ବିଦ୍ୟୁତ୍ ଆଘାତରେ ଯୁବକ ଗୁରୁତର

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ରା. ଉଦୟଗିରି ବ୍ଲକ ରଣ୍ଡିବା ପଞ୍ଚାୟତ ଡମ୍ବା ଗ୍ରାମରେ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବାରୁ ଜଣେ ଯୁବକ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ଆହତ ଯୁବକ ଜଣକ ହେଲେ କିଶୋର ନାୟକ (୨୨) । ସେ ତାଙ୍କ ନବ ନିର୍ମିତ ଗୃହରେ ପାଣି ପକାଉଥ‌ିବା ସମୟରେ ଘରକୁ ଲାଗି ଗ୍ରାମକୁ ବିଦ୍ଯୁତ ସଂଯୋଗ ପାଇଁ ଯାଇଥିବା ୧୧ କେଭି ତାର ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇଥିଲେ। ବିଦ୍ୟୁତ ଝଟକା ବାଜିବା କ୍ଷଣି ଘର କାନ୍ଥ ବାଜି ଛିଟିକି ତଳେ ପଡ଼ିଯାଇଥିଲେ। ପରିବାର ଲୋକ ଦେଖୁବା ବେଳେ ତାଙ୍କ ଶରୀରର ମୁହଁ ଭାଗ ପୋଡି ମୁହଁରେ ଗଭୀର ଆହତ ହୋଇଥିବା ଦେଖ୍ ଚିକିତ୍ସା ନିମନ୍ତେ ରାମଗିରି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ନେଇଥିଲେ । ଡାକ୍ତର ତାଙ୍କୁ ପ୍ରାଥମିକ ଚିକିତ୍ସା କରି ଅଧୂକ ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସ ଯୋଗେ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ। କିନ୍ତୁ ସେଠାରେ ମଧ୍ୟ କିଶୋରଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ପରିବାର ଲୋକଙ୍କ କହିବାନୁସାରେ ଘର କାମ ଆରମ୍ଭରୁ ବିଦ୍ୟୁତ ତାର ଘୁଞ୍ଚାଇବା ପାଇଁ ଏସଡିଓଙ୍କୁ ଲିଖୂତ ଅଭିଯୋଗ କରାଯିବା ସତ୍ତ୍ଵେ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନ ଥିଲା। ଏଥିଯୋଗୁଁ ଆଜି କିଶୋର ନାୟକ ସେହି ତାର ସଂସ୍ପର୍ଶରେ ଆସିଯିବାରୁ ଗୁରୁତର ଆହତ ହୋଇଛନ୍ତି। ବିଦ୍ୟୁତ ବିଭାଗର ଅବହେଳା ଯୋଗୁଁ ଘଟଣା ଘଟିଥିବା କୁହାଯାଇଛି। ଆହତ ଯୁବକଙ୍କ ପରିବାର ଗରିବ ଶ୍ରେଣୀର ହୋଇଥିବାରୁ ଡମ୍ବା ଗ୍ରାମବାସୀ କ୍ଷତିପୂରଣ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ