ବର୍ଷା ପବନରେ ଧାନ ଉତ୍ତୋଳନ ପାଇପ ଭାଙ୍ଗିଲା

ସୋରଡା,(ରଜନୀକାନ୍ତ ମହାପାତ୍ର):ଗଞ୍ଜାମ ଜିଲ୍ଲା ସୋରଡା ରେ ଗତ କାଲି ବର୍ଷା ପବନ ର ପ୍ରଭାବ ରେ ବ୍ୟାପକ କ୍ଷୟକ୍ଷତି ନହେଲେ ମଧ୍ୟ ଅନେକ ଏଥିରେ ପ୍ରଭାବିତ ହୋଇଛନ୍ତି। ସୋରଡା ରେ ଗତ କାଲି ଅପରାହ୍ନ ରେ ପ୍ରାୟ ୪ ଘଟିକା ବେଳେ ଝଡ ବର୍ଷା ପବନ ଆରମ୍ଭ ହୋଇଥିଲା। ଦୁଇ ଘଣ୍ଟା ଧରି ଭୀଷଣ ବର୍ଷା ହେବା ସହ ପବନ ବହିବାରେ ଆରମ୍ଭ ହୋଇଥିଲା। ଖୁବ ଜୋର ରେ ପବନ ବହିବା ଯୋଗୁଁ ସୋରଡା ରେ ବିଭିନ୍ନ ଜାଗା ରେ ଗଛ ଭାଙ୍ଗି ରାସ୍ତା ରେ ପଡିଥିଲା। ସୋରଡା ମେଡିକାଲ ରେ ଗଛ ସବୁ ପବନ ରେ ପଡିବା ସହ ଡାକ୍ତର ଅଜିତ ପାଣିଗ୍ରାହୀ ଙ୍କ କାର ଉପରେ ପଡିଥିଲା। ସେହିପରି ସୋରଡା ପଞ୍ଚାନନ ଛକ ନିକଟ ରେ ଥିବା ବିରୁପାକ୍ଷ ରାଇସ ମିଲ ରେ ପେଡି ଏଲେଭେଟର ତଥା ଧାନ ଉତ୍ତୋଳନ ପାଇପ ଟି ସଂପୂର୍ଣ୍ଣ ଭାଙ୍ଗି ଯାଇଥିଲା। ପାଇପ ଭାଙ୍ଗି ମିଲ ଉପରେ ହିଁ ପଡିଯାଇଥିଲା। ଏଲେଭେଟର ପାଇପ ଭାଙ୍ଗିବା ଯୋଗୁଁ ରାଇସ ମିଲ ରେ ଏବେ ଉତ୍ପାଦନ ବାଧା ପ୍ରାପ୍ତ ହେବା ସହ ମିଲ ମାଲିକ ଙ୍କୁ ବ୍ୟାପକ କ୍ଷତି ହୋଇଛି। ସେହିପରି ଖଦାଳ ସାହି ରେ ବିଦ୍ୟୁତ ପୋଲ ପଡିଯିବା ଯୋଗୁଁ ବିଦ୍ୟୁତ ସରବରାହ ବନ୍ଦ ରହିବା ସହ ପୋଲ ପଡିଥିବା ଘର ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା। ସ୍ଥାନୀୟ ବେଙ୍କ ପାଖ ଅଞ୍ଚଳରେ ମଧ୍ୟ ବିଦ୍ୟୁତ କେବଳ ଗୁଡିକ ଚିଡି ରାସ୍ତା ରେ ପଡିଥିଲା। କେଉଁଠି ବିଦ୍ୟୁତ ପୋଲ ଉପରେ ଗଛ ପଡିଯାଇଥିଲା, ଆଉ କେଉଁଠି ତାର ଛିଣ୍ଡି ପଡିଥିଲା। ତେବେ ସୋରଡା ଅଗ୍ନିସମ ବିଭାଗ ଓ ବିଦ୍ୟୁତ ବିଭାଗ ର ଅକ୍ଲାନ୍ତ ପରିଶ୍ରମ ପରେ ରାତ୍ର ୧୧ ଘଟିକା ସୁଧା ବିଦ୍ୟୁତ ସରବରଷ ସ୍ଵାଭାବିକ ରହିଲେ ସୁଧା ସୋରଡା ସରୁଆ ସାହି ଓ ରଘୁନାଥ ମନ୍ଦିର ସାହି ରେ ବିଦ୍ୟୁତ ଦେବା ସମ୍ଭବ ହୋଇନଥିଲା। ଆଜି ଅପରାହ୍ନ ଏକ ଘଟିକା ସୁଧା ସମସ୍ତ ସହର ର ବିଦ୍ୟୁତ ସ୍ଵାଭାବିକ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ