ମା’ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା ପୂର୍ବରୁ ମା’ବ୍ୟାଘ୍ରଦେବୀଙ୍କ ଅନୁମତି ନିଆଗଲା

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଛତ୍ରପୁର ସହରର ଅଧିଷ୍ଠାତ୍ରୀ ଦେବୀ ମା’ରାମାୟାଣାମ୍ମା ଠାକୁରାଣୀଙ୍କ ଦ୍ୱିବାର୍ଷିକୀ ଯାତ୍ରା ଆସନ୍ତା ମେ ୨୭ରୁ ଆରମ୍ଭ ହେବ । ପ୍ରଥା ଅନୁସାରେ ମା’ବ୍ୟାଘ୍ରଦେବୀ ଠାକୁରାଣୀଙ୍କ ଯାତ୍ରା ପରେ ହିଁ ଛତ୍ରପୁର ସହରରେ ମା’ରାମାୟାଣାମ୍ମାଙ୍କ ଯାତ୍ରା ଅନୁଷ୍ଠିତ ହୁଏ । କିନ୍ତୁ ଚଳିତ ବର୍ଷ ନିର୍ବାଚନର ପର୍ବ ରହିଥିବାରୁ ମା’ବ୍ୟାଘ୍ରଦେବୀଙ୍କ ଯାତ୍ରା ହେବାରେ ବିଳମ୍ବ ହୋଇଛି । ସାଧାରଣତଃ ମା’ବ୍ୟାଘ୍ରଦେବୀଙ୍କ ଯାତ୍ରା ପୁଲିସ ପକ୍ଷରୁ ଆୟୋଜିତ ହୋଇଥାଏ । ନିର୍ବାଚନ ଏବଂ ଭୋଟ ଗଣିତିକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ମା’ବ୍ୟାଘ୍ରଦେବୀଙ୍କ ଯାତ୍ରା ବିଳମ୍ବରେ ଅନୁଷ୍ଠିତ ହେବ । ଏଣୁ ମା’ରାମାୟାଣାମ୍ମା ଠାକୁରାଣୀ ଯାତ୍ରା ପାଇଁ ଦିନ ଧାର୍ଯ୍ୟ ହୋଇଥିବା ବେଳେ ଯାତ୍ରା ଆରମ୍ଭ କରିବା ପୂର୍ବରୁ ମା’ବ୍ୟାଘ୍ରଦେବୀଙ୍କ ଅନୁମତି ତଥା ଆଦେଶ ଗ୍ରହଣ କରାଯାଇଛି । ଆଜି ମା’ରାମାୟାଣାମ୍ମା ଠାକୁରାଣୀ ଯାତ୍ରା କମିଟିର ମ୍ୟାନେଜର ସିଏଚ୍‌.ଦୟାନନ୍ଦ ରେଡ୍ଡୀଙ୍କ ନେତୃତ୍ୱରେ ଶତାଧିକ ପୂଜା କମିଟିର ସଦସ୍ୟମାନେ ଚଣ୍ଡିଛକ ସ୍ଥିତ ମା’ରାମାୟାଣାମ୍ମାଙ୍କ ମନ୍ଦିରରେ ପୂଜା ଅର୍ଚ୍ଚନା କରି ଏକ ଶୋଭାଯାତ୍ରା ମାଧ୍ୟମରେ ପୁରୁଣା ପୁଲିସ୍ ଲାଇନ୍ ସ୍ଥିତ ମା’ବ୍ୟାଘ୍ରଦେବୀ ମନ୍ଦିର ଠାରେ ପହଞ୍ଚିଥିଲେ । ସେଠାରେ ମା’ରାମାୟାଣାମ୍ମା ଠାକୁରାଣୀ ଯାତ୍ରା ଆରମ୍ଭ କରିବା ପାଇଁ ମା’ବ୍ୟାଘ୍ରେଦବୀଙ୍କ ଠାରୁ ଆଜ୍ଞା ଲୋଡାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଠାକୁରାଣୀ ଯାତ୍ରା କମିଟିର ଆସିଷ୍ଟାଣ୍ଟ ମ୍ୟାନେଜର ଏମ୍‌.ସମରେନ୍ଦ୍ର ସେନାପତି, ଏସ୍‌.କ୍ରିଷ୍ଣା ରାଓ, କୋଷାଧ୍ୟକ୍ଷ ପି.ରାଜୁ ରେଡ୍ଡୀ, ଏନ୍‌.ଦୁର୍ଗା ପ୍ରସାଦଙ୍କ ସମେତ ବହୁ ସଦସ୍ୟସାମିଲ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ