କେନ୍ଦ୍ରାପଡା ବିଧାନସଭା କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ନିଖିଳ ଭାରତ କଂଗ୍ରେସ କମିଟି ସଦସ୍ୟ ହଳଧର ସେଠୀଙ୍କ ସଭାପତିତ୍ୱରେ କଜଳାସ୍ଥିତ କଂଗ୍ରେସ ଭବନରେ କେନ୍ଦ୍ରାପଡା ବିଧାନସଭା କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆଜି ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ କଂଗ୍ରେସର ରାଷ୍ଟ୍ରୀୟ ପ୍ରବକ୍ତା ହମିଦ୍ ହୁସେନ୍ ଯୋଗଦେଇ ଜାତୀୟସ୍ତରରେ ମୋଦି ସରକାର ବିମୁଦ୍ରାକରଣ କରି ଭାରତର ଅର୍ଥନୈତିକ ଅବସ୍ଥାକୁ ଧୂଳିସାତ୍ କରିଛନ୍ତି ବୋଲି କହିଥିଲେ । ଅରୁଣାଚଳ ପ୍ରଦେଶର ୪ହଜାର ବର୍ଗ କି.ମି. ଚାଇନା ମାଡିବସିଥିବା ବେଳେ ମୋଦୀ ସରକାର ନିରବ ବସିଛନ୍ତି, ଲଦାଖର ୮୦ଟି ସୁରକ୍ଷା ପଏଣ୍ଟରେ ଭାରତୀୟମାନେ ପଶିପାରୁନାହାଁନ୍ତି କି ସେମାନଙ୍କ ଗୋରୁ, ଗାଈ, ଛେଳି, ମେଣ୍ଢା ଚରିପାରୁନାହାଁନ୍ତି । ସେମାନଙ୍କର ସାର୍ବଭୌମତା କ୍ଷୁର୍ଣ୍ଣ ହୋଇଛି ବୋଲି ସେ ଅଭିଯୋଗ କରିଥିଲେ । ହିନ୍ଦୁ ଓ ସଂଖ୍ୟାଲଘୁ ସଂପ୍ରଦାୟଙ୍କ ମଧ୍ୟରେ ବିଦ୍ୱେଶ ଭାବ ବୁଣି ଭାରତ ବର୍ଷରେ ଅସ୍ଥିରତା ସୃଷ୍ଟି କରାଯାଉଛି ବୋଲି ସେ କହିଥିଲେ । କେନ୍ଦ୍ରାପଡା ବିଧାନସଭାର କଂଗ୍ରେସ ପ୍ରାର୍ଥୀ ଡ. ସିପ୍ରା ମଲ୍ଲିକ ଯୋଗଦେଇ କହିଥିଲେ ଯେ ସେ ଜିତିକରି ଆସିଲେ କେନ୍ଦ୍ରାପଡା ସହରକୁ ସ୍ମାର୍ଟ ସିଟିରେ ପରିଣତ କରାଯିବା ସହ କେନ୍ଦ୍ରାପଡାର ୩୫ଭାଗ ଜମିକୁ ନିଶ୍ଚିତ ଜଳସେଚନ କରାଯିବ । ପୂର୍ବରୁ କେନ୍ଦ୍ରାପଡାର ୩୫ଭାଗ ଚାଷଜମି ଜଳସେଚିତ ହେଉଥିବା ବେଳେ ଏବେ ତାହା ୧୭ଭାଗକୁ କମିଆସିଛି । ସମସ୍ତ ଉଠା ଜଳସେଚନ ପଏଣ୍ଟଗୁଡିକ ନଷ୍ଟ ହୋଇଯାଇଛି । କେନାଲରେ ଦଳ ଭର୍ତ୍ତି ହେବା ସହିତ ସେହି କେନାଲଟି ପୌରାଞ୍ଚଳର ମୁଖ୍ୟ ନର୍ଦ୍ଦମା ପାଲଟିଛି । କେନ୍ଦ୍ରାପଡାର ଏକମାତ୍ର ସରକାରୀ ବିଜ୍ଞାନ ବିଦ୍ୟାଳୟକୁ ଡିଗ୍ରୀ କଲେଜରେ ପରିଣତ କରିବା ଓ କେନ୍ଦ୍ରାପଡାରେ ମେଡିକାଲ କଲେଜ ସ୍ଥାପନ କରିବା ପାଇଁ ଡ. ମଲ୍ଲିକ ପ୍ରତିଶ୍ରୁତି ଦେଇଥିଲେ । କଂଗ୍ରେସ ପ୍ରଚାର କମିଟି ସଦସ୍ୟ ଆଇନଜୀବୀ ବିଧୂଭୂଷଣ ମହାପାତ୍ର କହିଥିଲେ ଯେ କେନ୍ଦ୍ରାପଡାର ସମସ୍ତ ବିକାଶ କେବଳ କଂଗ୍ରେସ ସରକାର ସମୟରେ ହିଁ ହୋଇଛି । କେନ୍ଦ୍ରାପଡା କେନାଲରେ ବର୍ଷକ ବାରମାସ ପାଣି ଯୋଗାଇ ଦେବାକୁ କଂଗ୍ରେସ ସରକାର ବ୍ୟବସ୍ଥା କରିଥିବା ବେଳେ ଏ ସରକାର ଅମଳରେ ଜୋବ୍ରା ଆନିକଟର ସମସ୍ତ ପାଣିକୁ ପାରାଦୀପକୁ ପାଇପ ଯୋଗେ ପଠାଯାଇ କେନ୍ଦ୍ରାପଡାକୁ ଶୁଷ୍କ ମରୁଭୂମିରେ ପରିଣତ କରାଯାଇଛି । କେନ୍ଦ୍ରାପଡାରେ ପିସି ଶାସନ ଚାଲୁଥିବାରୁ କେନ୍ଦ୍ରାପଡା ସହରରେ ନୂତନ ବାଇପାସ ରାସ୍ତା ପାଇଁ ନିର୍ମାଣାଧିନ ପୋଲ ଆରମ୍ଭରୁ ଭୁଷୁଡି ପଡିଥିବା ବେଳେ ଠିକାସଂସ୍ଥା ଏଠାରୁ ଲୁଚି ପଳାଇଯାଇଛି । ସରକାର କିମ୍ବା ପ୍ରଶାସନ ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରିନାହାଁନ୍ତି । ଅନ୍ୟମାନଙ୍କ ମଧ୍ୟରେ ବେଣୁଧର ସାହୁ ମଞ୍ଚାସୀନ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ