ନୌପଡ଼ା- ପାରଳାଖେମୁଣ୍ଡି- ଗୁଣୁପୁର ରେଳ ଲାଇନରେ ସମସ୍ତ ଟ୍ରେନ୍ ଚଳାଚଳ ବନ୍ଦ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ନୌପଡ଼ା- ପାରଳାଖେମୁଣ୍ଡି- ଗୁଣୁପୁର ରେଳପଥର ଚଳାଚଳ କରୁଥିବା ସମସ୍ତ ଟ୍ରେନ୍‌ ଆଜି ଶୁକ୍ରବାର ଠାରୁ ଚଳିତ ମାସ ୨୭ ତାରିଖ ପର୍ଯ୍ୟନ୍ତ ଅର୍ଥାତ ୪ ଦିନ ବନ୍ଦ ରହିବ ବୋଲି ୱାଲଟିୟର ଡିଭିଜନ ସୂତ୍ରରୁ ସୂଚନା ଦିଆଯାଇ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ଜଣାଇ ଦିଆଯାଇଛିଯେ ପାରଳାଖେମୁଣ୍ଡି ରେଳ ଳଷ୍ଟେସନରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସହ ଇଲେକ୍ଟ୍ରି ଫିକେସନ କାର୍ଯ୍ୟ, ଫୁଟ୍ ବ୍ରିଜ୍‌ର ନିର୍ମାଣ ଆଦି ଯୋଗୁଁ ଏହି ରେଳପଥରେ ଟ୍ରେନ୍ ଚଳାଚଳ ସମସ୍ତ ଟ୍ରେନକୁ ବନ୍ଦ ରଖାଯାଇଛି. ଆନ୍ଧ୍ରର ପୁଣ୍ଡି- ନୌପଡ଼ା, ନୌପଡ଼ା- କୋଟାବମାଳି ଆଦି ଠାରେ ଉନ୍ନତିକରଣ କାମ ଚାଲୁ ରହିଛି. ଏଥିଯୋଗୁଁ ନୌପଡ଼ା- ପାରଳାଖେମୁଣ୍ଡି- ଗୁଣୁପୁର ରେଳପଥର ସମସ୍ତ ଟ୍ରେନକୁ ବାତିଲ କରାଯାଇଥିବା ବେଳେ ନୌପଡ଼ା ମୁଖ୍ୟ ରେଳ ପଥରେ ଚଳାଚଳ କରୁଥିବା କେତେକ ଟ୍ରେନକୁ ଯଥା ସିକେନ୍ଦ୍ରାବାଦ- ସାଲିମାର ଏବଂ ସିକେନ୍ଦ୍ରବାଦ-ସନ୍ତ୍ରାଗାଚି ଟ୍ରେନ୍ ଏହି ଚାରି ଦିନ ପାଇଁ ସମୟ ସାରଣୀ ପରିବର୍ତ୍ତନ କରାଯାଇଥିବାର ମଧ୍ୟ ସୂଚନା ଦିଆ ଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ