ମା’ ମାଣିକେଶ୍ଵରୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ମୋହନା ବ୍ଲକ କିଡ଼ାସିଂ ଗ୍ରାମରେ ପ୍ରଥମ ଥର ପାଇଁ ୧୫ ଓଭର ବିଶିଷ୍ଟ ମା’ମାଣିକେଶ୍ଵରୀ କ୍ରିକେଟ ଟୁର୍ଣାମେଣ୍ଟ ଉଦଘାଟିତ ହୋଇଛି। ଏହି ଅଞ୍ଚଳର ୩୨ ଗୋଟି କ୍ରିକେଟ ଦଳ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବେ ବୋଲି ସୂଚନା ମିଳିଛି. ଉଦଘାଟନୀ ମ୍ୟାଚ କୁଶପଲ୍ଲୀ ଓ ଖସଡ଼ା ଦଳ ମଧ୍ଯରେ ହୋଇଥିବା ବେଳେ କୁଶପଲ୍ଲୀ ଦଳ ଖସଡ଼ା ଦଳକୁ ୬ ୱିକେଟରେ ପରାସ୍ତ କରିଛି.ମ୍ୟାଚରେ ଅମ୍ପାୟର ଭାବେ ଲିଲୁ ବାହାକ ଓ ସୁରେଶ ମହାରଣା ଦାୟିତ୍ଵ ତୁଲାଇଥିଲେ। କିଡାସିଂ ଗ୍ରାମର ମା ମାଣିକେଶ୍ଵରୀ ଯୁବକ ସଂଘ ପକ୍ଷରୁ ଆୟୋଜିତ ଏହି ଟୁର୍ଣ୍ଣାମଣ୍ଟର ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟଅତିଥ୍‌ ଭାବେ ଗ୍ରାମ ମୁଖୁଆ ଅନ୍ତର୍ଯ୍ୟାମୀ କାର୍ଜି ଯୋଗ ଦେଇ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମକୁ କିଡ଼ାସିଂ, ଜାଲିବାଡ଼ି, ଯୁଡ଼ାଆମ୍ବ, ପାଡ଼ିଗାଁ, ଅଣ୍ଡିରାଗଡ଼ ଗ୍ରାମର ଯୁବ ଗୋଷ୍ଠୀ ସହଯୋଗ କରିଥିଲେ। ସମ୍ମାନିତ ଅତିଥ୍‌ ଭାବେ ଅବସରପ୍ରାପ୍ତ ବନପାଳ ଦେବରାଜ ଦଳାଇ, ଅବସରପ୍ରାପ୍ତ ଶିକ୍ଷକ ତାରିଣୀ ଦଳାଇ, ୱାର୍ଡ ସଭ୍ୟ ବାଳକୃଷ୍ଣ ଦଳାଇ, ଜଗନ୍ନାଥ ରଣାରାଓ, ଶିକ୍ଷକ କାହ୍ନୁଚରଣ ରଣଜିତ୍, କୈଳାଶ ଦଳାଇ, କୁରେଶ ବାହକ ଓ ଯୁବକ ସଂଘ ସଭାପତି ହର୍ଷ କୁମାର ଦଳାଇ ଯୋଗ ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ