ଗୁରାଣ୍ଡି ଶ୍ରୀକୃଷ୍ଣଚନ୍ଦ୍ର ହାଇସ୍କୁଲ ପୁରାତନ ଛାତ୍ର ସଂସଦର ବୈଠକ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଗୁରାଣ୍ଡି ଗ୍ରାମସ୍ଥିତ ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ଉଚ୍ଚ ବିଦ୍ୟାଳୟର ପୁରାତନ ଛାତ୍ର ସଂସଦର ଏକ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଥିଲା | ସଭାପତି ବରିଷ୍ଠ ଶିକ୍ଷାବିତ୍ ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସମ୍ପାଦକ ରାଜେନ୍ଦ୍ର ରାଉତ ଗତ ବୈଠକର ଆଲୋଚିତ ବିଷୟବସ୍ତୁ ଉପରେ ଆଲୋକପାତ କରିଥିବା ବେଳେ ଶତବାର୍ଷିକୀ ମହୋତ୍ସବର ବଳକା ସଂଚିତ ଅର୍ଥର ବିନିଯୋଗ ତଥା ଗଠନ ମୂଳକ କାମ କରିବା ପାଇଁ ପ୍ରସ୍ତାବ ଦେଇଥିଲେ | ଗାଁ ପୋଖରୀ ନିକଟରେ ଗୁରାଣ୍ଡିର ଗର୍ବ ଓ ଗୌରବର ୧୬ ଜଣ ସ୍ବାଧୀନତା ସଂଗ୍ରାମୀଙ୍କ ସ୍ମୃତି ସ୍ତମ୍ଭ ନିର୍ମାଣ ପାଇଁ ଶୁଭ ଦିଆଯାଇଥିଲା | ସେଠାରେ ପୁରାତନ ଛାତ୍ର ସଂସଦର ଅର୍ଥରେ ଏକ ସ୍ମୃତି ସ୍ତମ୍ଭ ସହିତ ରାଷ୍ଟ୍ର ପାଇଁ ସୀମାରେ ସହିଦ୍ ହୋଇଥିବା ମୁରଲୀ ଜେନାଙ୍କ ଏକ ସହିଦ୍ ସ୍ତମ୍ଭ ନିର୍ମାଣ ପାଇଁ ମଧ୍ଯ ସହମତି କ୍ରମେ ନିଷ୍ପତ୍ତି ନିଆଯାଇଥିଲା | ଉକ୍ତ ସ୍ଥାନରେ ଏକ ଆକର୍ଷଣୀୟ ପାର୍କ କରିବା ନିମନ୍ତେ ମଧ୍ଯ ପ୍ରସ୍ତାବ ଗୃହୀତ ହୋଇଥିଲା I କାମ ଆରମ୍ଭ ପାଇଁ ଏକ କାର୍ଯ୍ୟକାରୀ କମିଟି ଗଠନ କରାଯାଇ ତାଙ୍କୁ ଦାୟିତ୍ବ ଦିଆଯାଇଥିଲା । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସୁବାସ ପଣ୍ଡା, ପିତବାସ ସାମଲ, ଉମାଶଙ୍କର ପାତ୍ର, ବାସୁଦେବ ଦଳାଇ ଓ ଅର୍ଜୁନ ଦଳାଇ ଯୋଗ ଦେଇଥିବା ବେଳେ ରାଜେନ୍ଦ୍ର ପାଣି ଧନ୍ୟବାଦ ପ୍ରଦାନ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ