ନାବାଳକଙ୍କୁ ନୂଆ ଜୀବନ ଦେଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

ଦେବଗଡ଼, (ଯୁଗାବ୍ଦ ନ୍ୟୁଜ) : ୧୦୮ ଆମ୍ବୁଲାନ୍ସର ଜଣେ ଡ୍ରାଇଭର ରକ୍ତଦାନ କରି ଜଣେ ୧୪ ବର୍ଷର ବାଳକର ଜୀବନ ବଂଚାଇଛନ୍ତି । ଘଟଣାନୁଯାୟୀ ଦେବଗଡ଼ ଜିଲ୍ଲା ତିଳେଇବଣି ବ୍ଲକ ଅନ୍ତର୍ଗତ ଦୁଧିଆନାଳି ପଂଚାୟତର ମୁଣ୍ଡଗୋହିରା ଗ୍ରାମର କୃପାସିନ୍ଧୁ ମହାକୁଳଙ୍କ ପୁଅ ଗୋବିନ୍ଦ ମହାକୁଳ(୧୪ ବର୍ଷ) ସିକଲ୍ ସେଲ୍ ରୋଗ ଓ ଦୁର୍ବଳତାରେ ପୀଡ଼ିତ ହୋଇ ଡିଏଚଏଚ୍ ଦେବଗଡ଼ରେ ଭର୍ତି ହୋଇଥିଲେ । ତାଙ୍କର ଚିକିତ୍ସା କରୁଥିବା ଡାକ୍ତର ଦୀପକ ମହାନ୍ତି ତାଙ୍କ ପିତାମାତାଙ୍କୁ ରକ୍ତ ସଂଗ୍ରହ କରିବାକୁ ପରାମର୍ଶ ଦେଇଥିଲେ, ନଚେତ୍ ରୋଗୀଙ୍କ ଅବସ୍ଥା ଖରାପ ହୋଇଯିବ ବୋଲି ସେ ଜଣାଇଥିଲେ । ତାଙ୍କ ବ୍ଲଡ୍ ଗ୍ରୁପ୍ ଥିଲା ବି’ପଜିଟିଭ ଏବଂ ସେହି ସମୟରେ ରକ୍ତଭଣ୍ଡାରରେ ସମାନ ବ୍ଲଡ ଗ୍ରୁପ୍‌ର ରକ୍ତ ଉପଲବ୍ଧ ନଥିଲା । ସମାନ ବ୍ଲଡ୍ ଗ୍ରୁପ୍‌ର ରକ୍ତ ନମିଳିବାରୁ ରୋଗୀଙ୍କ ପିତାମାତା ବହୁତ ନିରାଶ ଥିଲେ । ଏହି ସମୟରେ ହସ୍ପିଟାଲର ହେଲ୍ପଡେସ୍କରୁ ଏ ସଂକ୍ରାନ୍ତରେ ସୂଚନା ପାଇଥିଲେ ୧୦୮ ଆମ୍ବୁଲାନ୍ସ ଡ୍ରାଇଭର ଅମୃତ ସିଂହ ଏବଂ ସୌଭାଗ୍ୟବସତଃ ତାଙ୍କର ବ୍ଲଡ୍ ଗ୍ରୁପ୍ ମଧ୍ୟ ସମାନ ଥିଲା । ତେଣୁ ରୋଗୀଙ୍କ ପିତାମାତା ଅମୃତ ସିଂହଙ୍କୁ ରକ୍ତଦାନ କରି ତାଙ୍କ ପୁଅର ଜୀବନ ବଂଚାଇବାକୁ ଅନୁରୋଧ କରିଥିଲେ । ଯାହାପରେ ୧୦୮ ଆମ୍ବୁଲାନ୍ସ ଡ୍ରାଇଭର ଅମୃତ ନିଜର ମାନବିକତା ଦେଖାଇ ଏକ ମୂଲ୍ୟବାନ ଜୀବନ ବଂଚାଇବା ପାଇଁ ଆଗେଇ ଆସିଥିଲେ । ଏହାପରେ ଅମୃତ ଏହି ରୋଗୀଙ୍କୁ ରକ୍ତଦାନ କରିଥିଲେ । ତାଙ୍କର ଏହି ମାନବିକତା ପାଇଁ ସେ ଖୁବ ପ୍ରଶଂସିତ ହୋଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ