ବଜ୍ରପାତ ରେ ମହିଳା ମୃତ

ମୋହନା, (ଅଂଶୁମାନ ପଣ୍ଡା):ବଜ୍ରପାତ ରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି l ମୃତକ ହେଲେ ଗଜପତି ଜିଲ୍ଲା ମୋହନା ଥାନା ରlଚlଗୁଡ଼ା ଗାଁର ତୁଳସୀ ଦଳାଇ(୨୩) l ମୋହନା ପୋଲିସ ଶବ ଜବତ କରି ବ୍ୟବଛେଦ ପାଇଁ ବ୍ରହ୍ମପୁର ବଡ଼ ମେଡିକାଲ ପଠାଇ ତଦନ୍ତ କରୁଛି l ମିଳିଥିବା ସୂଚନା ପ୍ରକାରେ ଗୁରୁବାର ଅପରାହ୍ନ ପ୍ରାୟ ସାଢେ ୩ ଟାରେ ତୁଳସୀ ଗାଁ ନିକଟସ୍ଥ ନାଳକୁ ଗାଧୋଇବାକୁ ଯାଇଥିଲେ l ଏହି ସମୟରେ ଘଡଘଡି ସହ ବର୍ଷା ହୋଇଥିଲା l ତୁଳସୀ ନାଳ ପାଖରେ ଥିବା ଏକ ଗଛ ମୂଳରେ ଆଶ୍ରୟ ନେଇଥିବା ବେଳେ ହୋଇଥିଲା ବଜ୍ରପାତ l ଗଛ ମୂଳରେ ଗୁରୁତର ଅବସ୍ଥାରେ ତୁଳସି ପଡ଼ିଥିବା ଖବର ପାଇ ଗାଁ ଲୋକେ ଘଟଣା ସ୍ଥଳରେ ପହଁଚି ତାଙ୍କୁ ଉଦ୍ଧାର କରି ମୋହନା ମେଡିକାଲ ରେ ଭର୍ତ୍ତି କରିଥିଲେ l ତେବେ ଡାକ୍ତର ଶ୍ରୀ ନନ୍ଦା ତାଙ୍କୁ ମୃତ ଘୋଷଣା କରିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ