କାଶୀନଗର ଥାନା ଅଧିକାରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର କାଶୀନଗର ଥାନାରେ କାର୍ଯ୍ୟରତ ଥାନା ଅଧିକାରୀ ଚଳିତ ମାସ ୩୧ ତାରିଖ ଦିନ ନିଜ କାର୍ଯରୁ ଅବସର ଗ୍ରହଣ କରିବେ. ଏହି ଅଵସରରେ କାଶୀନାଗର ଥାନା କର୍ମଚାରୀଙ୍କ ତରଫରୁ ଅବସରକାଳୀନ ସମ୍ବର୍ଦ୍ଧନା ସଭା ସ୍ଥାନୀୟ ଥାନା ପରିସରରେ ଅନୁଷ୍ଠିତ ହୋଇଥିଲା. ଏହି ସଭାରେ ସମ୍ମାନିତ ଅତିଥି ଭାବେ ଗଜପତି ଏସଡିପିଓ ମାଧବାନନ୍ଦ ନାୟକ ଆସିଥିଲେ ଏବଂ ସ୍ଥାନୀୟ ବିଡ଼ିଓ ଦମ୍ବୁରୁଧର ମଲ୍ଲିକ, କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାଗବତ ସାହୁ, ବରିଷ୍ଠ ନାଗରିକ ହୃଷିକେଶ ଗୌଡ଼, ଏନଏସି ଉପାଧ୍ୟକ୍ଷ ରଘୁରାମ ସାହୁ ପ୍ରମୁଖ ମଂଚାସୀନ ହୋଇ ସମ୍ବର୍ଦ୍ଧିତ ପ୍ରତିଭା ଗୋବିନ୍ଦ ଗୌଡ଼ଙ୍କ କାର୍ଯ୍ୟ ଦକ୍ଷତା, ନିଷ୍ଠାପର କାମ ସହ ପୋଲିସ ଡିଜି ଡେସ୍କ ଉପାଧିରେ ସମ୍ମାନିତ ହାସଲ କରି କାଶୀନଗର ଥାନା ସହ ଗଜପତି ଜିଲ୍ଲାର ପ୍ରଶଂସାର ପାତ୍ର ହୋଇ ପାରିଥିବା କହିଥିଲେ. କାଶୀନଗର ପୋଲିସ କର୍ମଚାରୀଙ୍କ ତରଫରୁ ଗୋବିନ୍ଦ ଗୌଡ଼ଙ୍କୁ ଉତ୍ତରୀୟ ପ୍ରଦାନ ସହ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ. ପ୍ରେସ କ୍ଲବ ସଭାପତି ଆନନ୍ଦ ଚନ୍ଦ୍ର ପାତ୍ର ଥାନା ଅଧିକାରୀ ଗୋବିନ୍ଦ ଗୌଡ଼ ଖୁବ କମ ସମୟ ରେ କାଶୀନଗର ବାସୀଙ୍କ ସହ ପରିଚିତ ହୋଇ ତାଙ୍କ କାର୍ଯ୍ୟ ଦକ୍ଷତା ପାଇଁ ସମସ୍ତଙ୍କ ଦ୍ୱାରା ସେ ପ୍ରଶଂସାର ପାତ୍ର ହୋଇପାରି ଥିବା ନିଜ ବକ୍ତବ୍ୟରେ କହିଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ