ବିଜେଡି ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେଇ ଜିତାଇବାକୁ କେନ୍ଦ୍ରାପଡାବାସୀଙ୍କୁ ନିବେଦନ କଲେ ମୁଖ୍ୟମନ୍ତ୍ରୀ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାରୁଅ ସିଦ୍ଧବଟ ପଡିଆରେ ଆଜି ପୂର୍ବାହ୍ନରେ ଅନୁଷ୍ଠିତ ନିର୍ବାଚନୀ ସଭାରେ ଓଡିଶାର ଜନପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପିକୁ ସମାଲୋଚନା କରି କହିଲେ ଯେ ବିରୋଧୀ ଦଳ ମିଛୁଆ, କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । କେନ୍ଦ୍ରାପଡା ହେଉଛି ପ୍ରବାଦ ପୁରୁଷ ବିଜୁବାବୁଙ୍କ କର୍ମଭୂମୀ । ଏଠାରେ କୁମ୍ଭୀର କାନ୍ଦଣା ଚଳିବନି । ସେମାନେ ମିଛ କହୁଛନ୍ତି ଓ ଅପ ପ୍ରଚାର କରୁଛନ୍ତି । ଲୋକେ ସବୁ ବୁଝି ସାରିଲେଣି । ଚଳିତ ନିର୍ବାଚନରେ ବିଜୁ ଜନତା ଦଳର ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତିଙ୍କ ସମେତ କେନ୍ଦ୍ରାପଡା ଲୋକସଭା ନିର୍ବାଚନ ମଣ୍ଟଳୀ ଅନ୍ତର୍ଗତ ୭ଟି ବିଧାନସଭା କ୍ଷେତ୍ରର ବିଜେଡି ବିଧାୟକ ପ୍ରାର୍ଥୀମାନଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ କେନ୍ଦ୍ରାପଡା ବାସୀଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନିବେଦନ କରିଥିଲେ । ସରକାର ଆସିଲେ ଜୁଲାଇ ମାସରୁ ବିଜୁଳି ବିଲ ଆଉ ଆସିବ ନାହିଁ, ସମସ୍ତଙ୍କୁ ବିଜୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ ଓ ମିଶନ ଶକ୍ତି ମହିଳା ମାନଙ୍କୁ ଭତ୍ତା ଦିଆଯିବ ବୋଲି ଶ୍ରୀ ପଟଟ୍ଟନାୟକ ପ୍ରତିଶୃତି ଦେଇଥିଲେ । ଏଥିସହିତ ସେ ଲୋକ ମାନଙ୍କୁ ପ୍ରଶ୍ନ କରିଥିଲେ ଯେ ବିଏସ୍‌କେୱାଇ ଭଲ କି? ମମତା ଯୋଜନା ଭଲ କି ? ନବୀନ ପୁଣି ପଚାରିଲେ, ମିସନ ଶକ୍ତି, ୫ଟି ସ୍କୁଲ ରୂପାନ୍ତରଣ, କାଳିଆ ଯୋଜନା, ନୂଆ-ଓ ଛାତ୍ରବୃତ୍ତି, ଲକ୍ଷ୍ମୀ ବସ ଭଲକି? ନବୀନ ପୁଣି ପଚାରିଲେ ନବୀନ ପଟ୍ଟନାୟକ ଭଲ କି ? ଆପଣ ମାନେ ଖୁସିତ । ସଭାସ୍ଥଳରେ ଲୋକମାନେ ବେଶ୍ ଉତ୍ସାହିତ ସହ ଉଚ୍ଚ ସ୍ୱରରେ କହିଲେ ହଁ … । ବିଜେପି ସାଂସଦ ପ୍ରାର୍ଥୀଙ୍କୁ ଆକ୍ଷେପ କରି କହିଲେ ଯେ ଜଣେ ଯୁବକକୁ (ବୈଜୟନ୍ତ ପଣ୍ଡା)ଙ୍କୁ କେନ୍ଦ୍ରାପଡାର ବିକାଶ ପାଇଁ ଦୁଇ ଦୁଇ ଥର ସାଂସଦ କରି ଦିଲ୍ଲୀକୁ ପଠାଇଲି । କିନ୍ତୁ ସେ କେନ୍ଦ୍ରାପଡାର ବିକାଶ ନକରି ନିଜ ବ୍ୟବସାୟର ବିକାଶ କଲେ । ସେ କେବଳ ନବୀନ ପଟ୍ଟନାୟକଙ୍କ ସହ ବିଶ୍ୱଘାତକତା କରିନାହାନ୍ତି ବରଂ କେନ୍ଦ୍ରାପଡା ବାସୀଙ୍କ ସହିତ ପ୍ରତାରଣା କରିଛନ୍ତି । କେନ୍ଦ୍ରାପଡା ପାଇଁ ସେହି ଯୁବକ ଜଣକ ସାଂସଦ ହେବା ପରେ କିଛିବି କରିନାହାନ୍ତି । ୫-ଟି ଅଧ୍ୟକ୍ଷ ଭି. କେ. ପାଣ୍ଡିୟାନ କହିଲେ ଯେ ମୁଖ୍ୟମନ୍ତ୍ରୀ ବହୁ ପରିଶ୍ରମ କରି କେନ୍ଦ୍ରାପଡା ଜିଲ୍ଲା ପାଇଁ ବିଶ୍ୱର ସବୁଠୁ ବଡ ଷ୍ଟିଲ ପ୍ଲାଣ୍ଟ ନିପନ ଷ୍ଟିଲପ୍ଲାଣ୍ଟ ଆଣିଛନ୍ତି । ଏହି ଷ୍ଟିଲ କାରଖାନା ପାଇଁ ମୁଖ୍ୟମନ୍ତ୍ରୀ ଜାପାନ ଯାଇଥିଲେ । ସେଠାରେ କେନ୍ଦ୍ରାପଡାରେ ଏହ ଷ୍ଟିଲ କାରଖାନା ପାଇଁ ୧୦୦ଥର କଥା ଉଠାଇଛନ୍ତି ଏବଂ ସଫଳ ହୋଇଛନ୍ତି । କିନ୍ତୁ କେନ୍ଦ୍ରାପଡାର ପୂର୍ବତନ ସାଂସଦ ଶ୍ରୀ ପଣ୍ଡା ଏଠାରେ ଛୁଞ୍ôଚ କାରଖାନା ଟିଏ ବି କରିନାହାନ୍ତି । କେନ୍ଦ୍ରାପଡା ହେଉଛି ବିଜୁ ବାବୁଙ୍କ ଗଡ । ବାହାରୁ ଯେତେ ହେବି ୱେଟ ନେତାଙ୍କୁ ଆଣି ପ୍ରଚାର କଲେ ବି କେନ୍ଦ୍ରାପଡାରେ କୌଣସି ପରିବର୍ତ୍ତନ ହେବ ନାହିଁ । କେନ୍ଦ୍ରାପଡାବାସୀ ବିଜୁ ବାବୁ ଓ ନବୀନ ବାବୁଙ୍କୁ ଭଲ ପାଆନ୍ତି । ତେଣୁ କେନ୍ଦ୍ରାପଡାବାସୀ ଦୁଇଟି ଶଙ୍ଖ ଚିହ୍ନରେ ଭୋଟ ଦେଇ ସାଂସଦ ଓ ସମସ୍ତ ବିଧାୟକ ପ୍ରାର୍ଥୀଙ୍କୁ ନିଶ୍ଚିତ ଜିତାଇବେ ବୋଲି କହିଥିଲେ । ପ୍ରଥମେ କେନ୍ଦ୍ରାପଡାର ବିଜେଡି ବିଧାୟକ ପ୍ରର୍ଥୀ ଗଣେଶ୍ୱର ବେହେରା ଉପସ୍ଥିତ ଲୋକମାନଙ୍କୁ ନବୀନ ବାବୁଙ୍କୁ ୬ଷ୍ଠ ଥର ପାଇଁ ଓଡିଶାର ମୁଖ୍ୟମନ୍ତ୍ରୀ କରିବା ପାଇଁ ଯୋଡି ଶଙ୍ଖରେ ଭୋଟ ଦେବାକୁ ନିବେଦନ କରି କହିଥିଲେ ଯେ କେନ୍ଦ୍ରାପଡା ଲୋକମାନଙ୍କ ଭିତରେ ନବୀନବାବୁଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ ବହୁତ ଉତ୍ସାହ ରହିଥରବା କହିଥିଲେ । ଏହାପରେ ପାଟକୁରା ବିଧାୟକ ପ୍ରାର୍ଥୀ ଅରବିନ୍ଦ ମହାପାତ୍ର ତାଙ୍କ ନିର୍ବାଚନୀ ଭାଷଣରେ ଜଗନ୍ନାଥଙ୍କୁ ସ୍ମରଣ କରି କହିଥିଲେ ଯେ କେନ୍ଦ୍ରାପଡା ମାଟି ହେଉଛି ପବିତ୍ର ତୁଳସୀ କ୍ଷେତ୍ରର ମାଟି, ପ୍ରବାଦ ପୁରୁଷ ବିଜୁବାବୁଙ୍କ ହାତ ଗଢାମାଟି, ତାଙ୍କ ପୁତ୍ର ନବୀନବାବୁ ଏହି କେନ୍ଦ୍ରାପଡା ତଥା ପାଟକୁରାର ଉନ୍ନତି ପାଇଁ ଦାୟୀତ୍ୱ ନେଇଛନ୍ତି । ତାଙ୍କୁ ପାଟକୁରାର ଅଞ୍ଚଳବାସୀଙ୍କ ସେବା କରିବା ପାଇଁ ଏହି ଗୁରୁ ଦାୟୀତ୍ୱ ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ସେ କୃତଜ୍ଞତା ଜଣାଇବା ସହିତ ଏହାକୁ ସେ ଅକ୍ଷରେ ଅକ୍ଷରେ ପାଳନ କରିବେ ବୋଲି କହିଥିଲେ । ମାହାଙ୍ଗା ବିଧାୟକ ପ୍ରାର୍ଥୀ ଅଙ୍କିତ ପ୍ରତାପ ଜେନା, ସାଲେପୁର ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ବେହେରା ଉପସ୍ଥିତ ଲୋକମାନଙ୍କୁ ନିଜ ଅଞ୍ଚଳର ଉନ୍ନତି ପାଇଁ ଯୋଡି ଶଙ୍ଖରେ ଭୋଟ ଦେବାକୁ ନିବେଦନ କରିଥିଲେ । ସେହିପରି ରାଜନଗର ବିଧାୟକ ପ୍ରାର୍ଥୀ ଧୃବ ଚରଣ ସାୁହୁ, ଆଳି ନିର୍ବାଚନ ମଣ୍ଡଳିର ବିଧାୟକ ପ୍ରାର୍ଥୀ ପ୍ରତାପକେଶରୀ ଦେବ, ମହାକାଳପଡା ବିଧାୟକ ପ୍ରାର୍ଥୀ ଅତନୁ ସବ୍ୟସାଚ୍ଚି ନାୟକ ପ୍ରମୁଖ ଏହି ନିର୍ବାଚନୀ ସଭାରେ ଭାଷଣ ଦେଇ ସମସ୍ତ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ଶଙ୍ଖ ଚିହ୍ନରେ ଦୁଇଥର ଭୋଟେ ଦେଇ ନବୀନ ପଟ୍ଟନାୟକଙ୍କୁ ୬ଷ୍ଟଥର ପାଇଁ ମୁଖ୍ୟମନ୍ତ୍ରୀ କରିବାକୁ ନିବେଦନ କରିଥିଲେ । କେନ୍ଦ୍ରାପଡା ଲୋକସଭା ସାଂସଦ ପ୍ରାର୍ଥୀ ଅଶୁମାନ ମହାନ୍ତି କହିଥିଲେ ଯେ ପୂର୍ବତନ ସାଂସାଦ ବୁଲିବୁଲି କହୁଛନ୍ତି କେନ୍ଦ୍ରାପଡାରେ ରେଳ ସେ ଚଳାଇଛନ୍ତି । ଏହା ସମ୍ପୁର୍ଣ୍ଣ ମିଛ କଥା । ନବୀନ ପଟ୍ଟନାୟକଙ୍କ ପାଇଁ ଏହି ରେଳ ପ୍ରକଳ୍ପ ସାକାର ହୋଇଛି । ପ୍ରଥମେ କେନ୍ଦ୍ରାପଡାର ପର୍ଯ୍ୟବେକ୍ଷକ ପ୍ରତାପ ଜେନା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶେଷରେ ବିଜେଡି ଜିଲ୍ଲା ସଭାପତି ଧିରେନ ସାହୁ ଧନ୍ୟବାଦ ଦେଇଥିଲେ । ମଞ୍ଚରେ ଦଳର ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରତାପ ଜେନା, ସଂଯୋଜକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ପ୍ରଭାତ କୁମାର ବିଶ୍ୱାଳ ମଞ୍ଚାସୀନ ଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ବିଜେଡି ଯୁଗ୍ମ ସମ୍ପାଦକ ରାଜେଶ ପଣ୍ଡା, ସମ୍ପାଦକ ରଞ୍ଜିତ ସାହୁ, ପୈାରାଧ୍ୟକ୍ଷା ସରିତା ସାହୁ, ଜିଲ୍ଲା ବିଜେଡି ମହିଳା ସଭାନେତ୍ରୀ ରୋସ୍ନା ସାହୁ, କେନ୍ଦ୍ରାପଡା ବ୍ଲକ ସଂଯୋଜକ ପ୍ରଦୀପ ପ୍ରଧାନ, ବରିଷ୍ଠ ବିଜେଡି ନେତା ପ୍ରଦୀପ୍ତ ମହାନ୍ତି, ଜିଲ୍ଲା ପରିଷଦ ସଭ୍ୟା ନିର୍ମଳା ମହାନ୍ତି, ଲିଲିତା ଦାସ, ପ୍ରିୟଦର୍ଶିନୀ ତରାଇ ପ୍ରମୁଖ ଉପସ୍ଥିତ ଥିଲେ । ଏହି ନିର୍ବାଚନୀ ସଭାରେ ୨ଲକ୍ଷରୁ ଉର୍ଦ୍ଧ୍ୱ ବିଜେଡି କର୍ମୀ, ସମର୍ଥକ ଓ ସାଧାରଣ ଲୋକମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ