇ ତଦନ୍ତ ଜାରି ରହିଥିବା ସୂଚନା ଦେଇଛନ୍ତି ଅଡବା ଥାନା ଅଧିକାରୀ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ