ଗଞ୍ଜେଇ ନିଶାରୁ ବଚସା, ୨ ସାଙ୍ଗଙ୍କ ମଧ୍ୟରେ ରକ୍ତାକ୍ତ, ମାରପିଟ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାରେ ଚୋରା ଗଞ୍ଜେଇ ଚାଷ, ସବୁ ସ୍ତରରେ ଗଞ୍ଜେଇ କାରବାର ଯୋଗୁଁ ବିଶେଷ ଭାବେ ଯୁବପିଢ଼ି ଗଞ୍ଜେଇ ନିଶାରେ ଆସକ୍ତି ହୋଇ ବିଭିନ୍ନ ଭାବେ ବିପନ୍ନ ହେବା ସହ ଶାନ୍ତି ଶୃଙ୍ଖଳା ଭଙ୍ଗ କରୁଥିବା ନଜରକୁ ଆସିଛି. ଏହିପରି ଭାବେ ଏହି ଗଜପତି ଜିଲ୍ଲାର କାଶୀନଗର ବ୍ଲକରେ ଗଞ୍ଜେଇ ନିଶାକୁ ନେଇ ଦୁଇ ସାଙ୍ଗ ମଧ୍ୟରେ ବଚସାରୁ ଉଭୟଙ୍କୁ ବ୍ଲେଡ୍ ଓ ଛୁରିରେ ଆକ୍ରମଣ କରିଛନ୍ତି। ରକ୍ତ ଜୁଡୁବୁଡୁ ଅବସ୍ଥାରେ ପରିବାର ଲୋକ ସେମାନଙ୍କୁ ଉଦ୍ଧାର କରି କାଶୀନଗର ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଘଟଣା ଘଟିଛି କାଶୀନଗର ଭେଙ୍କଟେଶ୍ଵର ମନ୍ଦିର ନିକଟରେ। ପୋଲିସ ବ୍ଲେଡ୍ ଓ ଛୁରି ଘଟଣାସ୍ଥଳରୁ ଜବତ କରି ତଦନ୍ତ କରୁଥିବା କାଶୀନଗର ଥାନା ଅଧିକାରୀ ଗୋବିନ୍ଦ ଗୌଡ଼ ସୂଚନା ଦେଇଛନ୍ତି। ଭେଙ୍କଟେଶ୍ଵର ମନ୍ଦିର ସାହି ଶେଷରେ ଥିବା ଏକ ପଡ଼ିଆରେ ଗୋଟିପିଲ୍ଲୀ କ୍ରିଷ୍ଣା ଓ ଶୁଭେନ୍ଦୁ ମହାରଣା ଉଭୟ କ‌ଥାବାର୍ତ୍ତା ହେଉଥିଲେ। କୌଣସି କାରଣକୁ ନେଇ ଉଭୟଙ୍କ ଭିତରେ ବଚସା ହୋଇଥିଲା । ଏହାପରେ ଛୁରି ଓ ବ୍ଲେଡ୍ ବାହାର କରି ଉଭୟ ଉଭୟଙ୍କୁ ଆକ୍ରମଣ କରିଛନ୍ତି। ବେକ କଟିବା ସହ ଦେହରେ କଟା ଚିହ୍ନ ରହିଛି। ରକ୍ତାକ୍ତ ହୋଇ ଉଭୟ ପଡ଼ିଥିବା ବେଳେ ପରିବାର ଲୋକ ଉଦ୍ଧାର କରି କାଶୀନଗର ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଅବସ୍ଥା ସଙ୍କଟାପନ୍ନ ଥିବାରୁ ଅଧିକ ଚିକିତ୍ସା ପାଇଁ ପାରଳାଖେମୁଣ୍ଡି ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ