ଗ୍ରାସୀମ ଇଣ୍ଡୋ ଷ୍ଟିଜରେ ଏସିଡି ପାଇପ ଫାଟି ପାଞ୍ଚ ଆହତ, ଜଣେ ଗୁରୁତର

ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ସହର ସ୍ଥିତ ଗ୍ରାସୀମ ଇଣ୍ଡୋଷ୍ଟିଜଜରେ ସଲଫୁରିକ ଏସିଡି ପାଇପ ଲାଇନ ଫାଟି ତିନିଜଣ ଇଞ୍ଜିନିୟରଙ୍କ ସମେତ ତିନି ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛିlସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ଭୁବେନେଶ୍ୱର ଏକ ଘରୋଇ ହସ୍ପିଟାଲ କୁ ଚିକିତ୍ସା ପାଇଁ ସ୍ଥାନାନ୍ତରିତ କରାଯାଇଥିବା ଜଣା ପଡିଛି l ଯାହାଜୁ ନେଇ ଉତେଜନା ଦେଖା ଦେଇଥିଲା lଆଜି ସକାଳ ପ୍ରାୟ ଆଠ ଘଣ୍ଟ 45ମିନିଟ ସମୟରେ କାରଖନା ଭିତରେ ଷଡ଼ଡାଉନ ହୋଇଥିବା ଯୋଗୁ ଉତ୍ପଦାନ ମଧ୍ୟ ବନ୍ଦ ହୋଇଥିଲା l କାରଖାନା ରେ ଥିବା ସଲଫୁରିକ ଏସିଡି ଟ୍ୟାଙ୍କ ପାଇପ ଲାଇନକୁ ସଜାଡୁଥିବା ବେଳେ ପାଇପ ଲାଇନ ହଟାତ ଫାଟିଯିବାରୁ ଏଠାରେ କାର୍ଯ୍ୟରତ ଉତ୍ପାଦନ ଇଞ୍ଜିନିଅର ଶଶିକାନ୍ତ ମହାରଣା, ଇଞ୍ଜିନିଅର ଜି. ଅଶୋକାନ, ଲକ୍ଷ୍ମୀଧର ନାୟକ, କଣ୍ଟାକ୍ଟର ଲେବର କେଶବ ସାହୁ, ଜଗଦୀଶ ରେଡ୍ଡୀ,ସୁପ୍ରଭାଇଜା ରାହୁଲ ଯାଦବ, ପ୍ରମୁଖ ବିଷାକ୍ତ ଏସିଡି ଆଘାତ ପାଇ ତଳେ ପଡି ଯାଇଥିଲେ l ପାଇପ ଲାଇନ ଫାଟିବାରେ ବିସ୍ପୋରଣ ଶବ୍ଦଶୁଣି କାରଖାନାର ଅନ୍ୟ କର୍ମଚାରି ମାନେ ଆସି ସଂଜ୍ଞାହିନ ହୋଇ ତଳେ ପଡ଼ିଥବା ପୀଡ଼ିତଙ୍କୁ କାରଖାନା ର ନିଜସ୍ୱ ଅଧୀନରେ ଥିବା ଆମ୍ବୁଲାନ୍ସ ରେ ଗୁରୁତର ମାନଙ୍କୁ ଚିକିତ୍ସା ପାଇ ବ୍ରହ୍ମପୁର ନେଇଥିଲେ l ମାତ୍ର ରାଉଳ ଯାଦବ ଙ୍କ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ରୁ ଭୁବନେଶ୍ୱର ଭୁବନେଶ୍ୱର ଏକ ପ୍ରତିଷ୍ଠିତ ଘରୋଇ ଚିକିତ୍ସାଳୟକୁ ନିଆ ଯାଇଥିବା ଜଣାପଡିଛି l ଘଟଣା ସ୍ଥଳରୁ ମିଳିଥିବା ଖବର ଅନୁଯାଈ ଆଜି କାରଖାନାରେ ସଡ଼ଡାଉନ ଥିଲା l ଏବଂ କାର୍ଯ୍ୟରତ କର୍ମଚାରୀ ମାନେ ନିଜ ନିଜ ପ୍ଲାଣ୍ଟ ରେ ରହି ପ୍ରକଳ୍ପ ଗୁଡିକର ସଜାଡ଼ିବା କାମ ଆରମ୍ଭ କରିଥିଲେ l ମାତ୍ର ସଲଫୁରିକ ଏସିଡି ପାଇପ ଲାଇନ ମରାମତି ନିମ୍ନ ମାନର ଥିବାରୁ ସଜାଡ଼ିବା ବେଳେ ବିସ୍ପୋରଣ ଘଟିଥିଲା l ଆଜିର ଏହି ଉକ୍ତ ଘଟଣାକୁ ନେଇ କାରଖାନା କର୍ତ୍ତୃପକ୍ଷ ଶହ ଯୋଗାଯୋଗ କରିବାରୁ ନିଜର ନାମ ପ୍ରକାଶ ନକରି ଘଟଣାର ପ୍ରାଥମିକ ତଦନ୍ତ ତୁରନ୍ତ ଆରମ୍ବ କରାଯାଇଛି l ଉକ୍ତ ବିସ୍ପୋରଣ ପାଇଁ ଯେଉଁମାନେ ଦାୟୀ ବରିଷ୍ଠ ଅଧିକାରୀଙ୍କ ବୈଠକ ବସି ତଦନ୍ତ ପକ୍ରିୟାକୁ ତ୍ୱରାନ୍ୱିତ କରାଯାଇଛି l ଉକ୍ତ ଘଟଣା ଘଟିବା ପରେ ସବୁ କାର୍ଯରତ ଶ୍ରମିକ ମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲl lଖବର ପାଇ ଗଞ୍ଜାମ ଥାନା ଅଧିକାରୀ ସୁମିତ୍ରା ପାତ୍ରଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତି ଉପରେ ନଜର ରଖିବା ଶହ ଆଗକୁ ଯେପରି କୌଣସି ଆଇନ ଶୃଙ୍ଖଳା ନଘଟେ କଡା ନଜର ରଖିଛନ୍ତି l ଗ୍ରାସୀମ କାରଖାନାରେ ବାରମ୍ବାର ଏହିଭଳି ଘଟଣା ଘଟୁଥିବାରୁ ଶ୍ରମିକ ଓ ଅଫିସ ମହଲରେ ଅସନ୍ତୋଷ ଦେଖା ଦେଇଛି l ଗତ ଦୁଇବର୍ଷ ତଳେ ଏହି ଭଳି ଘଟଣା ପାଇଁ ଗଞ୍ଜାମ ପୁଇଁତୋଳାର ବାସିନ୍ଦା ହେଲ୍ପର ରୂପେ କାର୍ଯ୍ୟରତ ଥିବା ଶଙ୍କର ରାଉଳ ଓ ଇଞ୍ଜିନିଅର ରୂପେ କାର୍ଯ୍ୟରତ ଥିବା କଟକ ବାସିନ୍ଦା ଅଭିଷେକପାଲ ଙ୍କ ମୃତ୍ୟୁ ଘଟିଥିଲା l ଗତ ବର୍ଷ ପ୍ରଦୀପ ବେହେରାଙ୍କ ଆଖି ନଷ୍ଟ ହୋଇ ଯାଇଥିଲା l ଏହି ଭଳି ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ କେତେବେଳେ ଭୋପାଲ ଦୁର୍ଘଟଣାର ପୁନରାବୁର୍ତ୍ତି ଏଠାରେ କୌଣସି ମୁହୁର୍ତରେ ହେବାର ଆଶଙ୍କା କରି ଆଞ୍ଚଳରେ ବସି ଏକ ପ୍ରକାର ଆତଙ୍କ ବାତା ବରଣରେ ଲୋକଙ୍କ ଦିନ କାଟୁଥିବା ବେଳେ ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରାଯାଉ ବୋଲି ସାଧାରଣରେ ଦାବି ହେଉଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ