କୂଅ ସଫା କାଳ ହେଲା ଶ୍ୱାସରୁଦ୍ଧ ହୋଇ ଶ୍ରମିକ ମୃତ ୨ ଅସୁସ୍ଥ 

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ପଞ୍ଚାୟତ ଗଣିଆନାଳ ଗଣେଶ୍ୱରପୁର ଗ୍ରାମର ନାରାୟଣ ସାହୁ ଙ୍କ ଘର ବାରି ରେ ଥିବା କୂଅ ସଫା କରୁଥିବା ବେଳେ ଶ୍ୱାସରୁଦ୍ଧ ହୋଇ ଜଣେ ଶ୍ରମିକ ମୃତ୍ୟୁବରଣ କରିଛନ୍ତି। ମୃତକ ଜଣକ ହେଲେ ବ୍ରହ୍ମପୁର ସଦର ଥାନା ନାରାୟଣପୁର ଗ୍ରାମର ଦିବାକର ସାହୁ। ସେ ନାରାୟଣ ଙ୍କ ଶାଳକ ଅଟନ୍ତି। କୂଅ ଉଝାଳିବା (ସଫା) ପାଇଁ ସେ ଜ୍ବାଇଁ ଙ୍କ ଘରକୁ ଆସିଥିଲେ।  ଗୁରୁବାର ସକାଳ ପ୍ରାୟ ସାଢ଼େ ୭ ଟା ବେଳେ ଏହି ଘଟଣା ଘଟିଥିବା ଜଣାପଡ଼ିଛି। ସକାଳେ କୂଅ ରୁ ପଙ୍କ ଉଦ୍ଧାର ନିମନ୍ତେ ଦୁର୍ଗା ରାଉତ ଏବଂ ସୁରେଶ ସ୍ବାଇଁ ୨ ଶ୍ରମିକ କୂଅ ଭିତରକୁ ଯାଇଥିଲେ। ବହୁ ସମୟ ପର୍ଯ୍ୟନ୍ତ ତାଙ୍କ ସ୍ବର ଶବ୍ଦ ନ ଶୁଭିବାରୁ  ଦିବାକର କୂଅ ଭିତର କୁ ଯାଇ ଉଭୟଙ୍କୁ  ଅଚେତ ଅବସ୍ଥାରେ ଉଦ୍ଧାର କରି ବାହାରକୁ ପଠାଇଥିଲେ।ସେମାନଙ୍କୁ ଅସୁସ୍ଥ ଅବସ୍ଥାରେ ଚିକିତ୍ସା ନିମନ୍ତେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଉଭୟେ ସୁସ୍ଥ ଥିବା ଜଣାପଡିଛି। ଦିବାକର  କୂଅ ଭିତରେ ଶ୍ୱାସରୁଦ୍ଧ ହୋଇ ଅଚେତ ଅବସ୍ଥାରେ ତଳେ ପଡ଼ିରହିଥିବା ଲୋକେ ଦେଖି  ଦିଗପହଣ୍ଡି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ।  ଅଗ୍ନିଶମ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି କୂଅ ମଧ୍ୟରୁ ଦିବାକର ଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରିଥିଲେ।ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିଲା।ଦିଗପହଣ୍ଡି ପୋଲିସ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ପହଞ୍ଚି ଥାନା ଅପମୃତ୍ୟୁ ମାମଲା ନଂ.୬/୨୪ ଅନୁଯାୟୀ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନା କୁ ପଠାଇଥିଲେ।ବ୍ୟବଚ୍ଛେଦ ପରେ ମୃତଦେହ କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ