ବିଶ୍ୱ ତମାଖୁ ବର୍ଜନ ଦିବସ ପାଳିତ

ବାଲେଶ୍ୱର, (ସରୋଜ ପଣ୍ଡା):ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଓ ସ୍ବେଛାସେବୀ ଅନୁଷ୍ଠାନ ମେ ଆଇ ହେଲ୍ପ ୟୁ ପକ୍ଷରୁ ବିଶ୍ୱ ତମାଖୁ ବର୍ଜନ ଦିବସ ଅବସରରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି. ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା ଦୁଲାଲ ସେନ ଜଗଦେବ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଡା ମୃତ୍ୟୁଞ୍ଜୟ ମିଶ୍ର ତମାଖୁ ସେବନ ଦ୍ୱାରା କର୍କଟ, ହୃଦ ରୋଗ ଭଳି ମାରାତ୍ମକ ରୋଗ ହୋଇଥାଏ. ଏଥିପାଇଁ ବ୍ୟାପକ ସଚେତନତା ଆବଶ୍ୟକ ବୋଲି କହିଥିଲେ.ଏ ବର୍ଷ ର ବାର୍ତା ତମାଖୁ ଶିଳ୍ପର ହସ୍ତକ୍ଷେପ ରୁ ଶିଶୁମାନଙ୍କୁ ସୁରକ୍ଷା ଦେବା ସମ୍ପର୍କରେ ଆଲୋଚନା କରାଯାଇଥିଲା. ଅନ୍ୟମାନଙ୍କ ମଧ୍ୟରେ ଡି ପି ଏମ ଅନିଲ ମହାନ୍ତି, ସଂକ୍ରମଣ ରୋଗ ବିଶେଷଜ୍ଞ ଡା ଅରୂପ ଅଭିଷେକ୍ ପ୍ରମୁଖ ତମାଖୁ ବର୍ଜନ ସମ୍ପର୍କ ରେ ଆଲୋଚନା କରିଥିଲେ.ଏହି ଅବସରରେ ମୁଖ୍ୟ ଚିକିତ୍ସାଧିକାରୀ ତମାଖୁ ବର୍ଜନ ପାଇଁ ଶପଥ ପାଠ କରାଇଥିଲେ. ଅତିରିକ୍ତ ଜିଲ୍ଲା ଜନ ସ୍ୱାସ୍ଥ୍ୟ ସଂଚାର ଅଧିକାରୀ ରମଣୀ କାନ୍ତ ଭଞ୍ଜ ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ