ସାମ୍ପ୍ରଦାୟିକତାବାଦୀ, ଫାଶିବାଦୀ ବିଜେପିକୁ ଓଡ଼ିଶାବାସୀ ନିର୍ବାଚନରେ ପ୍ରତ୍ୟାଖାନ କରିବାକୁ ସମାଜବାଦୀ ପାର୍ଟିର ଆହ୍ୱାନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):କର୍ପୋରେଟ ଶକ୍ତିମାନଙ୍କର ଏଜେଣ୍ଡା ଭାବରେ କାମ କରି ଆସୁଥିବା, ଦେଶବାସୀଙ୍କ ଉପରେ ଉତ୍କଟ ଦରଦାମ ବୃଦ୍ଧି ଓ ଚରମ ବେକାରୀ ଲଦି ଦେଇଥିବା ବିଭାଜନକାରୀ ରାଜନୀତିର ଜନକ ସାମ୍ପ୍ରଦାୟିକତାବାଦୀ ବିଜେପିକୁ ଆଗାମୀ ଜୁନ୍‌୧ ତାରିଖ ନିର୍ବାଚନରେ ଓଡ଼ିଶାବାସୀ ପ୍ରତ୍ୟାଖାନ କରିବାକୁ ସମାଜବାଦୀ ପାର୍ଟି, ଓଡ଼ିଶା ରାଜ୍ୟ କମିଟି ଆହ୍ୱାନ କରିଛି ।ପାର୍ଟିର ରାଜ୍ୟ ସଭାପତି ରବି ବେହେରା ଏକ ପ୍ରେସ୍ ବିବୃତ୍ତିରେ କହିଛନ୍ତି ଯେ, ଭାରତୀୟ ଜନତା ପାର୍ଟି କୃଷକ ବିରୋଧୀ, ଯୁବକ ବିରୋଧୀ, ମହିଳା ବିରୋଧୀ, ଗଣତନ୍ତ୍ର ବିରୋଧୀ ଓ ସମ୍ବିଧାନ ବିରୋଧି । ଦେଶରେ ଘୃଣା ଓ ବିଦ୍ୱେଷକାରୀ ନୀତି ଆପଣେଇ ଦଳିତ, ଆଦିବାସୀ, ପଛୁଆବର୍ଗ ଓ ସଂଖ୍ୟାଲଘୁ ସଂରକ୍ଷଣକୁ ଖତମ କରିବା ପାଇଁ ଉଦ୍ୟମରତ ତଥା ସମ୍ବିଧାନ ପ୍ରତି ବିପଦ ସୃଷ୍ଟି କରୁଥିବା ଭାରତୀୟ ଜନତା ପାର୍ଟିକୁ ଓଡ଼ିଶା ମାଟିରେ କବର ଦେଇ ସାମ୍ପ୍ରଦାୟିକ ସଦ୍‌ଭାବନା, ଗଣତନ୍ତ୍ର ଓ ଗାନ୍ଧି, ଜୟପ୍ରକାଶ ଓ ଲୋହିଆଙ୍କ ଆଦର୍ଶରେ ଅନୁପ୍ରାଣିତ ଧର୍ମନିରପେକ୍ଷ ଗଣତାନ୍ତ୍ରିକ ଶକ୍ତିକୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଜୟଯୁକ୍ତ କରିବାକୁ ସମାଜବାଦୀ ପାର୍ଟିର ସଭାପତି ରବି ବେହରା ଆହ୍ୱାନ କରିଛନ୍ତି । ବିଜେପିର କେନ୍ଦ୍ରୀୟ ନେତୃତ୍ୱ ଶହେବାର ଓଡ଼ିଶା ଆସିଲେ ମଧ୍ୟ ସେମାନେ ଓଡ଼ିଶାବାସୀଙ୍କ ଆଶା ଓ ବିଶ୍ୱାସକୁ କେବେ ଜିଣିପାରିବେ ନାହିଁ ଏବଂ ଶେଷରେ ଆଗାମୀ ୧ ତାରିଖ ଦିନ ବିଜେପି ପରାଜୟ ଲାଭ କରିବ ଓ ଓଡ଼ିଶାରେ ଗଣତନ୍ତ୍ରର ଶାସନ ପ୍ରତିଷ୍ଠିତ ହେବ ବୋଲି ଶ୍ରୀ ବେହେରା ଆଶା ପ୍ରକାଶ କରିଛନ୍ତି । ଓଡ଼ିଶାବାସୀ ଶାନ୍ତି ଓ ସଦ୍‌ଭାବନାରେ ବିଶ୍ୱାସ କରନ୍ତି । ସେମାନେ ଧର୍ମ ନାମରେ ବିଭାଜନ ଓ ଘୃଣା ରାଜନୀତିକୁ ପସନ୍ଦ କରନ୍ତି ନାହିଁ । ତେଣୁ ବିଜେପିକୁ ଓଡ଼ିଶାର ଚାରିକୋଟି ଭାଇଭଉଣୀ ଆଗାମୀ ୧ ତାରିଖ ଦିନ ସଠିକ୍ ଜବାବ ଦେଇ ଧର୍ମନିରପେକ୍ଷ ଶକ୍ତିକୁ ବିପୁଳ ସଂଖ୍ୟାରେ ବିଜୟୀ କରିବାକୁ ଶ୍ରୀ ବେହେରା ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ