ଗଜପତିରେ ମାଟ୍ରିକ ପରୀକ୍ଷା ପାସ୍ ହାର ୯୭.୦୮: ପାରଳା ସରସ୍ବତୀ ଶିଶୁ ମନ୍ଦିରର ସୁଶୋଭନ ଜିଲ୍ଲାରେ ଟପ୍ସର

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ମାଟ୍ରିକ ପରୀକ୍ଷା ଫଳ ରବିବାର ଦିନ ପ୍ରକାଶ ପାଇଛି. ଗଜପତି ଜିଲ୍ଲାରେ ୯୭.୦୮ ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ପାସ୍ ହାର ବା ଫଳାଫଳ ଗଜପତିରେ ଭଲ ରହିଥ‌ିବା ଜଣାପଡ଼ିଛି। ପାରଳାଖେମୁଣ୍ଡିସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ର ସୁଶୋଭନ ପାତ୍ର ଜିଲ୍ଲା ଟପ୍ପର ହୋଇଛନ୍ତି । ସେ ମୋଟ ୫୫୨ ମାର୍କ ରଖ୍ ଶତକଡା ୯୨ ପ୍ରତିଶତ ହାସଲ କରି ଜିଲ୍ଲା ଟପ୍ସର ରହିଛନ୍ତି। ସେହିପରି ବ୍ଲକ ଟପ୍ସରଙ୍କ ମଧ୍ୟରେ ଗୋଷାଣିରେ ଭି.ଜଶବନ୍ତ ୮୬.୫୦, ଗୁମ୍ମାରେ କବିତା ଗମାଙ୍ଗ ୮୫.୫୦, କାଶୀଗନରରେ ଜି. ରୋହିତ୍ ୭୮.୫୦, ରାୟଗଡ଼ରେ ବିଭୂତି ଶବର ୮୭:୩୩, ନୂଆଗଡ଼ରେ ମାନସ ଜାନୀ ୮୧୧୬, ରା ଉଦୟଗିରିରେ ଉଗ୍ରନରସିଙ୍ଗ ବଡମୁଣ୍ଡି ୮୬.୧୬ ଏବଂ ମୋହନାରେ ଆରତୀ ସାହୁ ୮୫. ୫୦ ପ୍ରତିଶତ ମାର୍କ ରଖ୍ ବ୍ଲକସ୍ତରୀୟ ଟପ୍ସର ରହିଛନ୍ତି।ଅନ୍ୟପକ୍ଷରେ ଶିକ୍ଷା ବିଭାଗ ବିସ୍ତୃତ ଭାବେ ପରୀକ୍ଷା ଫଳ ତଥ୍ୟ ପ୍ରଦାନ କରିନାହିଁ I ଯାହାକୁ ନେଇ ବିଭିନ୍ନ ମହଲରେ ନାନାଦି ଆଲୋଚନା ହେବାସହ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ କୁହାଯାଇଛିଯେ ବର୍ତ୍ତମାନ ଭଳି ବିଭ୍ରାଟ କେବେବି ଦେଖା ଦେଇ ନଥିଲା । ପରୀକ୍ଷା ଫଳ ବାହାରି ଦୀର୍ଘ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ହେଲାଣି ତଥାପି ଜିଲ୍ଲା ଶିକ୍ଷା ବିଭାଗ ସବିଶେଷ ତଥ୍ୟ ପ୍ରଦାନ କରିନାହିଁ I ଏପରିକି ବିଭିନ୍ନ ଗ୍ରେଡରେ ପାସ କରିଥିବା ମୋଟ ସଂଖ୍ୟା ମଧ୍ଯ ଦେଇପାରୁନାହିଁ ଶିକ୍ଷା ବିଭାଗ | କେବଳ ମୋଟ ପ୍ରତିଶତ ପାସ୍ ହାର ଜାଣାପଡୁଛି। ହେଲେ କିଏ କେଉଁ ଗ୍ରେଡ୍ ବା ମୋଟ କେତେ ଜଣ କେଉଁ ଗ୍ରେଡ୍‌ରେ ପାସ କରିଛନ୍ତି ତାହା ଅଦ୍ୟାବଧୂ ତଥ୍ୟ କାହାରି ପାଖରେ ନାହିଁ I ବର୍ତ୍ତମାନ ବି ପ୍ରାୟ ୩୦ରୁ ଅଧିକ ବିଦ୍ୟାଳୟ ୱେବସାଇଟ୍‌ରେ ଅପଲୋଡ କରି ନ ଥିବାର ଏକ ବିଶେଷ ସୂତ୍ରରୁ ଜଣାପଡ଼ିଛି । ଏ ସବୁ ଅବ୍ୟବସ୍ଥା ନେଇ ଜିଲ୍ଲା ଶିକ୍ଷାବିଭାଗର ନିଷ୍କ୍ରିୟତା ଓ କାର୍ଯ୍ୟ ଦକ୍ଷତାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ