କାଜୁ ବଗିଚାରେ ଗୁଳିକାଣ୍ଡ ଦୁଇ ଗୁରୁତର

ବୁଗୁଡ଼ା,(ଅନିଲ କୁମାର ମହାରଣା):କାଜୁ ବଗିଚାରୁ କାଜୁ ସଂଗ୍ରହ କରୁଥିବା ସମୟର ଗୁଳି ଫୁଟି ଦୁଇ ଗୁରୁତର ଆହତ ହୋଇଥିବା ଜଣାପଡିଛି। ଘଟଣା ଘଟିଛି ବୁଗୁଡା ଥାନା ଅନ୍ତର୍ଗତ କରସିଙ୍ଗି ପଞ୍ଚାୟତର ପୋକସୁଙ୍ଗା ଗ୍ରାମରେ । ସ୍ଥାନୀୟ ଗ୍ରାମବାସୀ ବୁଗୁଡା ପୋଲିସ ଥାନାକୁ ଖବର ଦେବାପରେ ଆମ୍ବୁଲାନ୍ସ ଦ୍ୱାରା ଦୁଇ ଗୁରୁତର ଆହାତ ରଘୁନାଥ ଜାନୀ ଓ ଅବକାଶ ଜାନୀଙ୍କୁ ବୁଗୁଡା ମେଡିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଗୁଳିକାଣ୍ଡରେ ଆହାତ ଦୁଇ ଜଣ କହିବା ପ୍ରକାରେ ପୋକସୁଙ୍ଗା ଗ୍ରାମର କାଜୁ ବଗିଚାରେ କାଜୁ ତୋଳୁଥିବା ସମୟରେ କେହି ସେହି ଦୁଇଜଣଙ୍କ ଉପରକୁ ପଛପଟୁ ଗୁଳି କରିଥିବା ବେଳେ ସେଦୁହେଁ ଗୁଳିକାଣ୍ଡ ଘଟାଇଥିବା ଲୋକଙ୍କୁ ଦେଖିପାରିନାହାଁନ୍ତି। ଉଭୟ ଆହାତ ରଘୁନାଥ ଜାନୀ ଓ ଅବକାଶ ଜାନୀଙ୍କ ବାମ ଗୋଡ ଜଙ୍ଘରେ ଗୁଳିମାଡ଼ ହୋଇଥିବା ଯୋଗୁଁ ଗୁଳିକାଣ୍ଡ ଘଟଣାରେ ଏକାଧିକ ବ୍ୟକ୍ତି ସମ୍ପୃକ୍ତ ରହିଥିବା ଜଣାପଡୁଛି। ଯଦି ଜଣେ ବ୍ୟକ୍ତି ଗୁଳିକାଣ୍ଡ ଘଟାଇଥାଏ ତେବେ ଜଣେ ବ୍ୟକ୍ତିଙ୍କ ଜଙ୍ଘରେ ଗୁଳି ଫୁଟିଲା ବେଳେ ଅନ୍ୟ ଜଣେ ସତର୍କ ହୋଇ ପାରିଥାନ୍ତେ। କେଉଁ କାରଣରୁ ଏହି ଘଟଣା ଘଟିଛି ପୋଲିସର ତଦନ୍ତ ପରେ ହିଁ ସ୍ୱଷ୍ଠ ହୋଇପାରିବ। ବୁଗୁଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ