ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେରଖି ପୋଲିସ୍ର ଫ୍ଲାଗ୍ ମାର୍ଚ୍ଚ

ଗାଙ୍ଗପୁର,(ସନ୍ତୋଷ କୁମାର ବିଷୋଇ):ଆସନ୍ତା ଚାରି ତାରିଖରେ ହେବ ଭୋଟ୍ ଗଣତି I ତେବେ ଭୋଟ୍ ଗଣତି ପୂର୍ବରୁ ଏବଂ ଭୋଟ୍ ଗଣତି ଦିନ ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ପୋଲିସ୍ ପକ୍ଷରୁ ସମଗ୍ର୍ ଜିଲ୍ଲାରେ ସ୍ଵତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି I ଏହି ପ୍ରରିପ୍ରେକ୍ଷୀରେ ବେଲଗୁଣ୍ଠା ପୋଲିସ୍ ପକ୍ଷରୁ ବେଲଗୁଣ୍ଠା ଥାନା ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ଫ୍ଲାଗ୍ ମାର୍ଚ୍ଚ କରାଯାଇ ପୋଲିସ୍ ର ଉପସ୍ଥିତି ଜାହିର୍ କରାଯାଇଛି I ଆଜି ଭଞ୍ଜନଗର ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ସୁଜିତ୍ କୁମାର ନାୟକ ଏବଂ ବେଲଗୁଣ୍ଠା ଥାନା ଅଧିକାରୀ ବନ ବିହାରୀ ପ୍ରଧାନଙ୍କ ତତ୍ତ୍ୱାବଧାନରେ ବେଲଗୁଣ୍ଠା ପୋଲିସ୍ ବେଲଗୁଣ୍ଠା ସହର ସମେତ ଆମ୍ବପୁଆ,ମଙ୍ଗଳପୁର,ଘୂ ନୂଆଁ ଗାଆଁ,ତନରଡା ଆଦି ଗ୍ରାମରେ ଫ୍ଲାଗ୍ ମାର୍ଚ୍ଚ କରିଥିଲେ I କାର୍ଯ୍ୟକ୍ରମରେ ବେଲଗୁଣ୍ଠା ଥାନା ପୋଲିସ୍ କର୍ମଚାରୀ ଏବଂ ଯବାନ୍ ମାନେ ଅଂଶଗ୍ରହଣ କରିଥିଲେ I ଫ୍ଲାଗ ମାର୍ଚ୍ଚ ସମୟରେ ନିର୍ବାଚନ ପରବର୍ତ୍ତୀ ହିଂସା ଏବଂ ବିଶୃଂଖଳା ଠାରୁ ଦୂରେଇ ରହିବା ସହିତ କୌଣସି ପରିସ୍ଥିତିରେ ମଧ୍ୟ ଆଇନ୍ କୁ ହାତକୁ ନନେଇ ପୋଲିସ୍ ର ସହଯୋଗ ନେବା ପାଇଁ ଡାକବାଜି ଯନ୍ତ୍ର ମାଧ୍ୟମରେ ଲୋକଙ୍କୁ ପରାମର୍ଶ ଦିଆଯାଇଥିଲା I ସେହିପରି ଗଞ୍ଜାମ ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତ ଦୋକାନ ବଜାର ରାତି ଆଠଟା ସୁଦ୍ଧା ବନ୍ଦ କରିବା ପାଇଁ ଦୋକାନ ମାଲିକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା I ଜିଲ୍ଳା ଆରକ୍ଷୀ ଅଧୀକ୍ଷକଙ୍କ ପରବର୍ତ୍ତୀ ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ ଏହି ନିୟମକୁ କଡାକଡି ଭାବେ ପାଳନ କରିବାକୁ ପୋଲିସ୍ ବାହିନୀ ଲୋକଙ୍କୁ ସତର୍କ କରାଇଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ