କୁକୁରଙ୍କ ଦ୍ୱାରା ଆହତ ହୋଇଥିବା ହରିଣକୁ ଗଜପତି ବନ ବିଭାଗ ଉଦ୍ଧାର କରି ଚିକିତ୍ସା କଲେ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାରେ କିଛି କୁକୁରଙ୍କ ଦ୍ୱାରା ଆହତ ହୋଇଥିବା ଏକ ହରିଣ ଛୁଆକୁ ବନ ବିଭାଗ ଉଦ୍ଧାର କରି ଆବଶ୍ୟକ ସମସ୍ତ ଚିକିତ୍ସା ଯୋଗାଇ ଥିବା ସୂଚନା ମିଳିଛି. ଘଟଣାରୁ ପ୍ରକାଶ ମୋହନା ତାରିଣୀ ମନ୍ଦିର ସାମ୍ନାରେ ଥିବା ଜଙ୍ଗଲରୁ ରବିବାର ସକାଳେ ଜାତୀୟ ରାଜପଥ କଡ଼କୁ ଚାଲି ଆସିଥିଲା ଏକ ହରିଣ ଛୁଆ | କିଛି କୁକୁର ହରିଣ ଛୁଆକୁ ଆକ୍ରମଣ କରୁଥିବା ବେଳେ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଥିଲେ ମୋହନା ବନ ବିଭାଗ ଭାଗ କର୍ମଚାରୀ | କୁକୁର କାମୁଡ଼ାରେ ଆହତ ହରିଣ ଛୁଆକୁ ଉଦ୍ଧାର କରି ଚିକିତ୍ସା ପାଇଁ ସ୍ଥାନୀୟ ପ୍ରାଣୀ ଚିକିତ୍ସାଳୟରେ ଭର୍ଭି କରାଯାଇଥିଲା । ଚିକିତ୍ସା ପରେ ଆହତ ହରିଣ ଛୁଆକୁ ବନ ବିଭାଗ ନିରୀକ୍ଷଣରେ ରଖାଯାଇଛି। ହରିଣ ଛୁଆ ସୁସ୍ଥ ହେବା ପରେ ପୁଣି ଜଙ୍ଗଲରେ ଛଡାଯିବ ବୋଲି ମୋହନା ବନାଞ୍ଚଳ ଅଧିକାରୀ ଲକ୍ଷ୍ମୀପ୍ରସାଦ ବିଷୋୟୀ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ