ନାଉଗାଁ ବ୍ଳକରେ ୭୬ଟି ମତଦାନ କେନ୍ଦ୍ରରେ ଭୋଟ ଦେବେ ୭୦ ହଜାର ୨୪୧ ମତଦାତା

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ବିଧାନସଭା ମଣ୍ଡଳୀରେ ଶେଷ ପର୍ଯ୍ୟାୟ ଭୋଟ ଜୁନ ୧ ରେ ଅନୁଷ୍ଠିତ ହେବ । ବିଧାନସଭା ଓ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ନାଉଗାଁ ବ୍ଳକ ପ୍ରଶାସନ ପକ୍ଷରୁ ବୁଥ ଗୁଡିକୁ ଯାଂଚ କରାଯାଇଛି । ବ୍ଳକ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ଅନୁସାରେ ଉକ୍ତ ବ୍ଳକରେ ୭୬ଟି ମତଦାନ କେନ୍ଦ୍ରରେ ୭୦ ହଜାର ୨୪୧ ମତଦାତା ସେମାନଙ୍କର ମତ ସାବ୍ୟସ୍ତ କରିବେ । ସେଥିମଧ୍ୟରୁ ୩୬ ହଜାର ୬୨୧ ଜଣ ପୁରୁଷ ମତଦାତା ହୋଇଥିବା ବେଳେ ୩୩ ହଜାର ୬୧୬ଜଣ ମହିଳା , ୪ଜଣ ଅନ୍ୟାନ୍ୟ ମତଦାତା ହୋଇଥିବା ଜଣାଯାଇଛି । ସେହିପରି ୭୬ଟି ମତଦାନ କେନ୍ଦ୍ର ମଧ୍ୟରୁ ସମ୍ବେଦନଶୀଳ ଓ ଅତି ସମ୍ବେଦନଶୀଳ ୩୦ଟି ମତଦାନ କେନ୍ଦ୍ର ରହିଥିବା ବେଳେ ଆଦର୍ଶ ମତଦାନ କେନ୍ଦ୍ର ୮ଟି ଓ ସ୍ୱତନ୍ତ୍ର ମତଦାନ କେନ୍ଦ୍ର ୩ଟି ରହିଛି । ମତଦାତାଙ୍କ ମଧ୍ୟରେ ୫୭ଜଣ ବରିଷ୍ଠ ନାଗରିକ,୨୨ଜଣ ଶାରିରୀକ ଅକ୍ଷମ ମତଦାତା ରହିଛନ୍ତି । ବରିଷ୍ଠ ଓ ଶାରିରୀକ ଅକ୍ଷମ ମତଦାତାମାନଙ୍କ ପାଇଁ ପ୍ରଶାସନ ପକ୍ଷରୁ ଘରକୁ ଯାଇ ବାଲାଟ ପେପରରେ ମତଦାନ ଗ୍ରହଣ କରାଯିବା ପାଇଁ ବ୍ୟବସ୍ଥା କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ