କୋଣାର୍କରେ ଭାଜପାର ବୁଥ୍ ସ୍ତରୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀ

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):କୋଣାର୍କ ଯାତ୍ରୀନିବାସ ପରିସରରେ ଶନିବାର ସନ୍ଧ୍ୟାରେ କାକଟପୁର ନିର୍ବାଚନ ମଣ୍ଡଳୀର ବୁଥ୍ ସ୍ତରୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ମୂଖ୍ୟ ଅତିଥି ଭାବେ ତ୍ରିପୁରା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସାଂସଦ ବିପ୍ଲବ କୁମାର ଦେବ, ଜଗସିଂହପୁର ସାଂସଦ ପ୍ରାର୍ଥୀ ବିଭୁ ପ୍ରସାଦ ତରାଇ, ବିଧାୟକ ପ୍ରାର୍ଥୀ ବାଇଧର ମଲ୍ଲିକ, ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ, କାକଟପୁର ବ୍ଲକ ଅଧ୍ୟକ୍ଷ ଶ୍ରୀଧର ନାୟକ, ବରିଷ୍ଠ ନେତା ଦିବାକର ଛାଟୋଇ ପ୍ରମୁଖ ଯୋଗଦେଇ ବିଜେପିର ସାଙ୍ଗଠନିକ ସ୍ଥିତି ଉପରେ ବିଶ୍ଳେଷଣ କରିବା ସହିତ ବୁଥ ସ୍ତରରେ କିପରି କର୍ମକର୍ତ୍ତା ମାନେ ଭୋଟର ମାନଙ୍କ ପାଖରେ ପହଞ୍ଚିବେ, ସେମାନଙ୍କୁ କେନ୍ଦ୍ର ସରକାରଙ୍କ ମୂଦା କୁ ନେଇ ଘରେ ଘରେ ପହଞ୍ଚାଇବା ସହ ଭୋଟ ବୃଦ୍ଧି କରିବେ ସେନେଇ ବ୍ୟାପକ ଆଲୋଚନା କରଯାଇଥିଲା। ବିଜେଡି ସରକାରଙ୍କ ଦୁର୍ନିତି, ଭ୍ରଷ୍ଟାଚାର ଓ ଲୁଟିବା ନୀତି କୁ ନିନ୍ଦା କରିବା ସହ କିପରି ଲୋକଙ୍କୁ ଅର୍ଥ ଦେଇ ରାଜ୍ୟକୁ ଲୁଟି ଚାଲିଛନ୍ତି ତାହାକୁ ଚିନ୍ତା କରି ବିଜେଡିକୁ ହରାଇ ବିଜେପିକୁ ଜିତାଇବା ପାଇଁ ଆହ୍ବାନ ଦେଇଥିଲେ। ଏହି ଅବସରରେ କୋଣାର୍କ ଏନ୍ ଏ ସି ୯ ନଂ ୱାର୍ଡ଼ ର ଜାତୀୟ କଂଗ୍ରେସ ଏକ୍ସ କାଉନସିଲର ପ୍ରମୋଦ ଛୋଟରାୟ ନରେନ୍ଦ୍ର ଦାମୋଦର ମୋଦୀ ଙ୍କ ନୀତି ଆଦର୍ଶ କୁ ଅନୁପ୍ରାଣିତ ହୋଇ ବିଜେପି ଦଳ ସାମିଲ୍ ହୋଇଥିଲେ । କୋଣାର୍କ ଭାଜପାର ଯୁବ ନେତା ରଞ୍ଜିତ ରାଉତରାୟ, ସଭାପତି ସୁକାନ୍ତ ନାୟକଙ୍କ ସମେତ ସମସ୍ତ ବୁଥ ସ୍ତରୀୟ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ