ନାଉଗାଁରେ ବିଜେପିର ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଲେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନାଉଗାଁ ବ୍ଳକର ଡେରିକି ପଡିଆରେ ମଙ୍ଗଳବାର ବିଜେପିର ବିଜୟ ସଂକଳ୍ପ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହି ସମାବେଶରେ ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଯୋଗ ଦେଇ ଉପସ୍ଥିତ ଜନସାଧାରଣଙ୍କୁ ଓଡିଆରେ ସମ୍ବୋଧନ କରିଥିଲେ । ଓଡିଶାର ବିଭିନ୍ନ ଶକ୍ତି ପୀଠ ଯଥା କାକଟପୁର ମା’ମଙ୍ଗଳା, ମା’ଶାରଳା, ଗୋରଖନାଥ ପୀଠକୁ ଆସି ନିଜକୁ ସୌଭାଗ୍ୟ ମନେ କରିଥିଲେ । ସେହିପରି ଜଗତସିଂହପୁରର ଆଦିକବି ଶାରଳା ଦାସ,ବୈଜ୍ଞାନିକ ପ୍ରାଣକୃଷ୍ଣ ପରିଜା, ନବକୃଷ୍ଣ ଚୌଧୁରୀ ଆଦି ମହପୁରୁଷଙ୍କୁ ପ୍ରଣାମ ଜଣାଇଥିଲେ । ପରେ ରାଜ୍ୟ ସରକାରଙ୍କ ଅପାରଗତା ବିଷୟରେ ଗୁରୁତ୍ୱାରୋପ କରିଥିଲେ । ବର୍ତମାନ ଓଡିଶାରେ ବିଜେପିର ସୁନାମି ଆସିଛି । କେନ୍ଦ୍ରରେ ବିଜେପି ୪ ଶହ ପାର ଓ ଓଡିଶାରେ ୧୦୦ ପାର କରି ଡବଲ ଇଂଜନ ସରକାର କରିବ ବୋଲି ଦୃତୋକ୍ତି ପ୍ରକାଶ କରିଥିଲେ । ଓଡିଶାକୁ ମହାପ୍ରଭୁ ଜଗନ୍ନାଥ ସବୁ ଦେଇଛନ୍ତି । ଖଣିଜ ସଂପଦ, ସଂସ୍କୃତି ଓ ଇତିହାସରେ ଓଡିଶା ଭରପୁର । କିନ୍ତୁ ଓଡିଶାର ଯୁବକ ଆଜି ବେରୋଜଗାରୀ ହୋଇ ବାହାର ରାଜ୍ୟ ଯଥା ଗୁଜୁରାଟ, କର୍ଣ୍ଣାଟକ,ତାମିଲଲାଡୁ ଆଦି ବାହାର ରାଜ୍ୟକୁ ଯାଉଛନ୍ତି ।ପ୍ରଭୁ ଜଗନ୍ନାଥ ଯାହା ଦେଇଛନ୍ତି ଯଦି ତାର କିଛି ଅଂଶ ସଠିକ ବିନିଯୋଗ କରା ଯାଆନ୍ତା ତେବେ ସାରା ଭାରତର ଯୁବକ ଯୁବତୀମାନେ ଓଡିଶାରେ ରୋଜଗାର ପାଇ ପାରନ୍ତେ । କିନ୍ତୁ ଆଜି ଓଡିଶାରେ ଓଲଟା ହେଉଛି ରାଜ୍ୟ ସରକାର ଯୁବକ ଯୁବତୀକୁ ଚାକିରୀ ଦେଇପାରୁନାହାନ୍ତି ।ବର୍ତମାନ ଓଡିଶାରେ ୧ ଲକ୍ଷରୁ ଉର୍ଦ୍ଧ ବିଭିନ୍ନ ସରକାରୀ ପଦ ପଦବୀ ଖାଲି ରହିଛି । ଏ ବାବଦରେ ଓଡିଶାର ମନ୍ତ୍ରୀ , ବିଧାୟକ ଓ କୌଣସି କତୃପକ୍ଷଙ୍କ ପାଖରେ କୌଣସି ଉତର ନାହିଁ । କେବଳ ଏହାର ଉତର ପାଣ୍ଡିଆନଙ୍କ ପାଖରେ ରହିଛି । ଓଡିଶାରେ ମିଶନ ଶକ୍ତି ଚାଲିଥିବା ବେଳେ କୌଣସି ମା’ଙ୍କ ଜମା ଖାତାକୁ କେତେ ଟଙ୍କା ଆସୁଛି ବୋଲି ପ୍ରଶ୍ନ କରିଥିଲେ । ମିଶନ ଶକ୍ତି ବିଷୟରେ କେବଳ ପାଣ୍ଡିଆନ ଓ ତାଙ୍କର ପତ୍ନୀ ଜାଣି ଥିବା କହିଥିଲେ । ଏହା ସହିତ ସେ ଦେଶରେ ଡବଲ ଇଂଜନ ସରକାର ଚାଲୁଥିବା ରାଜ୍ୟ ଗୁଡିକର କାର୍ଯ୍ୟ ଦକ୍ଷତାକୁ ଦୋହରାଇ ଥିଲେ । ଓଡିଶାରେ ସରକାର ଆସିଲେ ୧ ବର୍ଷ ମଧ୍ୟରେ ୧ଲକ୍ଷ ଯୁବକଙ୍କୁ ନିଯୁକ୍ତି ଦେବା ସହ ୫ବର୍ଷ ମଧ୍ୟରେ ୩ଲକ୍ଷ ଯୁବକଙ୍କୁ ନିଯୁକ୍ତି, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩୧ଶହ ଟଙ୍କା, ରାଜ୍ୟର ସବୁଆଡେ ଶୀତଳ ଭଣ୍ଡାର ନିର୍ମାଣ ଓ ଜଗନ୍ନାଥଙ୍କ ରତ୍ନ ଭଣ୍ଡାର ଖୋଲାଯିବା ପାଇଁ ମୋଦିଙ୍କ ଗ୍ୟାରେଂଟି ବୋଲି କହିଥିଲେ । ଉଭୟ ଲୋକସଭା ସାଂସଦ ପ୍ରାର୍ଥୀ ବିଭୁ ପ୍ରସାଦ ତରାଇ ଓ ବିଧାୟକ ପ୍ରାର୍ଥୀ ଅମରେନ୍ଦ୍ର ଦାସଙ୍କୁ ପଦ୍ମ ଫୁଲରେ ଆଶୀର୍ବାଦ କରିବାକୁ ଅନୁରୋଧ କରିଥିଲେ । ଏହି ସଭାରେ ଜିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ରଙ୍କ ସଭାପତିତ୍ୱରେ ବିଧାୟକ ପ୍ରାର୍ଥୀ ଅମରେନ୍ଦ୍ର ଦାସ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଉପେନ୍ଦ୍ର ବିଶ୍ୱାଳ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ମିଶ୍ର, ଜିଲ୍ଲା ସଭାନେତ୍ରୀ କ୍ରିଷ୍ଣା ମହାନ୍ତି, ନାଉଗାଁ ମଣ୍ଡଳ ସଭାପତି ନିଲୁରାମ ଜେନା, ଅଲଣାହାଟ ମଣ୍ଡଳ ସଭାପତି ଦୁର୍ଗାପ୍ରସାଦ ଆଚାର୍ଯ୍ୟ, ବରିଷ୍ଠ ବିଜେପି ନେତା ଯୁଧିଷ୍ଟିର ସ୍ୱାଇଁ, ମିଡିଆ ସେଲର ସଂଯୋଜକ ଗଣେଶ ପ୍ରସାଦ ମହାନ୍ତି, ନଗର ସଭାପତି ଅକ୍ଷୟ ପାତ୍ର, ଯୁବନେତା ତାପସ ଦାସ, ଶ୍ରୀକାନ୍ତ ସ୍ୱାଇଁ ଆଦି ଯୋଗ ଦେଇ ରାଜ୍ୟ ସରକାରଙ୍କ ଉପରେ ଗର୍ଜି ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ