ପି,ସି,ସି ସଭାପତି ଙ୍କ ମିର୍ଜାପୁର ରେ ସଦର ବିଧାୟିକା ପ୍ରାର୍ଥୀ ମୋନାଲିଶା ସାମଲ ଙ୍କ ପାଇଁ ନିର୍ବାଚନୀ ସାଧାରଣସଭା

ବାଲେଶ୍ୱର, (ସରୋଜ ପଣ୍ଡା):ସାଧାରଣ ସଭା ଅନୁଷ୍ଠିତ ହୋଇ ଯାଇଛି।ସଭାକୁ ସେକ୍ ମୁକ୍ତାର ପରିଚାଳନା କରିଥିଲେ।ପ୍ରଥମେ ସଂଖ୍ୟାଲଘୁ କଂଗ୍ରେସ ରାଜ୍ୟ ଅଧ୍ୟକ୍ଷ ଜିଆଉଇଲ ହକ ପ୍ରଥମେ ବକ୍ତବ୍ୟ ଦେଇ କହିଥିଲେ ଦେଶରେ ମୁସଲମାନ ଙ୍କ ସମାସ୍ୟା ଶୋଚନୀୟ,କଂଗ୍ରେସ ଶାସନକୁ ଆସିଲେ ମୁସଲାମାନଙ୍କ ସମାସ୍ୟାର ସମାଧାନ କରିପାରିବ।ତେଣୁ ବାଲେଶ୍ୱର ର ସାଂସଦ ପ୍ରାର୍ଥୀ ଶ୍ରୀକାନ୍ତ ଜେନା ଓ ସଦର ବିଧାୟିକା ପ୍ରାର୍ଥୀନୀ ମୋନାଲିଶା ସାମଲ ଙ୍କୁ ହାତ ଚିହ୍ନ ରେ ଭୋଟ ଦେବା ପାଇଁ ବିନତି କରିଥିଲେ।ସେହିପରି ବିଧାୟିକା ପ୍ରାର୍ଥୀନୀ ମୋନାଲିଶା ସାମଲ ତାଙ୍କ ବକ୍ତବ୍ୟରେ କଂଗ୍ରେସ ଓ ଶ୍ରୀକାନ୍ତ ଜେନାଙ୍କ ବାଲେଶ୍ଵରର ଉନ୍ନତିରେ ଭୂମିକା କୁ ଦର୍ଶାଇ ସାଂସଦ ପାଇଁ ଶ୍ରୀକାନ୍ତ ଜେନାଙ୍କୁ ଓ ବିଧାୟିକା ପାଇଁ ତାଙ୍କୁ ହାତ ଚିହ୍ନ ରେ ଭୋଟ ଦେଵା ପାଇଁ ଉପସ୍ଥିତ ଜନସାଧାରଣ ଙ୍କୁ ବିନତି କରିଥିଲେ।ଓ କହିଥିଲେ ସେ ଯଦି ଜିତିକି ଆସନ୍ତି ପଟା ନଥିବା ବ୍ୟକ୍ତି ମାନଙ୍କୁ ପଟା କିଭଳି ମିଳିବ ସେ ବିଷୟରେ ପ୍ରଥମେ କାର୍ଯ୍ୟ କରିବେ।ଶେଷରେ ମୁଖ୍ୟ ଆକର୍ଷଣ ପିସିସି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ ତାଙ୍କ ବକ୍ତବ୍ୟରେ କିଭଳି ଭାବରେ ରାଜ୍ୟରେ ବିଜେଡି ଓ କେନ୍ଦ୍ରରେ ବିଜେପି ଦେଶରେ ଘୃଣା ସୃଷ୍ଟି କରି ସମାଜ ଲୋକ ମାନଙ୍କୁ ଅସ୍ଥିର ରେ ରଖି ମିଛ କହି ଦରଦାମ ବୃଦ୍ଧି,ବେକାର ସମସ୍ୟା,ଚାଷୀ ମାନଙ୍କ ସମାସ୍ୟା, ଶ୍ରମିକ ମାନଙ୍କ ସମାସ୍ୟା ରୁ ନଜର ହଟେଇ ଲୋକ ମାନଙ୍କୁ ହଇରାଣ ରେ ରଖିଛନ୍ତି ସେ ନେଇ ଉପସ୍ଥିତ ଜନସାଧାରଣ ଙ୍କୁ ବୁଝାଇ ଥିଲେ।ଶ୍ରୀ ପଟନାୟକ କହିଥିଲେ ଦେଶରେ ଯାହା ସବୁ ହେଇଛି ଯଥା ଡି,ଆର,ଡିଏ ଠାରୁ ଆରମ୍ଭ କରି ପାରାଦୀପ ବନ୍ଦର,ହୀରାକୁଦ ଠାରୁ ଆରମ୍ଭ କରି ବାଲେଶ୍ୱରରେ ସିପେଟ ପର୍ଯ୍ୟନ୍ତ ସବୁ କାର୍ଯ୍ୟ କଂଗ୍ରେସ କରିଛି।ବିଜେପି କେନ୍ଦ୍ରରେ ୧୦ ବର୍ଷ ଓ ରାଜ୍ୟରେ ବିଜେଡି ବିଜେପି ସହ ମିଶି ୯ ବର୍ଷ କୁ ଲଗାଇ ୨୫ ବର୍ଷ ଶାସନରେ କିଛି କରି ନାହାନ୍ତି।ଆହୁରି କଂଗ୍ରେସ କରିଥିବା କାମକୁ ବନ୍ଦ କରିଛନ୍ତି।ତେଣୁ ଦେଶ ଓ ଓଡ଼ିଶାରେ ଲୋକେ ବୁଝି ପରିବର୍ତ୍ତନ ର ସ୍ୱର ଉଠାଇ ଲେଣି,ତେଣୁ ଦୁଇଟି ଜାକ ଭୋଟ କଂଗ୍ରେସ କୁ ଦେଇ ବିଧାୟିକା ପ୍ରାର୍ଥୀନୀ ମୋନାଲିଶା ସାମଲ ଓ ସାଂସଦ ପ୍ରାର୍ଥୀ ଶ୍ରୀକାନ୍ତ ଜେନାଙ୍କୁ ଜୟଯୁକ୍ତ କରନ୍ତୁ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ