ଆମ୍ ଆଦମି ପାର୍ଟି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲା ଆମ୍ ଆଦମି ପାର୍ଟି ପକ୍ଷରୁ ଶ୍ୟାମସୁନ୍ଦରପୁରଗଡାସ୍ଥିତ ପାର୍ଟିର ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଜିଲ୍ଲା ସଭାପତି ସନ୍ଦୀପ୍ତ ଦାସଙ୍କ ସଭାପତିତ୍ୱରେ ଆଜି ଅପରାହ୍ନରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପାର୍ଟିର ରାଜ୍ୟ ସଭାପତି ନିଶିକାନ୍ତ ମହାପାତ୍ର ଯୋଗଦେଇ କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡାରେ ଦେବାଶିଷ ଦାଶ ଓ ପାଟକୁରା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଅଶୋକ କୁମାର ତ୍ରିପାଠୀ ପାର୍ଟି ପକ୍ଷରୁ ପ୍ରାର୍ଥୀ ହୋଇଥିବା କହିଥିଲେ । ପାର୍ଟିର ବିଚାର ଅନୁଯାୟୀ ଦିଲ୍ଲୀ ଓ ପଞ୍ଜାବରେ ଗରିବ ଲୋକର ପିଲା ଭଲ ସ୍କୁଲରେ ପାଠ ପଢିବ । ପ୍ରତ୍ୟେକ ଗ୍ରାମରେ ଡାକ୍ତରଖାନା ପ୍ରତିଷ୍ଠା କରାଯିବ । ବେକାର ଯୁବକ/ଯୁବତୀମାନଙ୍କୁ ରୋଜଗାରର ଗ୍ୟାରେଣ୍ଟି ମିଳିବ । ମହାକାଳପଡା ଭଳି ସ୍ଥାନ ଯେଉଁଠି ଅଧିକାଂଶ ପିଲା ଦାଦନ ଖଟିବାକୁ ବାଧ୍ୟ ହେଉଛନ୍ତି ସେଠାରେ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ । ପ୍ରତ୍ୟେକ ପରିବାରକୁ ୨୦୦ୟୁନିଟ୍ ମାଗଣା ବିଦ୍ୟୁତ୍‌େôଯାଗାଇ ଦିଆଯିବା ସହ ପାନୀୟଜଳ ମଧ୍ୟ ଯୋଗାଇ ଦିଆଯିବ । ଏହି ଏଜେଣ୍ଡା ପ୍ରତି ମହାକାଳପଡାବାସୀଙ୍କ ଆଗ୍ରହ ଓ ସମର୍ଥନ ବଢିଚାଲିିଛି । ଆମେ ଯେଉଁପରି ଭାବେ ଲୋକଙ୍କ ଉତ୍ସାହ ଦେଖୁଛୁ ସେଥିରୁ ଗୋଟିଏ ଖବର ଆସୁଛି ଯେ ଆମେ ମହାକାଳପଡାରେ ବହୁତ ଭଲ ଫଳାଫଳ କରିବାକୁ ଯାଉଛୁ । ପାଟକୁରାରେ ମଧ୍ୟ ଆମ ପ୍ରାର୍ଥୀ ବେଶ୍ ଭଲ ଲଢେଇ କରୁଛନ୍ତି । ଜିଲ୍ଲା ସଭାପତି ଶ୍ରୀ ଦାସ କହିଥିଲେ ଯେ ମହାକାଳପଡାରେ କିଛି ବି ବିକାଶ ହୋଇନଥିବା ବେଳେ ଆପ୍ ବିଧାୟକ ପ୍ରାର୍ଥୀ ସେଠାରୁ ଜିତିଲେ ମହାକାଳପଡାର ଆଖିଦୃଶିଆ ବିକାଶ ହେବା ସହ ଯୁବକ ଓ ଯୁବତୀମାନେ ରୋଜଗାର ପାଇପାରିବେ । ଏହି ସାମ୍ବାଦିକ ସମ୍ମିଳନୀରେ ମହାକାଳପଡା ବିଧାନସଭା କ୍ଷେତ୍ରର ଆପ୍‌ର ବିଧାୟକ ପ୍ରାର୍ଥୀ ଦେବାଶିଷ ଦାଶ, ବାନାମ୍ବର ସାହୁ ଓ ମହାକାଳପଡା ପ୍ରଭାରୀ ସୂର୍ଯ୍ୟକାନ୍ତ ପରିଡା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ