କଂଗ୍ରେସ ବିଧାୟକ ପ୍ରାର୍ଥୀଙ୍କ ପାଇଁ କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକାଙ୍କ ମାରାଥନ ପ୍ରଚାର

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):କୋଣାର୍କ ଏନଏସି ଅଧିନସ୍ଥ ୧୩ଗୋଟି ଓ୍ବାର୍ଡରେ କାକଟପୁର ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ବିଶ୍ବ ଭୂଷଣ ଦାସଙ୍କ ପାଇଁ କୋରାପୁଟ କଂଗ୍ରେସ ସାଂସଦ ସପ୍ତଗିରି ଉଲ୍ଲାକା ରୋଡ ସୋ ଓ ମାରାଥନ ପ୍ରଚାର କରିଥିବା ଦେଖିବାକୁ ମିଳିଛି। କାକଟପୁର ନିର୍ବାଚନ ମଣ୍ଡଳୀର ଯୁବ ନେତା ତଥା ପୂର୍ବତନ ଓଡିଶା ପ୍ରଦେଶ କଂଗ୍ରେସ କମିଟି ଉପସଭାପତି ବିଶ୍ବ ଭୂଷଣ ଦାସ ଚଳିତ ସାଧାରଣ ନିର୍ବାଚନ ୨୦୨୪ ରେ ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି। କୋଣାର୍କ ନଗର କଂଗ୍ରେସ ସଭାପତି ଉପେନ୍ଦ୍ର କାଣ୍ଡିଙ୍କ ନେତୃତ୍ବରେ କୋଣାର୍କ ଏନଏସି ଅଧିନସ୍ଥ ୧୩ଗୋଟି ଓ୍ବାର୍ଡର କଂଗ୍ରେସ ନେତା ଓ କର୍ମୀ ମାନେ ଜୁଣେଇ ବଜାର ଠାରେ ଏକତ୍ରିତ ହୋଇ କୋରାପୁଟ କଂଗ୍ରେସ ସାଂସଦ ସପ୍ତଗିରି ଉଲ୍ଲାକାଙ୍କୁ ବିରାଟ ଶୋଭାଯାତ୍ରାରେ ପାଛୋଟି ଆଣି ତାଙ୍କୁ ଭବ୍ଯ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ଏହା ପରେ କୋଣାର୍କ ଏନଏସି ଅଧିନସ୍ଥ ୧୧,୧୨,୧୩ ସମେତ ୧୩ ଓ୍ବାର୍ଡରେ କଂଗ୍ରେସର ଷ୍ଟାର ପ୍ରଚାରକ ସାଂସଦ ଶ୍ରୀ ଉଲ୍ଲାକା କାକଟପୁର ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ବିଶ୍ବ ଭୂଷଣ ଦାସଙ୍କ ନିମନ୍ତେ ଭୋଟ ଭିକ୍ଷା କରିଥିଲେ। ଏହି କାର୍ଯ୍ୟକ୍ରମରେ ସାଂସଦ ଶ୍ରୀ ଉଲ୍ଲାକା ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ପ୍ରକାଶିତ ୯ ଗ୍ଯାରେଣ୍ଟି ନିର୍ବାଚନ ଇସ୍ତାହାର କୁ ଭୋଟର ଓ ଜନସାଧାରଣ ମାନଙ୍କ ନିକଟରେ ଉପସ୍ଥାପନ କରିଥିଲେ। ଏହି ନିର୍ବାଚନମଣ୍ଡଳୀରେ କଂଗ୍ରେସ ପ୍ରାର୍ଥୀ ବିଶ୍ବ ଭୂଷଣ ଦାସଙ୍କୁ ହାତ ଚିହ୍ନରେ ମୋହର ମାରି ବିପୁଳ ଭୋଟରେ ବିଜୟୀ କରିବା ପାଇଁ କୋଣାର୍କ ଏନଏସିର ୧୩ ଗୋଟି ଓ୍ବାର୍ଡରେ ନିବେଦନ କରିଥିଲେ। ଏହି ରୋଡ ସୋ ଓ ଶୋଭାଯାତ୍ରାରେ ଓଡିଶା ପ୍ରଦେଶ କଂଗ୍ରେସ କୃଷକ ସେଲ ସଭାପତି ଅମିୟ କୁମାର ପଟ୍ଟନାୟକ, କାକଟପୁର ବ୍ଲକ ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିପିନ ବିହାରୀ ମହାନ୍ତି, ପିସିସି ସାମାଜିକ ଗଣମାଧ୍ୟମ ସାଧାରଣ ସମ୍ପାଦକ ସୁବାସ ଚନ୍ଦ୍ର ନାୟକ, କୋଣାର୍କ ଏନଏସି ପୂର୍ବତନ ଉପାଧ୍ୟକ୍ଷ ସୁବୋଧ ଖଟୁଆ, ପୂର୍ବତନ ଯୁବ କଂଗ୍ରେସ ସଭାପତି ସ୍ବାଧୀନ ନାୟକ, ଗୋପ ବ୍ଲକ କଂଗ୍ରେସ ସଭାପତି ଭାସ୍କର ଚନ୍ଦ୍ର ସେଠ, ଦେଶପ୍ରାଣ ଲେଙ୍କା, ଚନ୍ଦନ ଲେଙ୍କାଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ସାମିଲ ହୋଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ସହ ଏକ ପରିବର୍ତ୍ତନଶୀଳ ଓ ବିକଶିତ ଭାରତ ଗଠନ ପାଇଁ କଂଗ୍ରେସ କର୍ମୀ ଓ ନେତା ମାନଙ୍କୁ ପରାମର୍ଶ ଦେଇଥିଲେ। ଏହି ରୋଡ ସୋ ଓ ଶୋଭାଯାତ୍ରାରେ କୋଣାର୍କ ଏନଏସିର ୧୩ଗୋଟି ଓ୍ବାର୍ଡରୁ ଶତାଧିକ କଂଗ୍ରେସ କର୍ମୀ ଏଥିରେ ସାମିଲ ହୋଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ