ରେମୁଣା ବିଧାୟକ ପ୍ରାର୍ଥୀ ଗୋବିନ୍ଦ ଚନ୍ଦ୍ର ଦାସଙ୍କ ଘର ଘର ବୁଲି ଭୋଟ ଭିକ୍ଷା

ବାଲେଶ୍ୱର, (ସରୋଜ ପଣ୍ଡା):ମଙ୍ଗଳବାର ସକାଳେ ରେମୁଣା ବିଜେପି ବିଧାୟକ ପ୍ରାର୍ଥୀ ଗୋବିନ୍ଦ ଚନ୍ଦ୍ର ଦାସ ଅର୍ମଳା ଏବଂ ରେମୁଣା ଏନ୍.ଏ.ସି. ରେ ଘର ଘର ବୁଲି ଭୋଟ ଭିକ୍ଷା କରିଥିଲେ। ଏହି ଅବସରରେ ରେମୁଣା ଏନ୍.ଏ.ସି. ମଣ୍ଡଳ ସଭାପତି କାହ୍ନୁ ଚରଣ ବେହେରା, ଅର୍ମଳା ପଞ୍ଚାୟତ ସଭାପତି ରତ୍ନାକର ଦାସ,ଉପସଭାପତି ଜଗ ଜୀବନ ଦାସ,ପୂର୍ବତନ ସରପଞ୍ଚ ସୁଧାକର ଦାସ (ଟୁଟୁନ) ଏବଂ ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। କାର୍ଯ୍ୟକର୍ତ୍ତା ନାରା ଲଗେଇ ଘର ଘର ବୁଲି ଭୋଟ ଭିକ୍ଷା କରିଥିଲେ। ଭୋଟ ଭିକ୍ଷା ସମୟରେ ବିଧାୟକ ପ୍ରାର୍ଥୀ ଶ୍ରୀ ଦାସ ଗୁରୁଜନ ମାନଙ୍କ ଠାରୁ ଆଶୀର୍ବାଦ କାମନା କରିଥିଲେ। ଘର ଘର ବୁଲିବା ସମୟରେ ଯେଉଁ ଗରିବ ଖଟିଖିଆ ଲୋକମାନେ ସରକାରଙ୍କ ବିଭିନ୍ନ ଯୋଜନାରୁ ବଞ୍ଚିତ ଅଛନ୍ତି ସେମାନଙ୍କୁ ବିଜେପି ସରକାର ଆସିଲେ ସମସ୍ତ ଯୁଗ୍ୟ ହିତାଧିକାରୀଙ୍କୁ ଯୋଜନା ଭୂକ୍ତ କରାଯିବ ବୋଲି କହିଥିଲେ। ଓଡ଼ିଶାରେ ବିଜେପି ସରକାର ହେବା ପାଇଁ ଏବଂ ଏକ ବିକଶିତ ରେମୁଣା ଗଠନ ପାଇଁ ଦୁଇଥର ପଦ୍ମଫୁଳରେ ଆଶୀର୍ବାଦ କରିବା ପାଇଁ ଶ୍ରୀ ଦାସ କହିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ