ବାଳିକା ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ବ୍ଳକ ଅନ୍ତର୍ଗତ ଟାଙ୍ଗଣା ପଲ୍ଲୀ ହରଗୌରୀ ବାଳିକା ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ନର୍ମଦା କୁମାରୀ ଦେବୀ ନିଜ କାର୍ଯ୍ଯରୁ ଅବସର ଗ୍ରହଣ କରିଛନ୍ତି।ବିଦ୍ୟାଳୟର ପ୍ରତିଷ୍ଠାତା ସମ୍ପାଦକ ତଥା ଅବସରପ୍ରାପ୍ତ ପ୍ରଧାନଶିକ୍ଷକ କାମରାଜୁ ମହାରଣାଙ୍କ ସଭାପତିତ୍ବରେ ପରିଚାଳିତ ଏଇ ଅବସରକାଳୀନ ସମ୍ବର୍ଦ୍ଧିନା ସଭାରେ ବୟୋଜ୍ଯେଷ୍ଠ ତଥା ଅଞ୍ଚଳର ବରିଷ୍ଠ ଗୁରୁ ଲକ୍ଷ୍ମୀନାରାୟଣ ଶତପଥୀ,ଟାଙ୍ଗଣାପଲ୍ଲା ସରପଞ୍ଚ ବି.ସୁଦାମ,ସମିତି ସଭ୍ଯା ପ୍ରତିନିଧି ଅମରେଶ୍ବର ସାହୁ,ଅବସରପ୍ରାପ୍ତ ଶିକ୍ଷକ କୋରା ମହାରଣା ,ଭାସ୍କର ପ୍ରଧାନ ପ୍ରମୁଖ ଯୋଗ ଦେଇ ବିଦାୟୀ ପ୍ରଧାନ ଶିକ୍ଷୟିତ୍ରୀଙ୍କ ସମୟାନୁବର୍ତ୍ତିତା, କର୍ତ୍ତବ୍ଯ ନିଷ୍ଠା ତଥା ଛାତ୍ରୀ ବତ୍ସଳତା ଉପରେ ଆଲୋଚନା କରିଥିଲେ।ସଭାପତି ମହାରଣା ତାଙ୍କର ବକ୍ତବ୍ଯରେ ବିଦ୍ୟାଳୟର ପ୍ରତିଷ୍ଠା ବିବରଣୀ ପ୍ରଦାନ କରି ବିଦ୍ୟାଳୟଟିକୁ ସର୍ବାଙ୍ଗ ସୁନ୍ଦର ଏବଂ ପୂର୍ଣ୍ଣାଙ୍ଗ କରି ଗଢିବାରେ ବିଦାୟୀ ପ୍ରଧାନଶିକ୍ଷୟିତ୍ରୀ ନର୍ମଦା ଦେବୀଙ୍କ ଉଦ୍ଯମ ଏବଂ ତତ୍କାଳୀନ ପରିଚାଳନା କମିଟୀକୁ ସହଯୋଗ ଉପରେ ସ୍ମୃତିଚାରଣ କରି ତାଙ୍କର ଅବସରକାଳୀନ ଜୀବନ ସୁଖ ଓ ଶାନ୍ତି ମୟ କାମନା କରିଥିଲେ।ବରିଷ୍ଠ ଶିକ୍ଷୟିତ୍ରୀ ରଶ୍ମିତା ପଟ୍ଟନାୟକ ପ୍ରଧାନ ଶିକ୍ଷୟିତ୍ରୀଙ୍କ ପ୍ରଶାସନିକ ଦକ୍ଷତା ଓ ସହଭାଗିତା ଗୁଣ ପ୍ରକାଶ କରିଥିଲେ।ଶିକ୍ଷୟିତ୍ରୀ ବୃନ୍ଦ ସାଗରିକା ପାଢୀ,ନିରୂପମା ମିଶ୍ର, ଶୁଭ୍ରଚଳା ବକ୍ସି,ପ୍ରଭାସିନୀ ସାହୁ ସୁଧୀର ସେଠୀ ପ୍ରମୁଖବକ୍ତବ୍ଯରଖିଥିଲେ।,ପଦ୍ମଚରଣ ଦାସ,ବିନୋଦ ଚନ୍ଦ୍ର ମହାନ୍ତି, ସଂଯୁକ୍ତା ଦେବୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ବିଦାୟୀ ପ୍ରଧାନ ଶିକ୍ଷୟିତ୍ରୀ ସମ୍ବର୍ଦ୍ଧନାର ଉତ୍ତରରେ ବିଦ୍ୟାଳୟ ପରିଚାଳନାରେ ସମସ୍ତଙ୍କ ସହଯୋଗ ପାଇଁ କୃତଜ୍ଞତା ପ୍ରକାଶ କରିଥିଲେ।ପ୍ରଧାନ ଶିକ୍ଷୟିତ୍ରୀଙ୍କ ସମେତ ଏଥି ପୂର୍ବରୁ ଅବସର ଗ୍ରହଣ କରିଥିବା ଶିକ୍ଷୟିତ୍ରୀ ଦ୍ବୟ ଜି.ବିଜୟ ଲକ୍ଷ୍ମି ଓ ନମିତା ଆଚାର୍ଯ୍ଯଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ