ସ୍ତ୍ରୀ ର ମର୍ଯ୍ୟାଦା ଦେବାକୁ କହି ଯୁବତୀଙ୍କୁ ପ୍ରତାରଣା

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁ ରେ ଜଣେ ଅବିବାହିତ ଯୁବତୀ ଙ୍କୁ ୨ ୟ ସ୍ତ୍ରୀ ର ମର୍ଯ୍ୟାଦା ଦେବାକୁ କହି ଗାଁ ର ବିବାହିତ ଯୁବକ ପ୍ରେମିକ ବାଇନାଥ ସାହୁ ତାଙ୍କୁ ଗର୍ଭବତୀ କରିଥିବା ଯୁବତୀ ଜଣକ ସଙ୍ଗୀନ ଅଭିଯୋଗ କରିଛନ୍ତି। ଏହି ସମ୍ବେଦନଶୀଳ ଘଟଣା ଗାଁ ରେ ଆଲୋଡନ ସୃଷ୍ଟି  କରିଛି। ଶନିବାର ଯୁବତୀ ଜଣକ ତାଙ୍କୁ ଉପଯୁକ୍ତ ନ୍ୟାୟ ଦାବୀ ରେ ବାଇନାଥ ଙ୍କ ଘରକୁ ଯାଇଥିଲେ। ଘର ଲୋକେ କବାଟ ପକାଇ ଦେବାରୁ ସେ ଘର ସମ୍ମୁଖରେ ଧାରଣା ଦେଇଥିଲେ।ବାଇନାଥ କୌଶଳକ୍ରମେ ଗାଁ ରୁ ଫେରାର ହୋଇଯିବାରୁ ଯୁବତୀ ଜଣକ କେ.ନୂଆଗାଁ ଥାନାରେ ପହଞ୍ଚି ଏତଲା ଦେଇଥିବା ଜଣାପଡିଛି।ଅଭିଯୁକ୍ତ ବାଇନାଥ ଙ୍କ ସ୍ତ୍ରୀ ଓ ପୁଅ ଝିଅ ଥିଲେ ମଧ୍ୟ ଯୁବତୀ ଙ୍କ ସହ ନିୟମିତ ବ୍ୟବଧାନ ରେ ଶାରୀରିକ ସମ୍ପର୍କ ରଖି ଆସୁଥିଲେ। ସେ ତାଙ୍କୁ ୨ ୟ ସ୍ତ୍ରୀ ର ମର୍ଯ୍ୟାଦା ଦେବେ ବୋଲି ପ୍ରତିଶ୍ରୁତି ଦେଇ ପ୍ରତାରଣା କରିଥିବା ଯୁବତୀ ଜଣକ ଗଣମାଧ୍ୟମ ସମ୍ମୁଖରେ ଅଭିଯୋଗ କରିଛନ୍ତି । ତାଙ୍କ ପେଟରେ ବଢୁଥିବା ଛୁଆ ର ଭବିଷ୍ୟତ ଏବଂ ତାଙ୍କ ଜୀବନ ର ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ପୋଲିସ ନିକଟରେ ଗୁହାରି କରିଛନ୍ତି। ପ୍ରକାଶ ଯେ, ଯୁବତୀ ଜଣକ ଗର୍ଭବତୀ ହୋଇଥିବା ଜାଣିବା ପରେ ଗର୍ଭ ନଷ୍ଟ ପାଇଁ ଔଷଧ ଆଣିବାକୁ ବାଇନାଥ ଙ୍କୁ କହିଥିଲେ।ହେଲେ ବାଇନାଥ ତାଙ୍କୁ ଧରା ଛୁଆଁ ଦେଇନଥିଲେ। କିଛିଦିନ ହେଲା ଯୁବତୀ ଙ୍କ ହାତ ଗୋଡ଼ ଫୁଲି ଯିବାରୁ ତାଙ୍କ ବାପା ତାଙ୍କୁ ଚିକିତ୍ସା ନିମନ୍ତେ ଗାଁ ନିକଟସ୍ଥ ବୋମକେଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରିଥିଲେ।ସେଠାରେ ଉପସ୍ଥିତ ଡାକ୍ତର ଙ୍କ ଚିକିତ୍ସା ପରେ ଯୁବତୀ ଜଣକ ପ୍ରାୟ ୬ ମାସର ଗର୍ଭବତୀ ଥିବା ଜଣାପଡିଥିଲା। ଯୁବତୀ ଙ୍କ ବାପା ଏଥିରେ ଉତ୍ତେଜିତ ହୋଇ ତାଙ୍କୁ ଘରୁ ବାହାର କରିଦେଇଥିଲେ।ନିରୁପାୟ ଅବସ୍ଥାରେ ଯୁବତୀ ଜଣକ ବାଇନାଥ ଙ୍କ ଘରକୁ ଯାଇ ତାଙ୍କୁ ନ୍ୟାୟ ମାଗି ଥିଲେ।ବାଇନାଥ ସମସ୍ତ ଘଟଣାକୁ ଅସ୍ବୀକାର କରିବାସହ ତାଙ୍କୁ ଗାଳି ଗୁଲଜ କରି ଗାଁ ରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ