ମାହେଶ୍ୱରୀ ଭବନ ସଭାଗୃହରେ ରାଜ୍ୟ କୃଷକ ମୋର୍ଚ୍ଚା ତରଫରୁ ଏକ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି

ବାଲେଶ୍ୱର, (ସରୋଜ ପଣ୍ଡା):ରାଜ୍ୟ ମୁଖାପାତ୍ର ଡ଼କ୍ଟର ଲକ୍ଷ୍ମଣ ପଣ୍ଡା ସମ୍ମିଳନୀକୁ ସମ୍ବୋଧିତ କରି ରାଜ୍ୟରେ କୃଷି ଓ କୃଷକଙ୍କ ସମସ୍ୟା ସମ୍ବନ୍ଧରେ ଆଲୋକପାତ କରିଛନ୍ତି ।କୃଷକର ଆୟକୁ ଦୁଇ ଗୁଣ କରିବା ପାଇଁ ଏବଂ ସମୃଦ୍ଧ କୃଷକ ଗଠନ ପାଇଁ ଜଳସେଚନ ସର୍ବାଗ୍ରେ ଆବଶ୍ୟକ ଅଛି କିନ୍ତୁ ଗତ ୨୫ ବର୍ଷ ଧରି ରାଜ୍ୟରେ ଏକ ସ୍ଥିର ସରକାର ରହିଥିବା ସତ୍ତ୍ବେ ତାହା ହୋଇପାରିନାହିଁ ।ପ୍ରତ୍ୟେକ ବ୍ଲକରେ ଗୋଟିଏ ଲେଖାଏଁ କଲ୍ଡ ଷ୍ଟୋରେଜ ନିର୍ମାଣ ପାଇଁ ରାଜ୍ୟ ସରକାର ବିଧାନ ସଭା ମଧ୍ୟରେ ଘୋଷଣା କରିଥିଲେ କିନ୍ତୁ ତାହା ଏପର୍ଯ୍ୟନ୍ତ ହୋଇପାରିନାହିଁ । ଅପରପକ୍ଷେ ରାଜ୍ୟରେ ଭାଜପା ସରକାର କୁ ଆସିଲେ ପ୍ରତ୍ୟେକ ଜମିକୁ ଜଳସେଚନ ଓ ପ୍ରତ୍ୟେକ ବ୍ଲକରେ କଲ୍ଡ ଷ୍ଟୋରେଜ ସାଙ୍ଗକୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩୧୦୦ ଟଙ୍କା ଚାଷୀଙ୍କୁ ପ୍ରଦାନ କରାଯିବ ।କୃଷି ଯନ୍ତ୍ରାଂଶ ପାଇଁ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ସହଯୋଗ ରାଶି ଦେଉଥିବା ସତ୍ତ୍ବେ ରାଜ୍ୟ ସରକାର ଅବହେଳା କାରଣରୁ ତାହା ଚାଷୀ ପାଇ ପାରିନାହାନ୍ତି ।ସେହି କାରଣରୁ ସାରା ଭାରତର ଚାଷୀଙ୍କ ତୁଳନାରେ ଓଡ଼ିଶାର ଚାଷୀଙ୍କ ଆୟ ସବୁଠାରୁ କମ୍ ,ଏହା ଅତ୍ୟନ୍ତ ଦୁଃଖର ବିଷୟ ।ପରିଶେଷରେ କୃଷକ ମୋର୍ଚ୍ଚାର ସାଧାରଣ ସମ୍ପାଦକ ଶ୍ରୀ ଉପେନ୍ଦ୍ର ଭଞ୍ଜ ଧନ୍ୟବାଦ ଅର୍ପଣ କରିଥିଲେ ।ଉକ୍ତ ସାମ୍ୱାଦିକ ସମ୍ମିଳନୀରେ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଶ୍ରୀ ଅନିଲ ସାହୁ, ଉପସଭାପତି କୌଶିକ ଚାନ୍ଦ, ରାଜ୍ୟ କୃଷକ ମୋର୍ଚ୍ଚା ମିଡ଼ିଆ ସଂଯୋଜକ ବିକାଶ ପାଢ଼ୀ, ଜିଲ୍ଲା ମିଡ଼ିଆ ସଂଯୋଜକ ଶ୍ରୀନିବାସ ପ୍ରଧାନ ଏବଂ ସହ ସାଯୋଜକ ଅନିଲ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ