୫ମ ଦିନରେ ଠାକୁରାଣୀ ଯାତ୍ରା ପୂଜାପାଠ ଓ ଯାକଜକମରେ ଦୁଲୁକୁଛି ରାୟଗଡ଼ ଗ୍ରାମ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ସଦର ମହକୁମା ସ୍ଥିତ ଓଡ଼ିଆ ସାହିରେ ମା’ ଠାକୁରାଣୀଙ୍କ ଯାତ୍ରା ୫ମ ଦିନରେ ପହଞ୍ଚିଛି I ଦୀର୍ଘ ସାତ ବର୍ଷ ପରେ ଉକ୍ତ ଯାତ୍ରା ଅନୁଷ୍ଠିତ ହେଉଥିବାରୁ ରାୟଗଡ଼ ଚଳଚଞ୍ଚଳ ହୋଇ ଉଠିଛି। ଦିନରେ ଟାଣ ଖରା ସତ୍ତ୍ବେ ବେଶଭୂଷା ଏବଂ ସନ୍ଧ୍ୟା ହୋଇଗଲେ ମା’ଙ୍କ ନଗର ପରିକ୍ରମା ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକୁଛି ରାୟଗଡ଼ ଗାଁ ଦାଣ୍ଡ ଓ ଦ୍ଵିତୀୟ ଦିନରେ ଭୂତ କେଳି, ତୃତୀୟ ଦିନରେ ଗଞ୍ଜାମ ଜିଲ୍ଲାର ଭକ୍ତ ପ୍ରହ୍ଲାଦ ନାଟକ ମଞ୍ଚସ୍ଥ ହୋଇଥିଲା। ଟାଣ ଖରା ହେଉଥିଲେ ମଧ୍ୟ ମାନସିକଧାରୀମାନେ ବେଶଭୂଷାରେ ବାହାରି ଗାଁ ବୁଲିଥିଲେ | ମା’ଙ୍କ ସନ୍ଧ୍ୟା ଆଳତି ପରେ ନଗର ପରିକ୍ରମାରେ ବାହାରି ବିଭିନ୍ନ ସାହିର ପ୍ରତି ଗଳିକନ୍ଦିରେ ଘଟ ପୂଜା ପାଇଥିଲା | ଏନେଇ ରାୟଗଡ଼ ସାରା ପୁରା ଉତ୍ସବ ମୁଖର ହୋଇପଡ଼ିଛି। କାର୍ଯ୍ୟକ୍ରମକୁ ପରିଚାଳନା କମିଟିର ସଭାପତି ଚିତ୍ର ସେନା ଲେଙ୍କା, ଉପସଭାପତି ପିଲ୍ମ୍ ପାଇକ, କୋଷାଧ୍ୟକ୍ଷ ଚନ୍ଦନ ଦାସ, ସ୍ୱରୂପ ପଟ୍ଟନାୟକ, ସଞ୍ଜୀବ ପାଇକ, ବାବୁନି ପାଣିଗ୍ରାହୀ, ମନୁ ସାହୁ, ଶିବାନନ୍ଦ ପାଇକ ପ୍ରମୁଖ ପରିଚାଳନା କରିଥିବାବେଳେ କମିଟର ସଦସ୍ୟ, ସଦସ୍ୟା ଏବଂ ଯୁବଗୋଷ୍ଠୀ ସହଯୋଗ କରିଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ