ମନ୍ଦାରପୁର ପଞ୍ଚାୟତରେ ବିଜେପି ବିଧାୟକ ପ୍ରାର୍ଥୀ ଗୋବିନ୍ଦ ଚନ୍ଦ୍ର ଦାସଙ୍କ ଘର ଘର ବୁଲି ଭୋଟ ଭିକ୍ଷା

ବାଲେଶ୍ୱର, (ସରୋଜ ପଣ୍ଡା):ସୋମବାର ସକାଳେ ରେମୁଣା ବିଜେପି ବିଧାୟକ ପ୍ରାର୍ଥୀ ଶ୍ରୀ ଗୋବିନ୍ଦ ଚନ୍ଦ୍ର ଦାସ ମନ୍ଦାରପୁର ଗ୍ରାମପଞ୍ଚାୟତରେ ଘର ଘର ବୁଲି ଭୋଟ ଭିକ୍ଷା କରିଥିଲେ। ଏହି ଅବସରରେ ମଣ୍ଡଳ ସଭାପତି ଗିରିଧାରୀ ଦାସ ,ପଞ୍ଚାୟତ ସଭାପତି ଶଶିକାନ୍ତ ଗିରି,ଉପସଭାପତି ହରିଶ ଚନ୍ଦ୍ର ଦାସ,ପ୍ରଭାରୀ କାର୍ତ୍ତିକ ଚନ୍ଦ୍ର ସାହୁଙ୍କ ସମେତ ପଞ୍ଚାୟତର ଅନ୍ୟ ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। ଘର ଘର ବୁଲି ଭୋଟ ଭିକ୍ଷା କରିବା ସମୟରେ ବିଜେପି ସରକାର ଆସିଲେ ଓଡ଼ିଶାର ବିକାଶ ଦୁଇଗୁଣ ହେବ ବୋଲି କାର୍ଯ୍ୟକର୍ତ୍ତା ଲୋକଙ୍କୁ ବୁଝାଇଥିଲେ। ଶ୍ରୀ ଦାସ ଗୁରୁଜନଙ୍କ ଆଶୀର୍ବାଦ ଗ୍ରହଣ କରିବା ସହ ଉଭୟ ବିଧାୟକ ଏବଂ ସାଂସଦଙ୍କୁ ଦୁଇଥର ପଦ୍ମ ଚିହ୍ନରେ ମୋହର ମାରିବା ପାଇଁ ଅନୁରୋଧ କରିଥିଲେ। ବିଜେପିକୁ ବିପୁଳ ସଂଖ୍ୟାରେ ଆଶୀର୍ବାଦ ମିଳିଲେ ରେମୁଣାର ଚାଷୀଙ୍କ ପାଇଁ ଏକ ଶୀତଳ ଭଣ୍ଡାର, ରେମୁଣାରେ ଚିଙ୍ଗୁଡ଼ି ମତ୍ସ୍ୟ ଚାଷୀଙ୍କ ପାଇଁ ମତ୍ସ୍ୟ ବଜାର, ରେମୁଣା ବସୀଙ୍କ ଆସ୍ଥା ଓ ବିଶ୍ୱାସ ପ୍ରଭୁ କ୍ଷୀରଚୋରା ଗୋପୀନାଥ ମନ୍ଦିରକୁ ଆନ୍ତର୍ଜାତିକ ପର୍ଯ୍ୟଟନ ସ୍ଥଳି ରୂପେ ଘୋଷଣା କରିବା ପରି ବିଭିନ୍ନ କାର୍ଯ୍ୟ ହେବ ବୁଲି କର୍ଯ୍ୟକର୍ତ୍ତା ଲୋକଙ୍କୁ ବୁଝାଇ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ